ଓଡ଼ିଶାରୁ ଓହରି ନାହାନ୍ତି ଆର୍ସଲମିତ୍ତଲ, ନିପନ ଷ୍ଟିଲ୍: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୪ା୧୧: ଅଗ୍ରଣୀ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଆର୍ସଲମିତ୍ତଲ ଏବଂ ଜାପାନର ନିପନ ଷ୍ଟିଲ୍ ଓଡିଶାରୁ ଓହରି ନଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଦୁଇ କମ୍ପାନୀ ମିଳିତଭାବେ ଓଡ଼ିଶାରେ ବିଶାଳ ଷ୍ଟିଲ୍ ପ୍ଲାଣ୍ଟ ବସାଇବେ ବୋଲି ପୂର୍ବ ସରକାରଙ୍କ ସମୟରେ ଓଡିଶା ସହିତ ଚୁକ୍ତି କରିଥିଲେ।

କେନ୍ଦ୍ରାପଡରେ ହେବାକୁ ଥିବା ଏହି ପ୍ରକଳ୍ପରୁ ଓହରି ପଡୋଶୀ ଆନ୍ଧ୍ର ପ୍ରଦେଶକୁରେ ଦୁଇ କମ୍ପାନୀ ସମାନ ନିବେଶ କରିବାକୁ ଯାଉଥିବା ଖବର ପ୍ରସାର ହେବା ପରେ ଶିଳ୍ପମନ୍ତ୍ରୀ ଏହା ଉପରେ ସ୍ପଷ୍ଟୀକରଣ ଦେବା ସହିତ ଏହାକୁ ବିଜେଡିର ଚକ୍ରାନ୍ତ ବୋଲି କହିଛନ୍ତି। ନିପନ ଷ୍ଟିଲ୍ ଓଡ଼ିଶାରେ ଏବଂ ଗୁଜରାଟରେ ଷ୍ଟିଲ୍ ପ୍ଲାଣ୍ଟ ବସାଇବାକୁ ବେଶ ଆଗ୍ରହୀ ଅଛି। ଏଥିସହିତ ଯେଉଁ କମ୍ପାନୀଗୁଡ଼ିକ ବିଜେଡି ସରକାର ସମୟରେ ଓଡିଶା ଛାଡି ପଳାଉଥିଲେ ଏବେ ସେମାନେ ପୁଣି ଓଡିଶାକୁ ଫେରୁଛନ୍ତି।

ଓଡିଶାରୁ ଏହି ପ୍ରକଳ୍ପ ଅହରାଯିବା ଖବର ଆସିବା ପରେ ରାଜ୍ୟର ବିଜୁ ଜନତା ଦଳର(ବିଜେଡି) ନିପନ କମ୍ପାନୀକୁ ଓଡିଶା ଆଣିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାପାନ ଗସ୍ତ କରିଥିଲେ।

ପୂର୍ବରୁ ଜେଏସଡବ୍ଲୁ ମଧ୍ୟ ଓଡ଼ିଶାରେ କରିବାକୁ ଥିବା ଇଲେକ୍ଟ୍ରିକ କାର୍ କାରଖାନାକୁ ମହାରଷ୍ଟ୍ରକୁ ନେଇଯିବା କଥା ଆସିବା ପରେ ଜେଏସଡବ୍ଲୁ ସ୍ପଷ୍ଟୀକରଣ ରଖି ଏହା ଓଡିଶାରୁ ସ୍ଥାନାନ୍ତରଣ ହୋଇ ନ ଥିବା କହିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri