ଆରୁହା ଖାଦାନ ବନ୍ଦ ନିର୍ଦ୍ଦେଶ

ଯାଜପୁର,୨୭।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ବେଆଇନ କ୍ରଶର ଏବଂ କଳାପଥର ଖାଦାନ ମାଲିକମାନେ କୌଣସି ନୀତିନିୟମକୁ ମାନୁ ନାହାନ୍ତି। ଏପରି କି ଲଘୁଖଣି ଉପନିର୍ଦ୍ଦେଶକ(ଡିଡିଏମ୍‌)ଙ୍କ କୌଣସି ନିର୍ଦ୍ଦେଶ ଏଠାରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ଆରୁହା ଖାଦାନରୁ କଳାପଥର ଉତ୍ତୋଳନ ବନ୍ଦ କରିବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏ ନେଇ ଡବ୍ଲ୍ୟୁପିସି ପିଆଇଏଲ୍‌ ନଂ. ୨୮୦୩/୨୦୨୪ରେ ସେହି ମାମଲା ପଞ୍ଜୀକୃତ ହୋଇଛି। ଏହି ମାମଲା ଉପରେ ରାଜ୍ୟ ସରକାରଙ୍କ ଷ୍ଟିଲ୍‌ ଓ ମାଇନ୍ସ ବିଭାଗ ପକ୍ଷରୁ ଉପସଚିବ ରାଜେଶ ପ୍ରସାଦ ନାୟକ ଆଇନ ଅନୁସାରେ ଆରୁହା କଳାପଥର ଖାଦାନ ଓ କ୍ରଶର ୟୁନିଟ ବନ୍ଦ କରିବାକୁ ଯାଜପୁର ଜିଲାପାଳ ଏବଂ ଡିଡିଏମ୍‌ଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ଜିଲାର ୨୬ଟି କଳାପଥର ଖାଦାନକୁ ବନ୍ଦ କରିବାକୁ ଡିଡିଏମ୍‌ ଅଫିସରୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ବନ୍ଦ ହେବା ପରିବର୍ତ୍ତେ ଆରୁହା ଖାଦାନରୁ ଗତ ୩ ଦିନ ହେବ ମାଟି, ମୋରମ ଏବଂ କଳାପଥର ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ରାହାଡ଼ପୁର ଓ ବିଛାଖଣ୍ଡି ଖାଦାନର ଲିଜ୍‌ଧାରୀ ଡିଡିଏମ୍‌ଙ୍କ ନିର୍ଦ୍ଦେଶକୁ ନ ମାନି ଦିନରାତି ଶତାଧିକ ଟ୍ରିପ୍‌ କଳାପଥର ଚାଲାଣ କରୁଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷେ ଜନସ୍ବାର୍ଥ ମାମଲା ଆବେଦନକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଧର୍ମଶାଳା ଥାନା ପୋଲିସ ଏକ ମାମଲା(ନଂ.୮୨୪/୨୦୨୪)ରୁଜୁକରି ଚୁପ୍‌ ହୋଇ ବସିଛି। ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫ୍ଟି(ଡିଜିଏମ୍‌ଏସ୍‌)ଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ଲିଜ୍‌ଧାରୀମାନେ ମାଇନ୍ସ ମ୍ୟାନେଜର ନିଯୁକ୍ତି, ବ୍ଲାଷ୍ଟିଂ ଅନୁମତି ଇତ୍ୟାଦି ଆଇନ ପାଳନ କରି ନ ଥିବେ ସେମାନଙ୍କ ଖାଦାନ ପାଇଁ ଇ-ଟିପି(ଟ୍ରାନ୍‌ଜିଟ ପାସ୍‌) ନ ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ତଥାପି ଆରୁହା ଏବଂ ଅନ୍ୟ କେତେକ ଖାଦାନରେ ପ୍ରତିଦିନ ବେଆଇନ ଭାବେ ପଥର ଉତ୍ତୋଳନ ଜାରି ରହିଛି। ଏନେଇ ଆରୁହା ଗ୍ରାମର ବିପିନ କୁମାର ବେହେରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ତେବେ ଗତ ୧୭ ତାରିଖରେ ଲିଜ୍‌ଧାରୀ ମନୋଜ କୁମାର ସାମଲ କେତେଜଣ ବ୍ୟକ୍ତିଙ୍କୁ ପଠାଇ ଆବେଦନକାରୀ ବିପିନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଧର୍ମଶାଳା ଥାନାରେ ମନୋଜ କୁମାର ସାମଲ, ନିରାକାର ସାମଲ, ସୁରେଶ ସାମଲ ଓ ପ୍ରମୋଦ ସାମଲଙ୍କ ନାମରେ ମାମଲା ରୁଜୁ ହୋଇଛି।
ଏ ସଂକ୍ରାନ୍ତରେ ଯାଜପୁର ଡିଡିଏମ୍‌ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ନିୟମିତ ବ୍ୟବଧାନରେ ବେଆଇନ ଖାଦାନଗୁଡିକ ଉପରେ ଚଢ଼ାଉ ଜାରି ରହିଛି। ଆରୁହା ପାହାଡ଼ରେ ଚାଲିଥିବା ଖାଦାନଗୁଡିକ ଉପରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri