ୟୁରିଆ ସାରର କୃତ୍ରିମ ଅଭାବ, ଚାଷୀଙ୍କ ଭିଡ଼ ପାଇଁ ଅପ୍ରୀତିକର ପରିସ୍ଥିତି

ଅମରପାଲି,୮ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପିତାମହୁଲ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ରବିବାର ୟୁରିଆ ବିକ୍ରି ବେଳେ ଚାଷୀଙ୍କ ମାତ୍ରାଧିକ ଭିଡ ଯୋଗୁ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ଫଳରେ ୟୁରିଆ ବିକ୍ରି ହୋଇପାରି ନ ଥିଲା। ପରେ ଏନେଇ ସୁବଳୟା ପୋଲିସକୁ ଖବର ଦିଆଯାଇଥିଲା। ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପୋଲିସ ଟିମ୍‌ ଘଟଣାସ୍ଥଳକୁ ଆସି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏବେ ବୀରମହାରାଜପୁର ସମେତ ସମଗ୍ର ସୁବର୍ଣ୍ଣପୁର ଜିଲାରେ ୟୁରିଆର କୃତ୍ରିମ ଅଭାବ ଦେଖାଦେଇଛି। ଏହାର ସୁଯୋଗ ନେଇ କେତେକ ବ୍ୟବସାୟୀ କଳାବଜାର କରୁଛନ୍ତି।
ଅଞ୍ଚଳରେ ୟୁରିଆ ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ଲକର ପିତାମହୁଲ ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ତିନି ଶହ ପ୍ୟାକେଟ ୟୁରିଆ ଆସିଥିଲା। ଏହି ପ୍ୟାକ୍ସରେ ପୂର୍ବରୁ ଦୁଇ ଶହ ପଚାଶ ପ୍ୟାକେଟ ୟୁରିଆ ଥିଲା। ଫଳରେ ସମୁଦାୟ ୫ଶହ ୫୦ ପ୍ୟାକେଟ ୟୁରିଆ ବିକ୍ରି ହେବାକୁ ଥିବା ବେଳେ ଉକ୍ତ ପ୍ୟାକ୍ସକୁ ପ୍ରାୟ ଦୁଇ ହଜାରରୁ ଅଧିକ ଚାଷୀ ୟୁରିଆ ନେବା ପାଇଁ ଆସିଥିଲେ। ଫଳରେ ସମସ୍ତ ଚାଷୀ ୟୁରିଆ ନ ପାଇ ପ୍ୟାକ୍ସ ଆଗରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ଉପସ୍ଥିତିରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୟୁରିଆ ବିକ୍ରି କରାଯାଇଥିଲା। ଏନେଇ ପିତାମହୁଲ ପ୍ୟାକ୍ସର ସମ୍ପାଦକ ହିମାଂଶୁ ପ୍ରଧାନଙ୍କୁ ପଚାରିବାରୁ ଆମ ପ୍ୟାକ୍ସକୁ ୩ଶହ ପ୍ୟାକେଟ୍‌ ୟୁରିଆ ଆସିଥିବା ବେଳେ ଅଧିକ ଚାଷୀ ଆସିବାରୁ ଭିଡ଼ ହୋଇଥିଲା। ପରେ ପୋଲିସ ଉପସ୍ଥିତିରେ ଆଧାର କାର୍ଡ ଦେଖି ପ୍ରତି ଚାଷୀଙ୍କୁ ଗୋଟିଏ ଲେଖାଏ ପ୍ୟାକେଟ ୟୁରିଆ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି। ସେହିପରି ଖଣ୍ଡହତା ପ୍ୟାକ୍ସରେ ମଧ୍ୟ ୟୁରିଆ ନେବାକୁ ହଜାର ହଜାର ଲୋକ ଆସିଥିଲେ। ୟୁରିଆ ବିକ୍ରି ବେଳେ ପ୍ୟାକ୍ସ ବାହାରେ କେତେକ ଚାଷୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ହୋଇଥିବା ମଧ୍ୟ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri