Posted inଫୁରସତ

ଧାନକ୍ଷେତରେ କଳାକୃତୀ

କଳାକାରକୁ ନିଜ ପ୍ରତିଭାର ପରିପ୍ରକାଶ ପାଇଁ କେବଳ କାନ୍‌ଭାସ୍‌ କି ରଙ୍ଗ ତୂଳୀର ଆବଶ୍ୟକତା ପଡେନା। ନିଜ କଳାର ପ୍ରଦର୍ଶନ ପାଇଁ ସେ ଯେକୌଣସି ମାଧ୍ୟମକୁ ବି ଆପଣେଇପାରେ। ଯାହାର ପ୍ରମାଣ ଜାପାନର ଧାନ କ୍ଷେତକୁ ଦେଖିଲେ ମିଳିଯାଏ। ଏଠାକାର କିଛି କୃଷକ କେବଳ ଧାନ ଚାଷ କରି ନ ଥାଆନ୍ତି ବରଂ ସେହି କ୍ଷେତକୁ ଖୁବ୍‌ ସୁନ୍ଦରଭାବେ ସଜାଇଥାଆନ୍ତି ମଧ୍ୟ। ସେମାନେ ନିଜ ଚାଷ ଜମିରେ ବିଭିନ୍ନ କିସମର ଧାନଗଛକୁ ଏଭଳି ଭାବେ ଲଗାଇଥାନ୍ତି ଯେ, ତାହା ବଡ ହେବା ପରେ ଗୋଟେ ଗୋଟେ ସୁନ୍ଦର ପୋର୍ଟ୍ରେଟ୍‌ରେ ପରିଣତ ହୋଇଯାଏ। ମୋନାଲିସାଠୁ ଆରମ୍ଭ କରି ମର୍ଲିନ ମୋନରୋ, ପୁଣି ଜାପାନ ପରମ୍ପରା ସଂସ୍କୃତି ସହ ଜଡିତ ଅନେକ କଥାବସ୍ତୁର ଚିତ୍ର ଏଇ ଧାନ କ୍ଷେତରେ ଦେଖିବାକୁ ମିଳେ। ଲାଗେ ସତେ ଯେମିତି କୃଷକଙ୍କ ପାଇଁ ତାଙ୍କ ଧାନ କ୍ଷେତ ପାଲଟିଛି ବିରାଟକାୟ କାନ୍‌ଭସ୍‌। ଖାସ୍‌କରି ଜାପାନର ଆମୋମୋରୀ ପ୍ରାନ୍ତସ୍ଥ ଇନକାଦତେ ଗାଁରେ ଏଭଳି କଳାକୃତୀସବୁ ଦେଖିବାକୁ ମିଳେ। ଏହି ମାଷ୍ଟର ପିସ୍‌ଗୁଡିକୁ ସେମାନେ ୭ଟି ଅଲଗା ଅଲଗା ପ୍ରକାରର ଧାନ ଲଗାଇ ତିଆରି କରିଥାନ୍ତି। ଆଉ ଯେତେବେଳେ ପବନ ହୁଏ କ୍ଷେତ ଲାଗେ ସତେ ଯେମିତି ତାହା କୌଣସି ଏକ ଥ୍ରୀଡି ମାଷ୍ଟରପିସ୍‌। ଏହି ସୁନ୍ଦର ଦୃଶ୍ୟକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଏଠାକୁ ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri