ଆରୁହା ଖାଦାନ ବନ୍ଦ ନିର୍ଦ୍ଦେଶ

ଯାଜପୁର,୨୭।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ବେଆଇନ କ୍ରଶର ଏବଂ କଳାପଥର ଖାଦାନ ମାଲିକମାନେ କୌଣସି ନୀତିନିୟମକୁ ମାନୁ ନାହାନ୍ତି। ଏପରି କି ଲଘୁଖଣି ଉପନିର୍ଦ୍ଦେଶକ(ଡିଡିଏମ୍‌)ଙ୍କ କୌଣସି ନିର୍ଦ୍ଦେଶ ଏଠାରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ଆରୁହା ଖାଦାନରୁ କଳାପଥର ଉତ୍ତୋଳନ ବନ୍ଦ କରିବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏ ନେଇ ଡବ୍ଲ୍ୟୁପିସି ପିଆଇଏଲ୍‌ ନଂ. ୨୮୦୩/୨୦୨୪ରେ ସେହି ମାମଲା ପଞ୍ଜୀକୃତ ହୋଇଛି। ଏହି ମାମଲା ଉପରେ ରାଜ୍ୟ ସରକାରଙ୍କ ଷ୍ଟିଲ୍‌ ଓ ମାଇନ୍ସ ବିଭାଗ ପକ୍ଷରୁ ଉପସଚିବ ରାଜେଶ ପ୍ରସାଦ ନାୟକ ଆଇନ ଅନୁସାରେ ଆରୁହା କଳାପଥର ଖାଦାନ ଓ କ୍ରଶର ୟୁନିଟ ବନ୍ଦ କରିବାକୁ ଯାଜପୁର ଜିଲାପାଳ ଏବଂ ଡିଡିଏମ୍‌ଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ଜିଲାର ୨୬ଟି କଳାପଥର ଖାଦାନକୁ ବନ୍ଦ କରିବାକୁ ଡିଡିଏମ୍‌ ଅଫିସରୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ବନ୍ଦ ହେବା ପରିବର୍ତ୍ତେ ଆରୁହା ଖାଦାନରୁ ଗତ ୩ ଦିନ ହେବ ମାଟି, ମୋରମ ଏବଂ କଳାପଥର ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ରାହାଡ଼ପୁର ଓ ବିଛାଖଣ୍ଡି ଖାଦାନର ଲିଜ୍‌ଧାରୀ ଡିଡିଏମ୍‌ଙ୍କ ନିର୍ଦ୍ଦେଶକୁ ନ ମାନି ଦିନରାତି ଶତାଧିକ ଟ୍ରିପ୍‌ କଳାପଥର ଚାଲାଣ କରୁଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷେ ଜନସ୍ବାର୍ଥ ମାମଲା ଆବେଦନକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଧର୍ମଶାଳା ଥାନା ପୋଲିସ ଏକ ମାମଲା(ନଂ.୮୨୪/୨୦୨୪)ରୁଜୁକରି ଚୁପ୍‌ ହୋଇ ବସିଛି। ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫ୍ଟି(ଡିଜିଏମ୍‌ଏସ୍‌)ଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ଲିଜ୍‌ଧାରୀମାନେ ମାଇନ୍ସ ମ୍ୟାନେଜର ନିଯୁକ୍ତି, ବ୍ଲାଷ୍ଟିଂ ଅନୁମତି ଇତ୍ୟାଦି ଆଇନ ପାଳନ କରି ନ ଥିବେ ସେମାନଙ୍କ ଖାଦାନ ପାଇଁ ଇ-ଟିପି(ଟ୍ରାନ୍‌ଜିଟ ପାସ୍‌) ନ ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ତଥାପି ଆରୁହା ଏବଂ ଅନ୍ୟ କେତେକ ଖାଦାନରେ ପ୍ରତିଦିନ ବେଆଇନ ଭାବେ ପଥର ଉତ୍ତୋଳନ ଜାରି ରହିଛି। ଏନେଇ ଆରୁହା ଗ୍ରାମର ବିପିନ କୁମାର ବେହେରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ତେବେ ଗତ ୧୭ ତାରିଖରେ ଲିଜ୍‌ଧାରୀ ମନୋଜ କୁମାର ସାମଲ କେତେଜଣ ବ୍ୟକ୍ତିଙ୍କୁ ପଠାଇ ଆବେଦନକାରୀ ବିପିନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଧର୍ମଶାଳା ଥାନାରେ ମନୋଜ କୁମାର ସାମଲ, ନିରାକାର ସାମଲ, ସୁରେଶ ସାମଲ ଓ ପ୍ରମୋଦ ସାମଲଙ୍କ ନାମରେ ମାମଲା ରୁଜୁ ହୋଇଛି।
ଏ ସଂକ୍ରାନ୍ତରେ ଯାଜପୁର ଡିଡିଏମ୍‌ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ନିୟମିତ ବ୍ୟବଧାନରେ ବେଆଇନ ଖାଦାନଗୁଡିକ ଉପରେ ଚଢ଼ାଉ ଜାରି ରହିଛି। ଆରୁହା ପାହାଡ଼ରେ ଚାଲିଥିବା ଖାଦାନଗୁଡିକ ଉପରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri