Posted inଜାତୀୟ

ଭାଇରାଲ ପୋଷ୍ଟରୁ ଗିରଫଦାରି: ବଢୁଛି ବିବାଦ

ନୂଆଦିଲ୍ଲୀ, ୨।୬: ପୁଣେ ଆଇନ ବିଶ୍ୱବିଦ୍ୟାଳୟର ୨୨ ବର୍ଷୀୟା ଛାତ୍ରୀ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଶର୍ମିଷ୍ଠା ପନୋଲିଙ୍କୁ ଗତ ଶୁକ୍ରବାର କୋଲକାତା ପୋଲିସ ଗୁରୁଗ୍ରାମରୁ ଗିରଫ କରିଥିଲା। ଭାରତର ‘ଅପରେଶନ ସିନ୍ଦୂର’କୁ ନେଇ ବଲିଉଡ୍‌ର ଏକ ନିର୍ଦ୍ଦିଷ୍ଟ ଧର୍ମର ଅଭିନେତାମାନେ ଚୁପ୍‌ ରହିଛନ୍ତି ବୋଲି ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ପୋଷ୍ଚରେ ମୁସଲମାନ ଧର୍ମ ବିଷୟରେ ସେ ବିଭିନ୍ନ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଅନେକ ୟୁଜର୍ସ ଶର୍ମିଷ୍ଠାଙ୍କୁ ସମାଲୋଚନା କରି ତାଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଥିଲେ। ଏହାପରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହ୍ୟାଶ୍‌ଟ୍ୟାଗ୍‌ ଆରେଷ୍ଟ ଶର୍ମିଷ୍ଠା ଟ୍ରେଣ୍ଡ୍‌ ଆରମ୍ଭ ହୋଇଥିଲା। ସମାଲୋଚନାର ଶିକାର ହେବା ପରେ ଶର୍ମିଷ୍ଠା ନିଜ ଭିଡିଓକୁ ଡିଲିଟ୍‌ କରିଦେଇଥିଲେ ଏବଂ ଆଉ ଏକ ପୋଷ୍ଟକରି ନିଜ ଅନୁଗାମୀଙ୍କୁ କ୍ଷମା ମାଗିଥିଲେ। ଶର୍ମିଷ୍ଠାଙ୍କ ଭିଡିଓ ଇସ୍‌ଲାମ ଧର୍ମର ଲୋକଙ୍କ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଦର୍ଶାଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗିରଫ ପରେ ଆସନ୍ତା ଜୁନ୍‌ ୧୩ ପର୍ଯ୍ୟନ୍ତ କୋର୍ଟ ଶର୍ମିଷ୍ଠାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ଶନିବାର କୋର୍ଟରୁ ବାହାରିବା ସମୟରେ ଶର୍ମିଷ୍ଠା କହିଥିଲେ, ତାଙ୍କୁ ଯେଉଁଭଳି ଭାବେ ଉତ୍ପୀଡ଼ନ କରାଯାଉଛି ତାହା ଅସହ୍ୟ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏପରି ଅତ୍ୟାଚାର ତାଙ୍କୁ ଆଶ୍ଚର୍ଯ୍ୟ କରିଛି।
ଭାଜପା ଏମ୍‌ପି ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଶର୍ମିଷ୍ଠାଙ୍କ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି, ଶର୍ମିଷ୍ଠା ନିଜ ମତବ୍ୟକ୍ତ କରୁଥିବା ସମୟରେ କିଛି ଅପ୍ରିୟ ଶବ୍ଦର ବ୍ୟବହାର କରିଥିଲେ, ଯାହା ଭୁଲ୍‌ ଥିଲା। ସମ୍ପ୍ରତି ଯୁବପିଢ଼ି ଏପରି ଶବ୍ଦର ବ୍ୟବହାର ବହୁବାର କରିଥାନ୍ତି। ଶର୍ମିଷ୍ଠା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ତାହା ଯଥେଷ୍ଟ। ତାଙ୍କୁ ଗିରଫ କରି ଅଧିକ ହଇରାଣ କରିବା ଉଚିତ ନୁହେଁ। ସାଧାରଣ ଲୋକଙ୍କୁ ଏପରି ଅତ୍ୟାଚାର କରି ପଶ୍ଚିମବଙ୍ଗ ସରକାର ରାଜ୍ୟକୁ ଉତ୍ତର କୋରିଆ ପରିଣତ ନ କରନ୍ତୁ ବୋଲି କଙ୍ଗନା କହିଛନ୍ତି। ସେହିପରି ଏହି ଘଟଣାକୁ ନେଇ ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କୁ ସମାଲୋଚନା କରିଛନ୍ତି। ନେଦରଲାଣ୍ଡର ପାର୍ଲାମେଣ୍ଟ ସଦସ୍ୟ ଗିର୍ଟ ଓ୍ବାଇଲ୍ଡର୍ସ ମଧ୍ୟ ଶର୍ମିଷ୍ଠାଙ୍କ ସମର୍ଥନରେ ବାହାରିଛନ୍ତି। ତାଙ୍କ ଗିରଫଦାରିକୁ ସେ ବାକ୍‌ ସ୍ବାଧୀନତାର ଉଲ୍ଲଂଘନ ବୋଲି କହିଛନ୍ତି। ଶର୍ମିଷ୍ଠାଙ୍କୁ ମୁକ୍ତ କରାଯାଉ ବୋଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଶର୍ମିଷ୍ଠାଙ୍କର ୧ ଲକ୍ଷ ୭୫ ହଜାର ଫଲୋଅର୍ସ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

୧୨ ଯାଏ ଥରିବ ଓଡ଼ିଶା: ୭ ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ।...

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

ହାର୍ଦ୍ଦିକଙ୍କ ବଡ଼ ବୟାନ, ପ୍ରେମିକା ମାହିକାଙ୍କୁ ନେଇ କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୧୦।୧୨: କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୧୦୧ ରନର ବିଶାଳ ବିଜୟ...

୫ଟି ଷ୍ଟ୍ରେସ୍‌ ଫ୍ରି ଚାକିରି, ଚାପ କମ୍‌ ଦରମା ଅଧିକ

ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri