Posted inଜାତୀୟ

‘ସବୁ ଦଳର ନେତାମାନେ ମୋତେ ଗାଳି କରୁଛନ୍ତି, ମୋର ଦୋଷ କ’ଣ’

ଅମୃତସର,୧୪।୨: ଆସନ୍ତା ଫେବୃୟାରୀ ୨୦ରେ ପଞ୍ଜାବରେ ବିଧାନସଭା ପାଇଁ ଭୋଟ ଅନୁଷ୍ଠିତ ହେବ। ଏଥିପାଇଁ ଆମ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ଜିୱାଲ ଜୋରସୋରରେ ପ୍ରଚାର କରୁଛନ୍ତି। ସୋମବାର ଅମୃତସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେଜ୍‌ଜିୱାଲ କହିଛନ୍ତି, ସବୁ ଦଳର ନେତାମାନେ ଦିନରାତି ମୋତେ ଗାଳି କରୁଛନ୍ତି, ମୋର ଦୋଷ କ’ଣ, ମୁଁ କେବଳ ଲୋକଙ୍କ ବିକାଶ ବିଷୟରେ କହିଛି। ପଞ୍ଜାବର ଅଗ୍ରଗତି ଏବଂ ଶିଶୁ ଶିକ୍ଷାର ଅଗ୍ରଗତି ବିଷୟରେ କହିଛି ବୋଲି ସେ କହିଛନ୍ତି।
କେଜ୍‌ଜିୱାଲ ଆହୁରି ମଧ୍ୟ କହିଛନ୍ତି, ସବୁ ଦଳ ମୋତେ ଏବଂ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନଙ୍କୁ ଗାଳି କରୁଛନ୍ତି। ଗତକାଲି ଅମିତ ଶାହା, ପ୍ରିୟଙ୍କା ଗାନ୍ଧୀ ମୋତେ ଦୁର୍ବ୍ୟବହାର କରିଥିଲେ। ଆମର ଦୋଷ କ’ଣ? ଆମେ ପଞ୍ଜାବରେ ଭଲ ବିଦ୍ୟାଳୟ କରିବା ବିଷୟରେ କହୁଛୁ। ଏହି ଦଳଗୁଡିକ ଆମ ଆଦମୀ ପାର୍ଟି ସରକାର ଗଠନ ହେବାକୁ ଚାହୁଁନାହାଁନ୍ତି। ମୁଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚାନ୍ନି ସାହେବଙ୍କ ସ୍ବପ୍ନରେ ଆସିବା ଆରମ୍ଭ କରିଛି, ସେ ରାତିରେ ଭୟଭୀତ ହୋଇ ଉଠୁଛନ୍ତି। ଧୀରେ ଧୀରେ କଂଗ୍ରେସ ଶେଷ ହେବ ବୋଲି ସେମାନେ କାନ୍ଦୁଛନ୍ତି। ଆଜିକାଲି ଚାନ୍ନି ଶୋଇପାରୁ ନାହାଁନ୍ତି, ଆଖି ବନ୍ଦ କରିବା ମାତ୍ରେ ମୁଁ ତାଙ୍କ ସ୍ବପ୍ନରେ ଭୂତ ପରି ଆସୁଛି। କେବଳଏତିକି ନୁହେଁ,ମୁଁ ଏ ପର୍ଯ୍ୟନ୍ତ ପଞ୍ଜାବକୁ ଲୁଟ କରୁଥିବା ସମସ୍ତ ଲୋକଙ୍କ ସ୍ବପ୍ନରେ ଆସୁଛି ବୋଲି କେଜ୍‌ଜିୱାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri