କେସିଙ୍ଗା,୧୮ା୭ (ତୁମେଶ୍ୱର ସାହୁ)- ଗିନିଜ୍ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଥିବା କଳାହାଣ୍ଡି ଜିଲା ଅଗ୍ରଣୀ ବିଏସ୍ଏ ଅନୁଷ୍ଠାନର କଳାକାରଙ୍କୁ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଶୁକ୍ରବାର ବିଏସ୍ଏର ନୂତନ ସଭାଗୃହରେ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ପ୍ରକାଶ ମୁଖ୍ୟ ଅତିଥି ଓ ସାମାଜିକ କର୍ମୀ ସିଟିଜେନ ଫୋରମ ଅଧ୍ୟକ୍ଷ ଡା. ହେମସାଗର ସାହା, ଆଇଏଏସ୍ ପ୍ରୋବେଶନର ଅନିମେଶ ପ୍ରଧାନ, ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡିଓ ଜନ୍ମେଜୟ ସ୍ବାଇଁ ଉପସ୍ଥିତ ରହି କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଉପଲକ୍ଷେ ନିକଟରେ ମସ୍କୋଠାରେ ନୃତ୍ୟ ପରିବେଷଣ କରିଥିବା ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡା ଓ ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡ. ଅଜୟ ମିଶ୍ର, ପୂର୍ବତନ ନଗରପାଳ ରାମ କୁମାର ଜୈନ, ସରିତା ସିନ୍ଦୂର, ସାମାଜିକ କର୍ମୀ ଜଗଦୀଶ ମଣ୍ଡଳ, ସାହିିତ୍ୟକ ଜୟନ୍ତ ବେହେରା, ବିଶିଷ୍ଟ କଳାକାର କୁମାର ସିଂ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


