ଅଭିଯୋଗକୁ ଖୋଲା ଚ୍ୟାଲେଞ୍ଜ୍ କଲେ ଅରବିନ୍ଦ ମହାପାତ୍ର, ନବୀନ ବାବୁ….

ଭୁବନେଶ୍ୱର,୨୨ା୧: ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପରୋକ୍ଷରେ ଟାର୍ଗେଟ କରିବା ପରେ ଗୁରୁବାର ଖୋଲା ଚ୍ୟାଲେଞ୍ଜ କଲେ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଆରୋପକୁ ନେଇ ଖୋଲା ଚ୍ୟାଲେଞ୍ଜ କଲେ  । ନବୀନ ପଟ୍ଟନାୟକ ଅରବିନ୍ଦଙ୍କ ନାଁ ନାନେଇ ଯେଉଁ ପ୍ରକାର ଟାର୍ଗେଟ କରିଥିଲେ, ଆଜି ଅରବିନ୍ଦ ପାଟକୁରାବାସୀଙ୍କୁ ହଇରାଣ ଆରୋପକୁ ନେଇ ଖୋଲା ଚାଲେଞ୍ଜ କରିଛନ୍ତି । ଅରବିନ୍ଦ କହିଛନ୍ତି, କେତେବେଳେ ଆଣ୍ଟିପାର୍ଟି, କେତେବେଳେ ମିଡ୍‌ ଡେ ଅପରେସନ ଆରୋପ । ଏମପି ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣ ଆରୋପ  ।ଏହା ଭିତରୁ କେଉଁଠି ଠିକ୍‌, ନା ତାଲିକା ଆଗକୁ ବଢ଼ିବ ବୋଲି କହି ସେ ତାଚ୍ଛଲ୍ୟ କରିଛନ୍ତି ।

ତେବେ ନବୀନ ପଟ୍ଟନାୟକଙ୍କୁ ଏଭଳି ତଥ୍ୟ କିଏ ଦେଉଛି ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ । ନବୀନ ବାବୁ ଶେଷ ଦେଖାରେ ବାପା କିପରି ଅଛନ୍ତି ପଚାରିଥିଲେ । ଯଦି ମୁଁ କିଛି ଭୁଲ କରୁଥିଲି, ସେତେବେଳେ କହିପାରି ଥାନ୍ତେ  । କୌଣସି ଆରୋପର କାହା ସହ କାହାର ତାଳମେଳ ରହୁନି  । ଅନ୍ୟପଟେ ଯେଉଁ MLA ପାଣ୍ଠି ଖର୍ଚ୍ଚକୁ ହେରଫେର ଅଭିଯୋଗର ଖୋଲା ବିତର୍କ ଚାହୁଁଛି  ।ଯଦି ତ୍ରୁଟି କରିଛି, ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସନ୍ତୁ  । ନବୀନ ବାବୁଙ୍କୁ ଦେଖା କରିବାକୁ ଲକ୍ଷ୍ୟ ରଖିଥିଲି । ହେଲେ ନବୀନ ବାବୁ କାଲି କହି ସାରିବା ପରେ ଆଉ କାହିଁକି ଦେଖା କରିବି ଜାଣିପାରୁନି । ନବୀନ ବାବୁଙ୍କୁ ଡାଟା କିଏ ଦେଉଛି, କେଉଁ ବିଷୟକୁ ଆଧାର କରି କହିଲେ ତାହା ଜାଣି ନାହିଁ ବୋଲି ସେ କହିଛନ୍ତି । ତେବେ ଅରବିନ୍ଦଙ୍କ ଏହି ଚାଲେଞ୍ଜ ପରେ ନବୀନ ପଟ୍ଟନାୟକଙ୍କ ଉତ୍ତର କଣ ରହିବ ତାହା ଦେଖିବାକୁ ବାକି ରହିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କ ରାଜଧାନୀରେ ୨ କୋଠା , ୭ ଦାମୀ ପ୍ଲଟ

ଭୁବନେଶ୍ୱର,୧୧।୩: କଟକ ଜିଲା କଣ୍ଟାପଡ଼ା ତହସିଲଦାରଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍‌ । ଚଢ଼ାଉ ସମୟରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ୨ଟି ବହୁତଳ କୋଠା…

LPG ଯୋଗାଣରେ ବାଧା ସୃଷ୍ଟି ହେଲେ ବନ୍ଦ ହୋଇଯିବ କି ମୋବାଇଲ୍ ଟାଓ୍ବାର? ଜାଣନ୍ତୁ କଣ ରହିଛି କନେକ୍ସନ

ନୂଆଦିଲ୍ଲୀ,୧୧।୩: ଦେଶବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହେବାର ରିପୋର୍ଟ ସାମ୍ନାକୁ ଆସୁଛି । ତେବେ ଏହା ଯୋଗୁଁ  ମୋବାଇଲ୍ ଫୋନ୍ ଏବଂ ଘରର ଇଣ୍ଟରନେଟ୍ ସଂଯୋଗ ଏବେ ବିପଦରେ…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା

ମୋହନା,୧୧ା୩(ମନ୍ମଥ ମିଶ୍ର): ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିବାବେଳେ ଆଜି ବି ଜନନୀ ଯନ୍ତ୍ରଣା ଥମିନି। ରାସ୍ତା ଖରାପ ପାଇଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ…

ଖାଲି ହାତରେ ବାଘ ସହ ଲଢୁଥିଲେ ଯୁବକ: ୧୨ରୁ ୧୫ ମିନିଟ୍‌ ପରେ ଘଟିଲା…

ଶିମ୍‌ଲା ,୧୧ା୩:ହିମାଚଳ ପ୍ରଦେଶର ସୋଲାନ ଜିଲାରେ ଜଣେ ଯୁବକ କଲରାପତରିଆ ବାଘ ହାବୁଡ଼ରେ ପଡ଼ିବା ପରେ ଜୀବନରକ୍ଷା ପାଇଁ ଖାଲି ହାତରେ ଲଢ଼େଇ କରିବା ଏହାକୁ ମାରିଦେବା…

ରାଜ୍ୟବାସୀଙ୍କ ପାଇଁ ଖୁସିଖବର: ୩୦ଟି ଜିଲାରେ ହେବ MSME ଇ-ପାର୍କ

ଭୁବନେଶ୍ୱର,୧୧।୩: ରାଜ୍ୟର ୩୦ଟି ଜିଲାରେ ହେବ MSME ଇ-ପାର୍କ। ଏ ନେଇ ଗୃହରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏହା ୧୪ ଜିଲାରେ ଶେଷ…

IPL 2026: ପ୍ରଥମ ମ୍ୟାଚରେ ହେବ ବଡ଼ ଧମାକା, ଏହି ଦୁଇ ଟିମ୍ ଭିତରେ….

ନୂଆଦିଲ୍ଲୀ,୧୧।୩: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ IPL ୨୦୨୬ । ଏନେଇ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏହା ଚଳିତ…

ପୁଅର ଇଚ୍ଛାମୃତ୍ୟୁ ପାଇଁ ବାପା କରିଥିଲେ ଆବେଦନ: ସୁପ୍ରିମକୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ,୧୧।୩: ପାସିଭ୍‌ ୟୁଥନେସିଆ ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ବଡ଼ ରାୟ ଦେଇଛନ୍ତି। ୧୨ ବର୍ଷରୁ ଅଧିକ ସମୟ ଧରି କୋମାରେ ଥିବା ଜଣେ ୩୧ ବର୍ଷୀୟ…

ଭୁବନେଶ୍ୱରରେ ଏତେ ବଢିଗଲା ଗ୍ୟାସଦର, ଆଜି କରନ୍ତୁ ବୁକିଂ, ନହେଲେ ଆଗକୁ ଆହୁରି…

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରାଚ୍ୟ (ପଶ୍ଚିମ ଏସିଆ)ରେ ବଢ଼ୁଥିବା ଉତ୍ତେଜନାର ତାତି ଏବେ ଆପଣଙ୍କ ରୋଷେଇ ଘରକୁ ପହଞ୍ଚିଛି। ଗତ କିଛି ଦିନ ମଧ୍ୟରେ, ଭାରତରେ ଘରୋଇ ଏବଂ କର୍ମସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri