Categories: ଜାତୀୟ

ସୁରକ୍ଷିତ ରହିବେ ଯବାନ: ଟି-୯୦ ଟ୍ୟାଙ୍କ ପାଇଁ କିଣାହେବ ନୂଆ ସରଞ୍ଜାମ

ନୂଆଦିଲ୍ଲୀ, ୨୧।୭: ଭାରତୀୟ ଯବାନଙ୍କ ସୁରକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ସେନା ବ୍ୟବହାର କରୁଥିବା ଟ୍ୟାଙ୍କରେ ନୂତନ ବିକଶିତ ସରଞ୍ଜାବ ଲଗାଯିବ। ଏହା ଅର୍ନ୍ତଗତ ଟି-୯୦ ଟ୍ୟାଙ୍କ ଲାଗି ୧,୫୧୨ଟି ମାଇନ୍‌ ପ୍ଲାଓ କିଣାଯିବ। ଏହାଦ୍ୱାରା ଲ୍ୟାଣ୍ଡ ମାଇନ୍‌ରୁ ଟ୍ୟାଙ୍କ ତଥା ଯବାନଙ୍କୁ ସୁରକ୍ଷିତ ରଖାଯାଇପାରିବ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ୫୫୭ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ୨୦୨୭ ସୁଦ୍ଧା ଏହି ସୁବିଧା ଭାରତୀୟ ସେନାଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଉଛି। ମାଇନ୍‌ ପ୍ଲାଓରେଥିବା ଲଙ୍ଗଳ ପରି ଆକୃତି ମାଟିତଳେ ପୋତା ଯାଇଥିବା ଲ୍ୟାଣ୍ଡ ମାଇନ୍‌କୁ ବାହାର କରିବାକୁ ସକ୍ଷମ ହେବ।

Share