Posted inଖେଳ

ଅର୍ଶଦ, ସୁମିତଙ୍କ ଶତକ, ଦେବାଶିଷ, ଗୌତମଙ୍କୁ ୫ ଉଇକେଟ

ଭୁବନେଶ୍ୱର,୨୩ା୩ (ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟସ୍ତରୀୟ କଳାହାଣ୍ଡି କପ୍‌ କ୍ରିକେଟରେ ବୁଧବାର ସମ୍ବଲପୁର, କିଟ୍‌, ବୌଦ୍ଧ, କୋରାପୁଟ ଓ ବଲାଙ୍ଗୀର ବିଜୟ ହାସଲ କରିଛନ୍ତି। ବରଗଡର ସୁମିତ କେ. ରାୟ ଓ କୋରାପୁଟର ଅର୍ଶଦ କିଶୋର ଶତକ ମାରିଥିବା ବେଳେ ବୌଦ୍ଧର ଦେବାଶଷ ବାଘ ଓ ସୋନପୁରର ଗୌତମ ଦାସ ୫ ଉଇକେଟ ସଫଳତା ହାସଲ କରିଛନ୍ତି। ରେଭେନ୍ସା ଗ୍ରାଉଣ୍ଡ-୧ରେ ଖେଳାଯାଇଥିବା ମ୍ୟାଚରେ ଟୁକୁନା ସାହୁଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ସମ୍ବଲପୁର ୬୬ ରନ୍‌ରେ ଅନୁଗୁଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସମ୍ବଲପୁର ୩୮ ଓଭରରେ ୯ ଉଇକେଟରେ ୨୦୧ ରନ୍‌ କରିଥିଲା।

ସୟଦ ଜାକି ୫୮ ରନ୍‌ କରିଥିବା ବେଳେ ମିଲନ ସାମଲ ୩ ଓ ଟୁକୁନା ସାହୁ ୨ ଉଇକେଟ ନେଇଥିଲେ। ଜବାବରେ ଟୁକୁନାଙ୍କ ୭୧ ରନ୍‌ ସତ୍ତ୍ୱେ ଅନୁଗୁଳ ୩୧.୪ ଓଭରରେ ୧୩୫ ରନରେ ଅଲଆଉଟ ହୋଇଥିଲା। ସମ୍ବଲପୁର ପକ୍ଷରୁ ରାହୁଲ ବିଶ୍ୱକର୍ମା ୪ ଉଇକେଟ ନେଇଥିଲେ। ସନ୍‌ସାଇନ୍‌ ଗ୍ରାଉଣ୍ଡରେ ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚରେ କିଟ୍‌ ୮୪ ରନ୍‌ରେ ବରଗଡକୁ ପରାସ୍ତ କରିଛି। ସୁଦର୍ଶନ ରାଉତଙ୍କ ୮୯ ଓ ଅନୀଶ ରାଉତଙ୍କ ୫୪ ରନ୍‌ ବଳରେ କିଟ୍‌ ୫୦ ଓଭରରେ ୮ ଉଇକେଟରେ ୩୩୦ ରନ୍‌ କରିଥିଲା। ଜବାବରେ ସୁମିତ୍‌ କେ. ରାୟଙ୍କ ୧୦୦ ରନ୍‌ ସତ୍ତ୍ୱେ ବରଗଡ ୯ ଉଇକେଟରେ ୨୪୬ ରନ୍‌ କରିଥିଲା। ଆଦର୍ଶପୁର ଗ୍ରାଉଣ୍ଡରେ ବୌଦ୍ଧ ୭ ଉଇକେଟରେ ନବରଙ୍ଗପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନବରଙ୍ଗପୁର ୧୧୪ ରନରେ ଅଲଆଉଟ ହୋଇଥିଲେ। ବୌଦ୍ଧର ଦେବାଶିଷ ୩୦ ରନ୍‌ରେ ୬ ଉଇକେଟ ନେଇଥିଲେ। ଜବାବରେ ବୌଦ୍ଧ ୨୧.୫ ଓଭରରେ ୩ ଉଇକେଟ ହରାଇ ୧୧୬ ରନ୍‌ କରିଥିଲା।

ଏମ୍‌ଜିଏମ୍‌ ଗ୍ରାଉଣ୍ଡରେ କୋରାପୁଟ ୧୦୩ ରନ୍‌ରେ ସୋନପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କୋରାପୁଟ ଅର୍ଶଦଙ୍କ ୧୧୨ ରନ୍‌ ବଳରେ ୫୦ ସଭରରେ ୮ ଉଇକେଟରେ ୨୭୬ ରନ୍‌ କରିଥିଲା। ସୋନପୁରର ଗୌତମ ଦାସ ୫୭ ରନ୍‌ରେ ୫ ଉଇକେଟ ନେଇଥିଲେ। ଜବାବରେ ଚିନ୍ମୟ ପଣ୍ଡାଙ୍କ ୪ ଉଇକେଟ ସଫଳତା ବଳରେ ସୋନପୁର ୧୭୩ ରନ୍‌ରେ ଅଲଆଉଟ ହୋଇଥିଲା। ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳା ଯାଇଥିବା ମ୍ୟାଚରେ ବଲାଙ୍ଗୀର ୯୮ ରନ୍‌ରେ ଦେବଗଡକୁ ପରାସ୍ତ କରିଛି। ଡି ଗୌରବଙ୍କ ୫୮ ରନ୍‌ ବଳରେ ବଲାଙ୍ଗୀର ୯ ଉଇକେଟରେ ୨୩୪ ରନ୍‌ କରିଥିଲା। ଦେବଗଡ ୩୪.୫ ଓଭରରେ ୧୩୬ ରନ୍‌ରେ ସୀମିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri