ସୁନା ବିକିବାକୁ ଆସି ଧରାପଡ଼ିଲେ

ଗଞ୍ଜାମ,୧୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କରପଡା ଗ୍ରାମର ବୃନ୍ଦାବନ ଚାର୍ଟଙ୍କ ଘରୁ ଗତ ୨୮ ତାରିଖରେ ୨୧ ଭରି ସୁନା, ୧୦୦ ଭରି ରୁପା ସହ ନଗଦ ୧୦ ହଜାର ଟଙ୍କା ଚୋରି ହୋଇଥିଲା। ଏ ନେଇ ଗଞ୍ଜାମ ଥାନାରେ ଏକ (ନଂ.୧୧୨/୨୧) ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରେ କିଛି ସୁନା ବିକିବା ପାଇଁ ପ୍ରୟାସ କରିଥିଲେ। ଖବର ପାଇବା ପରେ ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ, ଚମାଖଣ୍ଡି ଓ ଛତ୍ରପୁର ଆଇଆଇସିଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ପୋଲିସ ଚଢାଉ ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। ସୋମବାର ପୋଲିସ ସୁନା କିଣିଥିବା ୨ଜଣ ବ୍ୟକ୍ତିଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ଏ ନେଇ ଖବରଦାତା ସମ୍ମିଳନୀରେ ମଙ୍ଗଳବାର ଡିଏସପି ଶ୍ୟାମ ସୁନ୍ଦର ମହାପାତ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସଦର ଥାନା କୃପାସିନ୍ଧୁପୁର ଶାସନର ଆର୍‌.ସନ୍ତୋଷ, ଆର୍‌.ବିନେସ, ଟି.ବାଙ୍ଗରା, କବିସୂର୍ଯ୍ୟନଗର ବାଣନଈ ଖରିଡ଼ା ଗ୍ରାମର କୈବଲ୍ୟ ପାତ୍ର, ବ୍ରହ୍ମପୁର ସଦର ଥାନା ଜଗଦଳପୁର ଗ୍ରାମର ଏସ୍‌.ବିଜୟ ଓ ସୁନାରୁପା କିଣିଥିବା କୋଦଳା ଥାନା ଉସ୍ତଲିର ଭିକାରି ସାହୁ ଏବଂ ଖଲ୍ଲିକୋଟ ଥାନା ଭେଜିପୁଟ ନୂଆ ସାହିର ବିଷ୍ଣୁ ସାହୁ ଓ କାର ଡ୍ରାଇଭର ଟି.ଭିକାରୀ। ଏମାନଙ୍କ ନଁାରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏହାର ମାଷ୍ଟରମାଇଣ୍ଡ କୈବଲ୍ୟ ପାତ୍ର। ସେମାନଙ୍କ ଠାରୁ ୧୭୪ ଗ୍ରାମ ସୁନା, ୯୯.୬ ଗ୍ରାମ ରୁପା ସହ ବ୍ୟବହୃତ ଶାବଳ, କାର ଓ ବାଇକ ଜବତ କରାଯାଇଛି।