ଆକର୍ଷଣୀୟ ଯେମିତି ଆରାମଦାୟକ ସେମିତି

ଝୁଲାରେ ବସି ଟିକେ ଝୁଲିଗଲେ ଶରୀରକୁ ବେଶ୍‌ ଆରାମ ଲାଗିଥାଏ। ପୂର୍ବେ ଏହାକୁ କେବଳ ବାଲକୋନିରେ ଟଙ୍ଗା ଯାଉଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଟ୍ରେଣ୍ଡ ବଦଳିଲାଣି, ଯଦ୍ଦ୍ବାରା ଲୋକେ ଏହାକୁ ଘର
ଭିତରେ ବି ଟାଙ୍ଗିଲେଣି…
ଝୁଲା: ଯାହା ଉପରେ ଟିକେ ବସି ଝୁଲିଗଲେ ଶରୀରକୁ ବେଶ୍‌ ରିଲାକ୍ସ ଫିଲ୍‌ ହୁଏ। ଖାସ୍‌କରି ସନ୍ଧ୍ୟା ସମୟରେ ଚା’ ପିଇଲାବେଳେ ହେଉ ଅବା ନିରୋଳାରେ ବହି କିମ୍ବା ମାଗାଜିନ୍‌ ପଢିଲାବେଳେ କିମ୍ବା ସାଙ୍ଗସାଥୀଙ୍କ ସହ ଫୋନ୍‌ରେ ଗପିବାବେଳେ, ଏହି ଝୁଲା ହିଁ ବସିବାର ବେଷ୍ଟ ମାଧ୍ୟମ ହୋଇଥାଏ। ତେବେ ପୂର୍ବେ ଏହାକୁ କେବଳ ବାଲକୋନିରେ ହିଁ ଟଙ୍ଗା ଯାଉଥିବାର ଦେଖିବାକୁ ମିଳୁଥିଲା, କିନ୍ତୁ ଏବେ ଅନେକେ ଘରର ବିଭିନ୍ନ ସ୍ଥାନରେ ଝୁଲା ଟଙ୍ଗାଇବାକୁ ପସନ୍ଦ କଲେଣି; ଯଦ୍ଦ୍ବାରା ଘରର ଶୋଭା ତ ବଢୁଛି ତା’ସାଙ୍ଗକୁ ଲୋକଙ୍କୁ ଆରାମ ବି ମିଳିପାରୁଛି…
ସୋଫା କମ୍‌ ବେଡ୍‌ ଝୁଲା: ଏହାକୁ ଲିଭିଂ ରୁମ୍‌ରୁ ଆରମ୍ଭ କରି ବେଡ୍‌ରୁମ୍‌ ପର୍ଯ୍ୟନ୍ତ ଯେଉଁଠି ବି ଚାହିଁବେ, ସେଠାରେ ଟଙ୍ଗାଇ ପାରିବେ। ତେବେ ଏହା ଟିକେ ଚଉଡା ଡିଜାଇନ୍‌ର ଝୁଲା ହୋଇଥିବାରୁ, ଏଥିପାଇଁ ଟିକେ ସ୍ପେଶ୍‌ ଦରକାର ହୋଇଥାଏ। କିନ୍ତୁ ଏହି ଚଉଡା ଡିଜାଇନ୍‌ ଯୋଗୁ ହିଁ ଏହା ଉପରେ ଦୁଇରୁ ତିନି ଜଣ ଲୋକ ଆରାମରେ ବସିପାରିବେ। ଏପରିକି ଯଦି ଚାହିଁବେ ଏହା ଉପରେ ଶୋଇକି ବି କେହି ବହି ପଢ଼ିପାରିବେ।
ଲିଭିଂ ରୁମ୍‌ ଝୁଲା: ଖାସ୍‌ କରି ଲିଭିଂ ରୁମ୍‌ ପାଇଁ ଏବେ ଏକ ସ୍ବତନ୍ତ୍ର ଧରଣର ଝୁଲା ଆସିଲାଣି। ଯେଉଁଥିରେ ଦୁଇପଟ ସାଇଡ୍‌ରେ ଦୁଇଟି ଛୋଟ ଛୋଟ ସୋଫା ପଡିବ ଆଉ ମଝି ସ୍ପେଶ୍‌ରେ ଏକ ଝୁଲା ଡିଜାଇନ୍‌ର ସୋଫା ରହିବ।
ଲିଭିଂ ରୁମ୍‌ ଉଡେନ୍‌ ଝୁଲା: ଆଜିକାଲି ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର କାଠ ଝୁଲା ବି ମିଳିଲାଣି। ସେଥିରେ ଗଦି ମଧ୍ୟ ଫିଟିଂ ହୋଇ ଆସୁଛି। ଆପଣ ଚାହିଁଲେ ବଡ଼ ସାଇଜ୍‌ର ଏହି ଗୋଟିଏ ଝୁଲାକୁ ବି ଲିଭିଂ ରୁମ୍‌ରେ ପକାଇ ଏହାର ଆକର୍ଷଣକୁ ବୃଦ୍ଧି କରିପାରିବେ।
ହ୍ୟାଙ୍ଗିଂ ଚେୟାର୍‌ ଇଣ୍ଡୋର୍‌: ଚେୟାର୍‌ ଡିଜାଇନ୍‌ର ଝୁଲାକୁ ଆପଣ ଚାହିଁଲେ ଲିଭିଂ ରୁମ୍‌ରେ, ବେଡ୍‌ ରୁମ୍‌ରେ କିମ୍ବା ବାଲ୍‌କୋନିରେ ବି ପକାଇପାରିବେ। ଏହି ଝୁଲା ପାଇଁ ବେଶି ସ୍ପେଶ୍‌ ମଧ୍ୟ ଆବଶ୍ୟକ ହୋଇ ନଥାଏ। ଖାସ୍‌ କରି ଉଡେନ୍‌ର ଚେୟାର୍‌ ଡିଜାଇନ୍‌ ବାଲା ଝୁଲା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।
ଝୋଟ ଝୁଲା: ଲିଭିଂ ରୁମ୍‌, ବେଡ୍‌ ରୁମ୍‌ କିମ୍ବା ବାଲକୋନିରେ ଟାଙ୍ଗିବା ପାଇଁ ଏବେ ଝୋଟରେ ତିଆରି ଝୁଲା ବି ଆସିଲାଣି। ଏହା ଉଭୟ ହ୍ୟାଙ୍ଗିଂ ଡିଜାଇନ୍‌ ଓ ଷ୍ଟାଣ୍ଡ ଡିଜାଇନ୍‌ରେ ଉପଲବ୍ଧ ହୋଇଥାଏ।
ମେଟାଲ୍‌ ଝୁଲା: ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ କିମ୍ବା ରଡ୍‌ ଡିଜାଇନ୍‌ର ଝୁଲାକୁ ସାଧାରଣତଃ ବଗିଚାରେ ପକାଯାଇଥାଏ। ଆପଣ ଚାହିଁଲେ ଏହାକୁ ବାଲକୋନି କିମ୍ବା ଲିଭିଂ ରୁମ୍‌ରେ ବି ରଖିପାରିବେ।
ଦୋଳି ଡିଜାଇନ୍‌ ଝୁଲା: ଯଦି ଆପଣ ଦାମିକିଆ ଝୁଲା ବ୍ୟବହାର କରିବାକୁ ଚାହୁଁ ନାହାନ୍ତି, ତା’ହେଲେ କେବଳ ଗୋଟିଏ ପଟାରେ ଦୋଳି ଡିଜାଇନ୍‌ର ଝୁଲା କରି ତାହାକୁ ଘରର ଯେ କୌଣସି ସ୍ଥାନରେ ଟାଙ୍ଗି ପାରିବେ। ଆଉ ତାହାକୁ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ସେଥିରେ ରଙ୍ଗିନ ଝାଲେରି କିମ୍ବା ଫୁଲ ବି ସଜାଇପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri