Posted inଜାତୀୟ

ଭାଇରାଲ ପୋଷ୍ଟରୁ ଗିରଫଦାରି: ବଢୁଛି ବିବାଦ

ନୂଆଦିଲ୍ଲୀ, ୨।୬: ପୁଣେ ଆଇନ ବିଶ୍ୱବିଦ୍ୟାଳୟର ୨୨ ବର୍ଷୀୟା ଛାତ୍ରୀ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଶର୍ମିଷ୍ଠା ପନୋଲିଙ୍କୁ ଗତ ଶୁକ୍ରବାର କୋଲକାତା ପୋଲିସ ଗୁରୁଗ୍ରାମରୁ ଗିରଫ କରିଥିଲା। ଭାରତର ‘ଅପରେଶନ ସିନ୍ଦୂର’କୁ ନେଇ ବଲିଉଡ୍‌ର ଏକ ନିର୍ଦ୍ଦିଷ୍ଟ ଧର୍ମର ଅଭିନେତାମାନେ ଚୁପ୍‌ ରହିଛନ୍ତି ବୋଲି ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ପୋଷ୍ଚରେ ମୁସଲମାନ ଧର୍ମ ବିଷୟରେ ସେ ବିଭିନ୍ନ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଅନେକ ୟୁଜର୍ସ ଶର୍ମିଷ୍ଠାଙ୍କୁ ସମାଲୋଚନା କରି ତାଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଥିଲେ। ଏହାପରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହ୍ୟାଶ୍‌ଟ୍ୟାଗ୍‌ ଆରେଷ୍ଟ ଶର୍ମିଷ୍ଠା ଟ୍ରେଣ୍ଡ୍‌ ଆରମ୍ଭ ହୋଇଥିଲା। ସମାଲୋଚନାର ଶିକାର ହେବା ପରେ ଶର୍ମିଷ୍ଠା ନିଜ ଭିଡିଓକୁ ଡିଲିଟ୍‌ କରିଦେଇଥିଲେ ଏବଂ ଆଉ ଏକ ପୋଷ୍ଟକରି ନିଜ ଅନୁଗାମୀଙ୍କୁ କ୍ଷମା ମାଗିଥିଲେ। ଶର୍ମିଷ୍ଠାଙ୍କ ଭିଡିଓ ଇସ୍‌ଲାମ ଧର୍ମର ଲୋକଙ୍କ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଦର୍ଶାଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗିରଫ ପରେ ଆସନ୍ତା ଜୁନ୍‌ ୧୩ ପର୍ଯ୍ୟନ୍ତ କୋର୍ଟ ଶର୍ମିଷ୍ଠାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ଶନିବାର କୋର୍ଟରୁ ବାହାରିବା ସମୟରେ ଶର୍ମିଷ୍ଠା କହିଥିଲେ, ତାଙ୍କୁ ଯେଉଁଭଳି ଭାବେ ଉତ୍ପୀଡ଼ନ କରାଯାଉଛି ତାହା ଅସହ୍ୟ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏପରି ଅତ୍ୟାଚାର ତାଙ୍କୁ ଆଶ୍ଚର୍ଯ୍ୟ କରିଛି।
ଭାଜପା ଏମ୍‌ପି ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଶର୍ମିଷ୍ଠାଙ୍କ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି, ଶର୍ମିଷ୍ଠା ନିଜ ମତବ୍ୟକ୍ତ କରୁଥିବା ସମୟରେ କିଛି ଅପ୍ରିୟ ଶବ୍ଦର ବ୍ୟବହାର କରିଥିଲେ, ଯାହା ଭୁଲ୍‌ ଥିଲା। ସମ୍ପ୍ରତି ଯୁବପିଢ଼ି ଏପରି ଶବ୍ଦର ବ୍ୟବହାର ବହୁବାର କରିଥାନ୍ତି। ଶର୍ମିଷ୍ଠା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ତାହା ଯଥେଷ୍ଟ। ତାଙ୍କୁ ଗିରଫ କରି ଅଧିକ ହଇରାଣ କରିବା ଉଚିତ ନୁହେଁ। ସାଧାରଣ ଲୋକଙ୍କୁ ଏପରି ଅତ୍ୟାଚାର କରି ପଶ୍ଚିମବଙ୍ଗ ସରକାର ରାଜ୍ୟକୁ ଉତ୍ତର କୋରିଆ ପରିଣତ ନ କରନ୍ତୁ ବୋଲି କଙ୍ଗନା କହିଛନ୍ତି। ସେହିପରି ଏହି ଘଟଣାକୁ ନେଇ ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କୁ ସମାଲୋଚନା କରିଛନ୍ତି। ନେଦରଲାଣ୍ଡର ପାର୍ଲାମେଣ୍ଟ ସଦସ୍ୟ ଗିର୍ଟ ଓ୍ବାଇଲ୍ଡର୍ସ ମଧ୍ୟ ଶର୍ମିଷ୍ଠାଙ୍କ ସମର୍ଥନରେ ବାହାରିଛନ୍ତି। ତାଙ୍କ ଗିରଫଦାରିକୁ ସେ ବାକ୍‌ ସ୍ବାଧୀନତାର ଉଲ୍ଲଂଘନ ବୋଲି କହିଛନ୍ତି। ଶର୍ମିଷ୍ଠାଙ୍କୁ ମୁକ୍ତ କରାଯାଉ ବୋଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଶର୍ମିଷ୍ଠାଙ୍କର ୧ ଲକ୍ଷ ୭୫ ହଜାର ଫଲୋଅର୍ସ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?