ଆଗରୁ ଯେମିତି, ଏବେ ସେମିତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ଅତ୍ୟଧିକ ଟାରିଫ୍‌ ଲଗାଇବା, ଏଚ୍‌୧ ଭିଜା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ପୋଷଣ କରିଥିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି। ସେଥିପାଇଁ ଚାଇନା ଭଳି ଦେଶ ସହିତ ଉତ୍ତମ ସମ୍ପର୍କ ଗଢ଼ିବା ସକାଶେ ଭାରତ ସରକାର ବ୍ୟାକୁଳତା ପ୍ରଦର୍ଶନ କରୁଛନ୍ତି। ନିକଟରେ ଭାରତର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ବୈଠକରେ ଯୋଗଦେଇଥିଲା। ସେହି ଦଳର ନେତୃତ୍ୱ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏତେ ସବୁ ଉଦ୍ୟମ ସତ୍ତ୍ୱେ ଚାଇନାର ଭାରତ ପ୍ରତି ଥିବା ପୁରୁଣା ଆଭିମୁଖ୍ୟରେ ସେଭଳି ପରିବର୍ତ୍ତନ ଘଟି ନ ଥିବା ସଦ୍ୟ ଏକ ଘଟଣାରୁ ବୁଝାପଡ଼ିଯାଉଛି।
ଅରୁଣାଚଳ ପ୍ରଦେଶ ବାସିନ୍ଦା ପେମା ଓ୍ବଙ୍ଗ୍‌ଜୋମ ବ୍ରିଟେନରେ ରୁହନ୍ତି। ଏହି ମହିଳା ଲଣ୍ଡନଠାରେ ଆର୍ଥିକ କ୍ଷେତ୍ର ସହ ଜଡ଼ିତ ଅଛନ୍ତି ଓ ଜଣେ ପ୍ରିନ୍ସିପାଲ ରେଗୁଲେଟାରି କନ୍‌ସଲଟାଣ୍ଟ ଭାବେ ଜଣାଶୁଣା। ନିକଟରେ ସେ ଚାଇନାର ସାଂଘାଇ ଦେଇ ଜାପାନ ଯାଉଥିଲେ। ସାଂଘାଇ ବିମାନବନ୍ଦରରେ ତାଙ୍କୁ ଯାଞ୍ଚ କରାଯିବା ବେଳେ ସେ ଧାରଣ କରିଥିବା ଭାରତୀୟ ପାସ୍‌ପୋର୍ଟକୁ ବିମାନବନ୍ଦର କର୍ତ୍ତୃପକ୍ଷ ଅସ୍ବୀକାର କରିଥିଲେ। ପେମା ଅରୁଣାଚଳ ପ୍ରଦେଶର ହୋଇଥିବାରୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିଥିଲା। ଅରୁଣାଚଳ ପ୍ରଦେଶ ଚାଇନାର ଏକ ଅଂଶବିଶେଷ ଭାବେ ଅଭିହିତ କରି ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ୧୮ ଘଣ୍ଟା ଅଟକ ରଖିଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ବହୁ ମାନସିକ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥିଲା ବୋଲି ପେମା କହିଛନ୍ତି। ଉକ୍ତ ଘଟଣାକୁ ନେଇ ଭାରତ ଓ ଚାଇନା ମଧ୍ୟରେ କୂଟନୈତିକ ବିବାଦ ଦେଖାଦେଇଛି। ଅବଶ୍ୟ ଏହା ନୂଆ କଥା ନୁହେଁ ଯେ, ବିଗତ ବହୁ ବର୍ଷ ଧରି ଚାଇନା ତା’ ସରକାରୀ ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ଅଞ୍ଚଳ ଭାବେ ଦର୍ଶାଇଆସୁଛି। ଭାରତ ବିଭିନ୍ନ ସମୟରେ ଅରୁଣାଚଳ ପ୍ରଦେଶ ବ୍ୟାପାରରେ ଚାଇନାର ଅନଧିକାର ହସ୍ତକ୍ଷେପକୁ ବିରୋଧ କରିଥିଲେ ମଧ୍ୟ ତା’ର ସୁଫଳ ମିଳିପାରୁ ନାହିଁ। ଆମେରିକାର ଅତ୍ୟଧିକ ଟାରିଫ୍‌ ବୋଝ ପରେ ଭାରତ ଅନନ୍ୟୋପାୟ ହୋଇ ଚାଇନା ଆଡ଼କୁ ମୁହଁାଇଥିବାରୁ ଏହାର ଫାଇଦା ନେବାକୁ ବେଜିଂ କାରସାଦି କରୁଥିବା ବିଷୟ ପେମାଙ୍କ ଘଟଣାରୁ ସ୍ପଷ୍ଟ ହୋଇଯାଉଛି। ଚାଇନା ପୃଥିବୀର ଏମିତି ଏକ ଦେଶ, ଯାହାର ମୂଳ ଲକ୍ଷ୍ୟ କେବଳ ଲାଭ ଉଠାଇବାରେ ବ୍ୟସ୍ତ। ତାହାର ଆବେଗ କୌଣସି ରାଷ୍ଟ୍ର ପ୍ରତି ଥିବା ଭଳି ମନେହୁଏ ନାହିଁ।
ଆମେରିକା ଆଡ଼ୁ ମୁହଁ ଫେରାଇ ଭାରତ ଯେତେବେଳେ ଚାଇନା ପ୍ରତି ଢଳିଲା ଓ କେତେକ ଫୋରମ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ପାଖାପାଖି ବସି ଆଲୋଚନା କରାଯିବା ଦେଖାଗଲା, ଅନେକ ଭାରତୀୟ ଭାବିଦେଲେ ଯେ ଆଗକୁ କିଛି ନୂଆ ସମୀକରଣ ସୃଷ୍ଟି ହୋଇପାରେ। ଆମେରିକାକୁ ଅଡ଼ୁଆରେ ପକାଇବା ପାଇଁ ଭାରତ ଓ ଚାଇନା ସୁଦୃଢ଼ ସମ୍ପର୍କ ଯଥେଷ୍ଟ ହେବ ବୋଲି କଥା ଉଠିଲା। କିନ୍ତୁ ବାସ୍ତବତା ଭିନ୍ନ ଚିତ୍ର ଦର୍ଶାଇଛି। ପେମା କହିଛନ୍ତି, ଜାପାନ ଯିବା ପୂର୍ବରୁ ସେ ଚାଇନା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ସେ ସାଂଘାଇ ବିମାନବନ୍ଦରରେ ମାତ୍ର ୩ ଘଣ୍ଟା ପାଇଁ ରହଣି କରିବାର ଥିଲା। ୨୪ ଘଣ୍ଟା ତଳକୁ ରହଣି କରିବାର ଥିଲେ ଟ୍ରାଞ୍ଜିଟ୍‌ ଭିସାର ଆବଶ୍ୟକତା ନ ଥାଏ। ସେହିପରି ସେ ଆହୁରି କହିଛନ୍ତି ଯେ, ୨୦୨୪ ଅକ୍ଟୋବରରେ ଚାଇନା ବାଟ ଦେଇ ଜାପାନ ଯାଇଥିଲେ। ସେତେବେଳେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିବା ପେମା ପ୍ରକାଶ କରିଛନ୍ତି। ଏଠାରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ସାଂଘାଇ ବିମାନବନ୍ଦରରେ ନିଯୁକ୍ତ ଇମିଗ୍ରେଶନ କର୍ମଚାରୀ ନିଜସ୍ବ ଇଚ୍ଛାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କାର୍ଯ୍ୟ କରିବାରେ ନିଶ୍ଚିତ ଭାବେ ଅସମର୍ଥ। ତେଣୁ ବୁଝିବାକୁ ହେବ ଯେ, ବେଜିଂର ସର୍ବୋଚ୍ଚ ସ୍ତରରୁ ସାଧାରଣ ନିୟମାବଳୀ ଭାବେ ଅରୁଣାଚଳ ପ୍ରଦେଶବାସୀଙ୍କୁ କେଉଁଭଳି ବ୍ୟବହାର ପ୍ରଦର୍ଶନ କରିବା ଦରକାର ସ୍ପଷ୍ଟ କରାଯାଇଥିବ। ପୂର୍ବରୁ ଭାରତର ଖେଳାଳିଙ୍କୁ ୨୦୧୬ରେ ଏବଂ ୨୦୨୩ ସେପ୍ଟେମ୍ବରରେ ହାଙ୍ଗ୍‌ଝୁଠାରେ ଅନୁଷ୍ଠିତ ୧୯ତମ ଏସିଆନ୍‌ ଗେମ୍ସରେ ୩ ଜଣ ଅରୁଣାଚଳବାସୀ, ଯେଉଁମାନେ ଭାରତୀୟ ଟିମ୍‌ ସହ ଯିବାର ଥିଲା ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାରଣ କରାଯାଇଥିଲା। ଚାଇନାର ଏହି ନିଷ୍ପତ୍ତିକୁ ବିରୋଧ କରି ତତ୍‌କାଳୀନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ଚାଇନା ଗସ୍ତକୁ ବାତିଲ କରିଥିଲେ। ଏଥିରୁ ବୁଝିବାକୁ ହେବ ଯେ, ଚାଇନାର ଭାରତ ପ୍ରତି ନୀତିରେ କୌଣସି ପରିବର୍ତ୍ତନ ଘଟୁ ନାହିଁ। ଯାହା ପୂର୍ବରୁ ଥିଲା, ତାହା ଏବେ ମଧ୍ୟ ରହିଛି। ଆମର ବୈଦେଶିକ ସମ୍ପର୍କକୁ ଅଣଦେଖା କରି ଅନ୍ତର୍ଜାତୀୟ ନୀତି ସୃଷ୍ଟି କରାଗଲେ ଭବିଷ୍ୟତରେ ତାହା ବିଫଳତା ଆଣିବ।

 

Dharitri – Odisha’s No.1 Odia Daily

[8:07 am


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri