Posted inଜାତୀୟ

ଆର୍ଯ୍ୟନଙ୍କ ଅପହରଣ ଯୋଜନାକୁ ଫେଲ୍‌ କରିଦେଇଥିଲା ସେଲ୍‌ଫି

ମୁମ୍ବାଇ,୭।୧୧: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଟଙ୍କା ପାଇଁ ଅପହରଣ କରାଯାଇଥିଲା। କିନ୍ତୁ ଏହି ଯୋଜନାରେ ସବୁ କିଛି ଭଣ୍ଡୁର କରି ଦେଇଥିଲା ସେଲ୍‌ଫି। ଭାଜପା ନେତା ମୋହିତ କାମ୍‌ବୋଜ ରଚିଥିବା ଅପହରଣ ଯୋଜନାର ଅଂଶ ଥିଲେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଜୋନାଲ ମୁଖ୍ୟ ସମୀର ଓ୍ବାଙ୍ଖଡେ। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ।

ମୁମ୍ବାଇ ଉପକୂଳରେ ଏକ କ୍ରୁଜ ଉପରେ ଓ୍ବାଙ୍ଖଡେଙ୍କ ଦଳର ଚଢ଼ାଉ ପରେ ୨୩ ବର୍ଷୀୟ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା, ଯେଉଁଥିରେ ଡ୍ରଗ୍ସ ଜବତ ହୋଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।

”କୋର୍ଟରେ କୁହାଯାଇଥିଲା ଯେ, ଆର୍ଯ୍ୟନ କ୍ରୁଜରେ ଚଢ଼ିବା ପାଇଁ ଟିକେଟ୍‌ କିଣି ନ ଥିଲେ। ପ୍ରତିକ ଗାବା ଓ ଅମିର ଫର୍ନିଚରଓ୍ବାଲାଙ୍କ କାରଣରୁ ସେ କ୍ରୁଜକୁ ଯାଇଥିଲେ। ମୁଁ କହିବାକୁ ଚାହୁଁଛି ଯେ, ଏହା ଏକ ସିଧାସଳଖ ଟଙ୍କା ପାଇଁ ଅପହରଣ ଘଟଣା। ଆର୍ଯ୍ୟନଙ୍କୁ କ୍ରୁଜକୁ ନିଆଯିବା ପରେ ଟଙ୍କା ପାଇଁ ଅପହରଣ ଖେଳ ଆରମ୍ଭ ହୋଇଥିଲା। କିନ୍ତୁ ସବୁ କିଛି ବିଗାଡ଼ି ଦେଇଥିଲେ ସେଲ୍‌ଫି। ଏହା ହେଉଛି ଘଟଣା ପଛର ସତ୍ୟତା“ ବୋଲି ଏକ ଖବରଦାତା ସମ୍ମିଳନୀରେ ନଓ୍ବାବ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଢ଼ାଉ ଦିନ ଅର୍ଥାତ ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନଙ୍କ ସହ ଏନ୍‌ସିବିର ସ୍ବାଧୀନ ସାକ୍ଷୀ ଗୋସାବିଙ୍କ ସେଲ୍‌ଫି ଭାଇରାଲ ହୋଇଥିଲା।

ମହାରାଷ୍ଟ୍ର ସରକାରଙ୍କୁ ବଦନାମ କରିବା ପାଇଁ ଭାଜପା ନେତା ମୋହିତ କାମ୍‌ବୋଜ କ୍ରୁଜ ପାର୍ଟି ଆୟୋଜକ କଶିଫ ଖାନଙ୍କ ସହ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲେ। ରାଜ୍ୟ ମନ୍ତ୍ରୀ ଅସଲମ ଶେଖ ଓ କିଛି ମନ୍ତ୍ରୀଙ୍କ ଛୁଆଙ୍କୁ କ୍ରୁଜକୁ ଆଣି ଡ୍ରଗ୍ସ ମାମଲାରେ ଫସାଇବା ଥିଲା ଯୋଜନାର ଉଦ୍ଦେଶ୍ୟ। କିନ୍ତୁ ଏହା ସଫଳ ହୋଇ ନ ଥିଲା ବୋଲି ନଓ୍ବାବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri