ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ ମାଓବାଦୀ କମାଣ୍ଡରଙ୍କୁ ଗିରଫ କରି ଏକ ବଡ଼ ସଫଳତା ହାସଲ କରିଥିଲେ। ଗିରଫ ୨ ମାଓବାଦୀ କମାଣ୍ଡରଙ୍କ ତଥ୍ୟକୁ ଆଧାର କରି ମାଓବାଦୀଙ୍କ ଦ୍ବାରା ଗୁପ୍ତ ଭାବେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ସୁରକ୍ଷାବଳ ଓ ପୋଲିସ ଗୁରୁବାର ଜବତ କରି ପୁଣି ଥରେ ସଫଳତା ହାସଲ କରିଛନ୍ତି।

ଗିରଫ ହୋଇଥିବା ମାଓବାଦୀ ମୃତ୍ୟୁଞ୍ଜୟ ଭୂୟାଁ ଓ ବବଲୁ ରାମ (ଜୋନାଲ କମାଣ୍ଡର ଓ ସାଥୀ) ଯାହାଙ୍କ ନିକଟରୁ ଗିରଫଦାରି ସମୟରେ ଗୋଟିଏ ଅତ୍ୟାଧୁନିକ ଏ.କେ. -୪୭, ୨୧ ରାଉଣ୍ଡ ଜୀବନ୍ତ ଗୁଳି, ଏକ ଲକ୍ଷ ଷାଠିଏ ହଜାର ଟଙ୍କା ନଗଦ ମିଳିଥିଲା, ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଣି ଏହି ନୂଆ ସଫଳତା ମିଳିଛି।

ଲାତେହାର ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ପୂର୍ବରୁ ଗିରଫ ହୋଇଥିବା ଏହି ୨ମାଓବାଦୀଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଥିଲା। ପଚରାଉଚରା ସମୟରେ ସେମାନେ କହିଥିଲେ, ମିର୍ଚିଆ ଜଙ୍ଗଲରେ ମାଟି ତଳେ ଅସ୍ତ୍ର, ଗୁଳି ଓ ଅନ୍ୟ ସାମଗ୍ରୀ ଲୁଚାଇ ରଖାଯାଇଛି, ପରେ ପୋଲିସ ଓ ସୁରକ୍ଷା ବାହିନୀ ତୁରନ୍ତ ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ।

ସର୍ଚ୍ଚ ଅଭିଯାନ ସମୟରେ ଠିକଣା ସ୍ଥାନରୁ ପୋଲିସ ୨ଟି ଇନ୍‌ସାସ ରାଇଫଲ, ଗୋଟିଏ ପଏଣ୍ଟ (୩୦) କାର୍ବାଇନ ରାଇଫଲ, ୧୭୦ଟି ଜୀବନ୍ତ ଗୁଳି ସହିତ ମାଓବାଦୀଙ୍କ ବର୍ଦ୍ଦୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ।

ଗୁରୁବାର ଆୟୋଜିତ ପ୍ରେସ ବାର୍ତ୍ତାରେ ଲାତେହାର ଏସ୍‌ପି କୁମାର ଗୌରବ କହିଥିଲେ, ଗିରଫ ମାଓବାଦୀଙ୍କୁ ପଚରାଉଚରାରୁ ମିଳିଥିବା ସୂଚନା ଆଧାରରେ ଏହି ଅଭିଯାନ ଚାଲିଥିଲା। ସେ କହିଥିଲେ, ଜବତ ହୋଇଥିବା ସମସ୍ତ ଅସ୍ତ୍ର ସାଧାରଣ (ରେଗୁଲାର) ଅସ୍ତ୍ର। ଆଜିର ସଫଳତା ପରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ଅଞ୍ଚଳରେ ମୁତୟନ ଅର୍ଦ୍ଧସାମରିକ ବାହିନୀ ଓ ଉଭୟ ରାଜ୍ୟ ପୋଲିସର ମନୋବଳ ବୃଦ୍ଧି ଘଟିବା ସହିତ ଆଗକୁ ଆହୁରି ସଫଳତା ମିଳିବ ବୋଲି ରାଉରକେଲା ଡିଆଇଜି ବ୍ରିଜେଶ ରାୟ ସ୍ପଷ୍ଟ କରିଛନ୍ତି।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ମାଓବାଦୀ ଦମନ ଅଭିଯାନ ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଥିବା ଟାର୍ଗେଟକୁ ଉଭୟ ରାଜ୍ୟରେ ମୁତୟନ ଅର୍ଦ୍ଧସାମରିକ ବାହିନୀ ଓ ପୋଲିସ ଗୁରୁତର ସହ ନେଇ ବ୍ୟାପକ ଅଭିଯାନ ତୀବ୍ର କରିଛି। ମାଓବାଦୀ ବିରୋଧୀ ଅଭିଯାନରେ ନିକଟ ଅତୀତରେ ହୋଇଥିବା ଅପରେଶନରେ ଅଗ୍ରଣୀ ଭୂମିକା ନେଇ ଅନେକ ସଫଳତା ଆଣି ଦେଇଥିବା ୩ଜଣ ପୋଲିସ ଅଫିସର ଚଳିତବର୍ଷ ସମ୍ମାନଜନକ ଡିଜିପି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ଓଡ଼ିଶା ସୀମାବର୍ତ୍ତୀ ଥାନା କେ.ବଲାଙ୍ଗର ଇନ୍ସପେକ୍ଟର ଅଶୋକ କୁମାର ବେହେରା, ଡିଭିଏଫ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ)ରେ କାର୍ଯ୍ୟରତ ଅଧିକାରୀ ଜେମ୍ସ ମୁଣ୍ଡା ଓ ସବ୍‌ଇନ୍ସପେକ୍ଟର ଭାଗୀରଥି ଜେନାଙ୍କ ନାମ ପୋଲିସ ମହାନିର୍ଦ୍ଦେଶକ ମନୋନୀତ କରିଥିବା ନେଇ ଅଧିକାରୀଙ୍କ ମନୋବଳରେ ଅହେତୁକ ବୃଦ୍ଧି ଘଟିଥିବା ଦେଖାଯାଇଛି l ମନୋନୀତ ଏହି ୩ଜଣ ଅଧିକାରୀ ଆସନ୍ତା ଏପ୍ରିଲ ୧ ତାରିଖ ପୋଲିସ ପ୍ରତିଷ୍ଠା ଦିବସରେ ପୁରଷ୍କୃତ ହେବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri