Posted inରାଜ୍ୟ

କାଲିଠୁ ୟୁନିଫର୍ମ ପିନ୍ଧି ପାରିବି ନାହିଁ ଏମିତି କହି ଭାବବିହ୍ବଳ ହେଲେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର,୭ା୧୦: କାଲିଠୁ ଆଉ ପିନ୍ଧି ପାରିବିନି ୟୁନିଫର୍ମ। ଶୁଣିଲେ ଦୁଃଖ ଲାଗୁଛି। ଏତେଶୀଘ୍ର ୟୁନିଫର୍ମ ଖୋଲିବି ଭାବି ନ ଥିଲି। ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଭାବବିହ୍ବଳ ହୋଇ ଏମିତି କଥା କହିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀ।

ରାଜ୍ୟ ସରକାର ୧୯୯୦ ବ୍ୟାଚ ଆଇପିଏସ୍‌ ତଥା ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି। ଏ ନେଇ ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାର ସର୍ବଭାରତୀୟ ସେବା ରୁଲ୍‌ସ-୧୯୫୮ର ଉପଧାରା-୨ରେ ଥିବା ସର୍ତ୍ତାବଳୀକୁ କୋହଳ କରି ତାଙ୍କୁ ଚାକିରିରୁ ଅବସର ନେବାକୁ ଅନୁମତି ଦେଇଛନ୍ତି। ଏଥିସହିତ ସେ ସର୍ବଭାରତୀୟ ସେବା ରୁଲ୍‌ସ-୧୯୫୮ର ବ୍ୟବସ୍ଥା ଆଧାରରେ ସମସ୍ତ ଅବସରକାଳୀନ ସୁବିଧା ପାଇବାକୁ ହକ୍‌ଦାର ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ସେପ୍ଟେମ୍ବର ୨୭ତାରିଖରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଅରୁଣ ନିଜର ନୂଆ ଦାୟିତ୍ୱ ନେବା ପାଇଁ ସେପ୍ଟେମ୍ବର ୩୦ତାରିଖରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ଅକ୍ଟୋବର ୭ତାରିଖ ପୂର୍ବାହ୍ନରୁ ତାଙ୍କୁ ଅବସର ପାଇଁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ଅରୁଣଙ୍କର ଚାକିରି ୨୦୨୫ ଜୁଲାଇ ପର୍ଯ୍ୟନ୍ତ ଥିଲା। ତାଙ୍କୁ ପୂର୍ବ ବିଜେଡି ସରକାର ୨୦୨୩ ଡିସେମ୍ବର ୩୧ ତାରିଖରେ ରାଜ୍ୟର ଅସ୍ଥାୟୀ ପୋଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ଭାଜପା ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଅଗଷ୍ଟ ୧୬ତାରିଖରେ ଡିଜି ପଦରୁ ହଟାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋର୍ମୁଜରେ ଫସିଗଲା ଭାରତର ୨୨ ଜାହାଜ, ୬ LPG ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୧୫।୩; ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଛି। ବିଶେଷକରି, ହରମୁଜ…

ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି? ଆମେରିକା ଆଖି ଆଗରେ ଖାମେନେଇଙ୍କୁ ନେଇଗଲା ରୁଷିଆ!

ମସ୍କୋ,୧୫।୩: ଏପର୍ଯ୍ୟନ୍ତ, ସମ୍ଭାବ୍ୟ ଇରାନ-ଆମେରିକା ସଂଘର୍ଷରେ ରୁଷିଆର ଭୂମିକା ସମ୍ପର୍କରେ ଆଲୋଚନା କେବଳ କଳ୍ପନାଜଳ୍ପନା ହୋଇ ରହିଥିଲା; ତଥାପି, ଏକ ନୂତନ ରିପୋର୍ଟ ଏବେ ସାମ୍ନାକୁ ଆସିଛି…

ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

LPG ପରେ ଏବେ ଇଲେକ୍ଟ୍ରିକୁ ନେଇ ସରକାରଙ୍କ ବଡ଼ ଘୋଷଣା, ପଡିବ ବଡ଼ ପ୍ରଭାବ

ନୂଆଦିଲ୍‌ଲୀ,୧୫।୩: LPG ଏବଂ PNG ନିୟମରେ ପରିବର୍ତ୍ତନ ପରେ, କେନ୍ଦ୍ର ସରକାର ବର୍ତ୍ତମାନ ବିଦ୍ୟୁତ ନିୟନ୍ତ୍ରଣ ନିୟମରେ ପ୍ରମୁଖ ସଂଶୋଧନ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ବ୍ୟକ୍ତି,…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

ଯୁଦ୍ଧ ହେଲା ଭୟଙ୍କର: ସରକାରୀ କର୍ମଚାରୀଙ୍କ କଟିବ ଦରମା, ସରକାର ନେଲେ ବଡ଼ ନିଷ୍ପତ୍ତି

ଇସଲାମବାଦ,୧୫।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ କେବଳ ଗୋଟିଏ ଦେଶରେ ନୁହେଁ ସାରା ବିଶ୍ୱରେ ପଡିଛି ବଡ଼ ପ୍ରଭାବ । ଏବେ ଖବର ଆସିଛି ଯେ ଯୁଦ୍ଧ ଯୋଗୁ କେବଳ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ କମର୍ସିଆଲ LPG ସିଲିଣ୍ଡର…

ନୂଆଦିଲ୍‌ଲୀ,୧୫।୩: ରାଜ୍ୟ ସରକାର ଏଲପିଜି ସଙ୍କଟ ଭିତରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବାଣିଜି୍ୟକ ସିଲିଣ୍ଡର ବଣ୍ଟନ ପାଇଁ ଏକ ନୀତି ଜାରି କରିଛନ୍ତି। ଏହି ନୀତି…

ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri