Posted inଜାତୀୟ

ହରିୟାଣାରେ ଟି-୨୦ ଭଳି ରୋମାଞ୍ଚ, ଘଣ୍ଟାକେ ଛୁଟୁଛି ଘୋଡ଼ା

ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ବେଳକୁ ଏଠାରେ କଂଗ୍ରେସ ଆଗରେ ଥିବା ବେଳେ ଅନେକେ ଅନୁମାନ ଲଗାଇଥିଲେ କି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ। ହେଲେ ଘଣ୍ଟାକେ ଘୋଡ଼ା ଛୁଟିବା ନ୍ୟାୟରେ ବାଜି ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି। ଇଭିଏମ ମେଶିନର ଭୋଟ ଗଣତି ପରେ ଭାଜପା ପ୍ରାର୍ଥୀ ୯୦ ଆସନ ମଧ୍ୟରୁ ପ୍ରାୟ ୫୦ ଆସନରେ ଆଗୁଆ ରହିଛନ୍ତି। ଏହି କ୍ରମରେ ଏବେ କୁହାଯାଉଛି କି ଭାଜପାକୁ ହରାଇବା ଏତେ ସହଜ କଥା ନୁହେଁ। ତେବେ ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ଯେ କାହାକୁ ମିଳିଲା ସଂଖ୍ୟା ଗରିଷ୍ଠତା ଆଉ କିଏ ଗଢିବେ ସରକାର। ଏଠାରେ ଭିନେଶ ଫୋଗାଟ ପ୍ରଥମ ପର୍ଯ୍ୟାୟରେ ଆଗରେ ଥିବା ବେଳେ ଏବେ ସେ ପଛେଇ ଯାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି ଆଗରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ଛୁରୀ ମାଡ଼ରେ ଯୁବକ ଗୁରୁତର

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର):ଜଙ୍ଗଲ ପୂଜା ସମୟରେ ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ବାରକୋଟ ଥାନାଅଞ୍ଚଳର ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଛୁରୀ ଭୁଷି ହତ୍ୟା…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଆମେରିକାକୁ ପାଲଟା ଧମକ ଦେଲା ଇରାନ: ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ…

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri