ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା ଉପାଖ୍ୟାନକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଅରୁଣ ତାଙ୍କ ଭାଷଣ ସମୟରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଘୋଡ଼ାମାନଙ୍କ ଲାଗି ବଜେଟରେ କେତେ ଅର୍ଥ ବରାଦ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ, ଏହି ବଜେଟରେ ଗୋଟେ କଥା ଲୁକ୍କାୟିତ ରଖାଯାଇଛି ଘୋଡ଼ାର ଦାମ୍‌ କେତେ। ଏହା ସହ ସେ ୧୧ ପ୍ରକାର ଘୋଡ଼ାର ନାଁ ମଧ୍ୟ କହିଥିଲେ। ତାଙ୍କ ଭାଷାରେ ରାଜ୍ୟରେ ରହିଥିବା ବିଭିନ୍ନ ପ୍ରକାର ଘୋଡ଼ା ଯେପରି ଆରବ ଘୋଡ଼ା, ତଟୁ ଘୋଡ଼ା, ଚଲାକିଆ ଘୋଡ଼ା, ଗେଡ଼ା ଘୋଡ଼ା, ଗେଧ ଘୋଡ଼ା, ପ୍ରଭୁଭକ୍ତ ବେଇମାନ ଘୋଡ଼ା, ନାଳୁଆ ଘୋଡ଼ା, ବେଙ୍ଗେଇ ଘୋଡ଼ା, ସୁକୁମାରିଆ ଘୋଡ଼ା ଏବଂ ଅଲିମ୍ପିକ୍‌ ଘୋଡ଼ା ଅଛନ୍ତି। ଏମାନଙ୍କ ଦାମ୍‌ କେତେ ଲେଖା ରହିଛି ସେକଥା ସ୍ପଷ୍ଟହେବା ଦରକାର।
ଅରୁଣ ଆହୁରି କହିଛନ୍ତି, ଗଣତନ୍ତ୍ର ବର୍ତ୍ତମାନ ଜଣତନ୍ତ୍ରରେ ପରିଣତ ହୋଇଛି। ଏବେ ଡରେଇ ଶାସନ କରିବାର ଚେଷ୍ଟା ଆରମ୍ଭ କରାଯାଉଛି। ଗଣତନ୍ତ୍ରର ବିଲକ୍ଷଣ ହେଉଛି ବର୍ତ୍ତମାନ ସରକାରୀ ଦଳ ବିରୋଧୀ ଦଳକୁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ଆମେ ଏବେ ଆମେରିକା ପାଖରେ ଆଣ୍ଠେଇଛେ ଏହା ହେଉଛି ଆମର ସ୍ବାଧୀନତା। ଆମେରିକା କହିବ ତେଲ ଏବେ ତୁମେ ରୁଷିଆରୁ କିଣିପାରିବ ନାହିଁ, ତୁମେ କହିବ ହଁ ସାର୍‌ ସେମିତି ହେବ। ସିଏ କହିବ ମାସେ ପାଇଁ ରୁଷିଆରୁ ତେଲ କିଣ, ତୁମେ କହିବ ହଁ ସାର୍‌। ସେଇ ଅବସ୍ଥା ଦେଇ ଭାରତ ଯାଉଛି। ଆମେ ଯୁଦ୍ଧରେ ଭାଗନେବା ନାହିଁ ଠିକ୍‌ ଅଛି, କିନ୍ତୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପଦୁଟିଏ କହିପାରିବା ନାହିଁ। ଶାନ୍ତି ପ୍ରତିଷ୍ଠାର ବାର୍ତ୍ତା ଦେବାକୁ କ’ଣ ବିଶ୍ୱଗୁରୁଙ୍କ ପାଖରେ ଶକ୍ତି ନାହିଁ। ଦେଶର ୧୦ କୋଟି ଲୋକଙ୍କ ନାଁ ଏସ୍‌ଆଇଆର୍‌ ଜରିଆରେ କଟାଯିବ। ମାତ୍ରେ ସେମାନେ ଭାରତରେ ଜମି କିଣିବେ, ପାଠ ପଢ଼ିବେ, ସ୍ବାସ୍ଥ୍ୟକ୍ଷେତ୍ରର ସୁବିଧା ପାଇବେ, ସବୁ ଲାଭ ନେଇ ଭୋଟ ଭାରତରେ ଦେବେ ନାହିଁ। ସେ ଭାରତୀୟ ନା ଭାରତୀୟ ନୁହେଁ ତା’ର ଉତ୍ତର ଦେଲେ ଜଣାପଡ଼ିବ ମୁଖ୍ୟମନ୍ତ୍ରୀ ସବଳ ନା ଦୁର୍ବଳ। ଶାସକ ଦଳ ଆଣ୍ଠେଇ ପଡ଼ିଛନ୍ତି ପ୍ରମାଣ କରିବାକୁ ସେମାନେ ଦୁର୍ବଳ ନୁହନ୍ତି। ବିନା ବିରୋଧୀ ଦଳରେ ଖର୍ଚ୍ଚଦାବି ଆଲୋଚନା କରାଗଲା, ସେତେବେଳେ କେବଳ ବିରୋଧୀଙ୍କୁ ସମାଲୋଚନା କରିବାରେ ସବୁ ସମୟ ଯାଇଛି। ୨ ବର୍ଷରେ ୩ଟି ବଜେଟ ରାଜ୍ୟ ସରକାର ଆଣି ସାରିଲେଣି। ମାତ୍ର କୋଉ ବଜେଟ ୫୦ ପ୍ରତିଶତରୁ ଅଧିକ କରାଯାଇପାରି ନାହିଁ। କେତେ ଟଙ୍କା ଖର୍ଚ୍ଚକରି ୟୁଟିଲାଇଜେଶନ ସାର୍ଟିଫିକେଟ ଆଣିଛ ତା’ର ଉତ୍ତର ରଖ। ଏହି ୩ଟି ବଜେଟ ଭିତରେ ୫୦ ହଜାର କୋଟି ଟଙ୍କାର ଋଣ ସରକାର କରିସାରିଲେଣି। ୨୦୨୯ ସୁଦ୍ଧା ତେବେ ୩ ଲକ୍ଷ କୋଟି ଟଙ୍କାର ଋଣ କରିସାରିଥିବେ। ୨୦୩୬ରେ ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା କଥା କହୁଛନ୍ତି। ହେଲେ ସେତିକି ଦିନରେ ଏହିଭଳି ଯଦି ଯିବେ ତା’ହେଲେ ୫ ଲକ୍ଷ କୋଟି ଟଙ୍କା ଋଣ କରିସାରିଥିବେ। ଓ଼ଡିଶାରୁ ୨୦ ଜଣ ଏମ୍‌ପି ଭାଜପାରୁ ଜିତିକି ଯାଇଛନ୍ତି ସେଠାରେ ମୁହଁ ତୁଣ୍ଡି ବାନ୍ଧି ବସିଛନ୍ତି ବୋଲି ଅରୁଣ କହିଛନ୍ତି।
ନିଜ ଭାଷଣ ରଖିବା ବେଳେ ଅରୁଣଙ୍କ ମନ୍ତବ୍ୟକୁ ନେଇ ଭାଜପା ସଦସ୍ୟ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ବିରୋଧୀ ବିଧାୟକ ଆହୁରି ଅନେକ ଘୋଡ଼ାର ନାଁ ଛାଡ଼ିଗଲେ। ହଡ଼ା ଘୋଡ଼ା, ବୁଢ଼ା ଘୋଡ଼ା, ପଘାଛିଡ଼ା ଘୋଡ଼ାଙ୍କ ବିଷୟରେ କୁହାଗଲାନାହିଁ। ସେମାନଙ୍କୁ ବିଧାୟକ ଚିହ୍ନିପାରିଲେ ନାହିଁ। ସେଥିଲାଗି ରାତିରେ ଘୋଡ଼ାଙ୍କୁ ଲୁଙ୍ଗି ପିନ୍ଧାଇ ଜଗିକି ବସିଲେ ହେଲେ ସେମାନେ ପଘା ଛିଡ଼ାଇଦେଇ ଚାଲିଗଲେ ବୋଲି ସିଦ୍ଧାନ୍ତ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri