ଆଗରୁ ଯେମିତି, ଏବେ ସେମିତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ଅତ୍ୟଧିକ ଟାରିଫ୍‌ ଲଗାଇବା, ଏଚ୍‌୧ ଭିଜା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ପୋଷଣ କରିଥିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି। ସେଥିପାଇଁ ଚାଇନା ଭଳି ଦେଶ ସହିତ ଉତ୍ତମ ସମ୍ପର୍କ ଗଢ଼ିବା ସକାଶେ ଭାରତ ସରକାର ବ୍ୟାକୁଳତା ପ୍ରଦର୍ଶନ କରୁଛନ୍ତି। ନିକଟରେ ଭାରତର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ବୈଠକରେ ଯୋଗଦେଇଥିଲା। ସେହି ଦଳର ନେତୃତ୍ୱ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏତେ ସବୁ ଉଦ୍ୟମ ସତ୍ତ୍ୱେ ଚାଇନାର ଭାରତ ପ୍ରତି ଥିବା ପୁରୁଣା ଆଭିମୁଖ୍ୟରେ ସେଭଳି ପରିବର୍ତ୍ତନ ଘଟି ନ ଥିବା ସଦ୍ୟ ଏକ ଘଟଣାରୁ ବୁଝାପଡ଼ିଯାଉଛି।
ଅରୁଣାଚଳ ପ୍ରଦେଶ ବାସିନ୍ଦା ପେମା ଓ୍ବଙ୍ଗ୍‌ଜୋମ ବ୍ରିଟେନରେ ରୁହନ୍ତି। ଏହି ମହିଳା ଲଣ୍ଡନଠାରେ ଆର୍ଥିକ କ୍ଷେତ୍ର ସହ ଜଡ଼ିତ ଅଛନ୍ତି ଓ ଜଣେ ପ୍ରିନ୍ସିପାଲ ରେଗୁଲେଟାରି କନ୍‌ସଲଟାଣ୍ଟ ଭାବେ ଜଣାଶୁଣା। ନିକଟରେ ସେ ଚାଇନାର ସାଂଘାଇ ଦେଇ ଜାପାନ ଯାଉଥିଲେ। ସାଂଘାଇ ବିମାନବନ୍ଦରରେ ତାଙ୍କୁ ଯାଞ୍ଚ କରାଯିବା ବେଳେ ସେ ଧାରଣ କରିଥିବା ଭାରତୀୟ ପାସ୍‌ପୋର୍ଟକୁ ବିମାନବନ୍ଦର କର୍ତ୍ତୃପକ୍ଷ ଅସ୍ବୀକାର କରିଥିଲେ। ପେମା ଅରୁଣାଚଳ ପ୍ରଦେଶର ହୋଇଥିବାରୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିଥିଲା। ଅରୁଣାଚଳ ପ୍ରଦେଶ ଚାଇନାର ଏକ ଅଂଶବିଶେଷ ଭାବେ ଅଭିହିତ କରି ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ୧୮ ଘଣ୍ଟା ଅଟକ ରଖିଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ବହୁ ମାନସିକ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥିଲା ବୋଲି ପେମା କହିଛନ୍ତି। ଉକ୍ତ ଘଟଣାକୁ ନେଇ ଭାରତ ଓ ଚାଇନା ମଧ୍ୟରେ କୂଟନୈତିକ ବିବାଦ ଦେଖାଦେଇଛି। ଅବଶ୍ୟ ଏହା ନୂଆ କଥା ନୁହେଁ ଯେ, ବିଗତ ବହୁ ବର୍ଷ ଧରି ଚାଇନା ତା’ ସରକାରୀ ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ଅଞ୍ଚଳ ଭାବେ ଦର୍ଶାଇଆସୁଛି। ଭାରତ ବିଭିନ୍ନ ସମୟରେ ଅରୁଣାଚଳ ପ୍ରଦେଶ ବ୍ୟାପାରରେ ଚାଇନାର ଅନଧିକାର ହସ୍ତକ୍ଷେପକୁ ବିରୋଧ କରିଥିଲେ ମଧ୍ୟ ତା’ର ସୁଫଳ ମିଳିପାରୁ ନାହିଁ। ଆମେରିକାର ଅତ୍ୟଧିକ ଟାରିଫ୍‌ ବୋଝ ପରେ ଭାରତ ଅନନ୍ୟୋପାୟ ହୋଇ ଚାଇନା ଆଡ଼କୁ ମୁହଁାଇଥିବାରୁ ଏହାର ଫାଇଦା ନେବାକୁ ବେଜିଂ କାରସାଦି କରୁଥିବା ବିଷୟ ପେମାଙ୍କ ଘଟଣାରୁ ସ୍ପଷ୍ଟ ହୋଇଯାଉଛି। ଚାଇନା ପୃଥିବୀର ଏମିତି ଏକ ଦେଶ, ଯାହାର ମୂଳ ଲକ୍ଷ୍ୟ କେବଳ ଲାଭ ଉଠାଇବାରେ ବ୍ୟସ୍ତ। ତାହାର ଆବେଗ କୌଣସି ରାଷ୍ଟ୍ର ପ୍ରତି ଥିବା ଭଳି ମନେହୁଏ ନାହିଁ।
ଆମେରିକା ଆଡ଼ୁ ମୁହଁ ଫେରାଇ ଭାରତ ଯେତେବେଳେ ଚାଇନା ପ୍ରତି ଢଳିଲା ଓ କେତେକ ଫୋରମ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ପାଖାପାଖି ବସି ଆଲୋଚନା କରାଯିବା ଦେଖାଗଲା, ଅନେକ ଭାରତୀୟ ଭାବିଦେଲେ ଯେ ଆଗକୁ କିଛି ନୂଆ ସମୀକରଣ ସୃଷ୍ଟି ହୋଇପାରେ। ଆମେରିକାକୁ ଅଡ଼ୁଆରେ ପକାଇବା ପାଇଁ ଭାରତ ଓ ଚାଇନା ସୁଦୃଢ଼ ସମ୍ପର୍କ ଯଥେଷ୍ଟ ହେବ ବୋଲି କଥା ଉଠିଲା। କିନ୍ତୁ ବାସ୍ତବତା ଭିନ୍ନ ଚିତ୍ର ଦର୍ଶାଇଛି। ପେମା କହିଛନ୍ତି, ଜାପାନ ଯିବା ପୂର୍ବରୁ ସେ ଚାଇନା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ସେ ସାଂଘାଇ ବିମାନବନ୍ଦରରେ ମାତ୍ର ୩ ଘଣ୍ଟା ପାଇଁ ରହଣି କରିବାର ଥିଲା। ୨୪ ଘଣ୍ଟା ତଳକୁ ରହଣି କରିବାର ଥିଲେ ଟ୍ରାଞ୍ଜିଟ୍‌ ଭିସାର ଆବଶ୍ୟକତା ନ ଥାଏ। ସେହିପରି ସେ ଆହୁରି କହିଛନ୍ତି ଯେ, ୨୦୨୪ ଅକ୍ଟୋବରରେ ଚାଇନା ବାଟ ଦେଇ ଜାପାନ ଯାଇଥିଲେ। ସେତେବେଳେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିବା ପେମା ପ୍ରକାଶ କରିଛନ୍ତି। ଏଠାରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ସାଂଘାଇ ବିମାନବନ୍ଦରରେ ନିଯୁକ୍ତ ଇମିଗ୍ରେଶନ କର୍ମଚାରୀ ନିଜସ୍ବ ଇଚ୍ଛାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କାର୍ଯ୍ୟ କରିବାରେ ନିଶ୍ଚିତ ଭାବେ ଅସମର୍ଥ। ତେଣୁ ବୁଝିବାକୁ ହେବ ଯେ, ବେଜିଂର ସର୍ବୋଚ୍ଚ ସ୍ତରରୁ ସାଧାରଣ ନିୟମାବଳୀ ଭାବେ ଅରୁଣାଚଳ ପ୍ରଦେଶବାସୀଙ୍କୁ କେଉଁଭଳି ବ୍ୟବହାର ପ୍ରଦର୍ଶନ କରିବା ଦରକାର ସ୍ପଷ୍ଟ କରାଯାଇଥିବ। ପୂର୍ବରୁ ଭାରତର ଖେଳାଳିଙ୍କୁ ୨୦୧୬ରେ ଏବଂ ୨୦୨୩ ସେପ୍ଟେମ୍ବରରେ ହାଙ୍ଗ୍‌ଝୁଠାରେ ଅନୁଷ୍ଠିତ ୧୯ତମ ଏସିଆନ୍‌ ଗେମ୍ସରେ ୩ ଜଣ ଅରୁଣାଚଳବାସୀ, ଯେଉଁମାନେ ଭାରତୀୟ ଟିମ୍‌ ସହ ଯିବାର ଥିଲା ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାରଣ କରାଯାଇଥିଲା। ଚାଇନାର ଏହି ନିଷ୍ପତ୍ତିକୁ ବିରୋଧ କରି ତତ୍‌କାଳୀନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ଚାଇନା ଗସ୍ତକୁ ବାତିଲ କରିଥିଲେ। ଏଥିରୁ ବୁଝିବାକୁ ହେବ ଯେ, ଚାଇନାର ଭାରତ ପ୍ରତି ନୀତିରେ କୌଣସି ପରିବର୍ତ୍ତନ ଘଟୁ ନାହିଁ। ଯାହା ପୂର୍ବରୁ ଥିଲା, ତାହା ଏବେ ମଧ୍ୟ ରହିଛି। ଆମର ବୈଦେଶିକ ସମ୍ପର୍କକୁ ଅଣଦେଖା କରି ଅନ୍ତର୍ଜାତୀୟ ନୀତି ସୃଷ୍ଟି କରାଗଲେ ଭବିଷ୍ୟତରେ ତାହା ବିଫଳତା ଆଣିବ।

 

Dharitri – Odisha’s No.1 Odia Daily

[8:07 am


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri