Posted inଜାତୀୟ

ଆର୍ମି ଅଫିସରଙ୍କ ହାଇଡ୍ରାମା: ବିମାନବନ୍ଦରରେ କର୍ମଚାରୀଙ୍କୁ ମାରିଲେ ବିଧା-ଗୋଇଠା , ଭାଙ୍ଗିଦେଲେ ହାଡ଼, ଏବେ…

ଶ୍ରୀନଗର,୩।୮: ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍‌ ଜେଟ୍‌ ବିମାନ ନମ୍ବର SG-୩୮୬ର ବୋର୍ଡିଂ ଗେଟ୍‌ରେ ଜଣେ ଯାତ୍ରୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଯାତ୍ରୀଜଣଙ୍କ ସ୍ପାଇସ୍‌ ଜେଟ୍‌ର ଚାରିଜଣ କର୍ମଚାରୀଙ୍କ ଉପରେ ଗୁରୁତର ଆକ୍ରମଣ କରିଛନ୍ତି। ଶ୍ରୀନଗର ବିମାନବନ୍ଦରରେ ଘଟିଥିବା ଏହି ଘଟଣାକୁ ନେଇ ସ୍ପାଇସ୍‌ ଜେଟ୍‌ର ଜଣେ ମୁଖପାତ୍ର କହିଛନ୍ତି ଯେ, ଆକ୍ରମଣକାରୀ ଯାତ୍ରୀ କର୍ମଚାରୀଙ୍କୁ ଗୋଇଠା ଏବଂ ବିଧା ମାରିଥିଲେ। ଫଳରେ କର୍ମଚାରୀଙ୍କର ମେରୁଦଣ୍ଡ ସହ ମୁହଁରେ ଗଭୀର ଆଘାତ ଲାଗିଛି।

ମୁଖପାତ୍ରଙ୍କ କହିବା ଅନୁଯାୟୀ, ଜଣେ କର୍ମଚାରୀ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ତଥାପି ଉକ୍ତ ଯାତ୍ରୀଜଣଙ୍କ ତାଙ୍କୁ ଗୋଇଠା ମାରି ଚାଲିଥିଲେ। ମୁର୍ଚ୍ଛିତ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଆସିଥିବା ଅନ୍ୟ ଜଣେ ବ୍ୟକ୍ତି ଜୋରଦାର ଗୋଇଠା ମାରିବା ଫଳରେ ତାଙ୍କ ନାକ ଓ ମୁହଁରୁ ରକ୍ତସ୍ରାବ ହୋଇଥିଲା। ଆହତ କର୍ମଚାରୀମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ସ୍ପାଇସ୍‌ ଜେଟ ମୁଖପାତ୍ର କହିଛନ୍ତି ଯେ, ଆକ୍ରମଣକାରୀ ଯାତ୍ରୀ ଜଣେ ବରିଷ୍ଠ ସୈନ୍ୟ ଅଧିକାରୀ(ଆର୍ମି ଅଫିସର) ଥିଲେ। ସେ ଦୁଇଟି କେବିନ ବ୍ୟାଗ ନେଇ ଯାଉଥିଲେ, ଯାହାର ମୋଟ ଓଜନ ୧୬ କିଲୋଗ୍ରାମ, ଯାହା ଅନୁମୋଦିତ ୭ କିଲୋଗ୍ରାମ ସୀମାରୁ ଦୁଇ ଗୁଣରୁ ଅଧିକ ଥିଲା। ଯାତ୍ରୀଙ୍କୁ ଅତିରିକ୍ତ ସାମଗ୍ରୀ ପାଇଁ ଶୁଳ୍କ ଦେବାକୁ କୁହାଯାଇଥିଲା। କିନ୍ତୁ ସେ ତାହା ଦେବାକୁ ମନା କରିଦେଇଥିଲେ ଏବଂ ବୋର୍ଡିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କରି ଜୋରଜବରଦସ୍ତ ଏୟାରୋ ବ୍ରିଜରେ ପ୍ରବେଶ କରି ବିମାନ ସୁରକ୍ଷା ପ୍ରୋଟୋକଲର ଉଲ୍ଲଂଘନ କରିଥିଲେ। ଜଣେ ସୁରକ୍ଷା ଗାର୍ଡ ତାଙ୍କୁ ଗେଟ୍‌ ବାହାରକୁ ଆଣିଥିଲେ। ଗେଟ୍‌ରେ ପହଞ୍ଚିବା ପରେ ଯାତ୍ରୀଙ୍କ ବ୍ୟବହାର ଆହୁରି ଆକ୍ରମଣାତ୍ମକ ହୋଇଯାଇ ଥିଲା। ସେ ସ୍ପାଇସ୍‌ ଜେଟ୍‌ର ଚାରିଜଣ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ମାରପିଟ କରିଥିଲେ।

ତେବେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସରେ ଏକ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି ଏବଂ ଏୟାରଲାଇନ୍‌ ନିୟମ ଅନୁଯାୟୀ ଯାତ୍ରୀଙ୍କୁ ନୋ-ଫ୍ଲାଇଟ ତାଲିକାରେ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହାପରେ ସେହି ଯାତ୍ରୀ ଆଉ ବିମାନରେ ଯାତ୍ରା କରିପାରିବେ ନାହିଁ। ସ୍ପାଇସ୍‌ ଜେଟ ନାଗରିକ ବିମାନନ ମନ୍ତ୍ରଣାଳୟକୁ ଚିଠି ଲେଖି କର୍ମଚାରୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛି ଏବଂ ଯାତ୍ରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛି। ଏୟାରଲାଇନ୍‌ ବିମାନବନ୍ଦରରୁ ଏହି ଘଟଣାର ସିସିଟିଭି ଫୁଟେଜ ସଂଗ୍ରହ କରି ପୁଲିସକୁ ହସ୍ତାନ୍ତର କରିଛି, ଯାହା ଦ୍ୱାରା ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri