୧୪ ଶୈବପୀଠରେ ୧୪୪ ଧାରା

ଢେଙ୍କାନାଳ ଅଫିସ, ୨।୭-ଢେଙ୍କାନାଳର ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଶ୍ରାବଣ ସୋମବାର ଜଳଲାଗିକୁ ନିଷେଧ କରାଯାଇଛି। ଜୁଲାଇ ୫, ୬, ୧୨, ୧୩, ୧୯, ୨୦,୨୬,୨୭, ଏବଂ ଅଗଷ୍ଟ ୨ ଓ ୩ ତାରିଖରେ କଟକଣା ସ୍ବରୂପ ଜିଲାର ପ୍ରମୁଖ ୧୪ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି। କପିଳାସସ୍ଥିତ ଶ୍ରୀଚନ୍ଦ୍ରଶେଖରଜୀଉ, ଲତାଦେଈପୁରର ଉନ୍ନକୋଟିଶ୍ୱର, ଓଡ଼ାପଡ଼ା ବ୍ଲକ ନାଧରାର ମା’ ରାମଚଣ୍ଡୀ-କନକେଶ୍ୱର, ସଦର ବ୍ଲକ ବଡ଼ନାଗେନାର ନାଗନାଥଶ୍ୱର, ଗଙ୍ଗାଧରପ୍ରସାଦର ପଶ୍ଚିମେଶ୍ୱର, କାମାକ୍ଷାନଗର ବ୍ଲକ ତେନ୍ତୁଳିସିଙ୍ଗାର ରାମେଶ୍ୱର, ହାଟୁଆରିର କପିଳେଶ୍ୱର, ଶିବୁଳାପଶିର ସ୍ବପ୍ନେଶ୍ୱର, ଭୁବନର ବୁଦ୍ଧେଶ୍ୱର, ପରଜଙ୍ଗ ବ୍ଲକ କୁଆଳୋର ସ୍ବପ୍ନେଶ୍ୱର, ହିନ୍ଦୋଳ ବ୍ଲକ ରଞ୍ଜାଗୋଳ ଶୈବପୀଠ, ରକଲାର ଉଦ୍ଦେଶ୍ୱର, ମହାତଳାର ମାତଳେଶ୍ୱର, ଚିତ୍ତଳପୁରର ଉଗ୍ରେଶ୍ୱର ମହାଦେବଙ୍କ ପୀଠରେ ଏହି କଟକଣା ଜାରି କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ଉପଜିଲାପାଳ ଏବଂ ଦେବୋତ୍ତର ଅଧିକାରୀଙ୍କୁ ଅବଗତ କରାଯାଇଛି।