Posted inଜାତୀୟ

ଆର୍ମି ଡେ: ପ୍ରଥମଥର ନୂଆ ୟୁନିଫର୍ମରେ ଶକ୍ତି ପ୍ରଦର୍ଶନ କରିବ ସ୍ଥଳସେନା

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ସ୍ଥଳସେନା ତା’ର ଶକ୍ତି ପ୍ରର୍ଶନ କରିବ । ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନରାଲ ଏମଏମ ନରୱଣେ ରାଜଧାନୀ ଦିଲ୍ଲୀର କ୍ୟାଣ୍ଟ ସ୍ଥିତ କରିଅପ୍ପା ଗ୍ରାଉଣ୍ଡରେ ଅନୁଷ୍ଠିତ ପରେଡରେ ସଲାମି ନେବେ । ସକାଳ ୧୦ଟା ୨୦ରେ ଏହି ପରେଡ ଆରମ୍ଭ ହେବ । ଚଳିତ ବର୍ଷର ପରେଡ ଏଥିପାଇଁ ମହତ୍ୱପୂର୍ଣ୍ଣ କି ପ୍ରଥମଥର ଭାରତୀୟ ସେନା ନୂଆ କମବ୍ୟାକ୍ଟ ୟୁନିଫର୍ମରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଡିଜିଟାଲ ପାର୍ଟନରେ ଏନଏଫଆଇଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ୟୁନିଫର୍ମକୁ ସେନା ଯୁଦ୍ଧ ସମୟରେ ଓ ଅପରେଶନ ଅଞ୍ଚଳରେ ପିନ୍ଧି ପାରିବେ । ସ୍ଥଳସେନା ମୁଖ୍ୟ ସେନାଙ୍କୁ ଏହି ଅବସରରେ ସମ୍ବୋଧିତ କରିବେ ।
ସେନା ଦିବସ ଅବସରରେ ଜୈସଲମେରରେ ସବୁଠାରୁ ବଡ ତ୍ରିରଙ୍ଗା ଉଡାଇବାର କାର୍ଯ୍ୟକ୍ରମ ରହିଛି । ଏହାର ଲମ୍ବ ରହିଛି ୨୨୫ ଫୁଟ ଓ ଚଉଡା ୧୫୦ ଫୁଟ । ଏହାର ଓଜନ ପାଖାପାଖି ୧ହଜାର କିଲୋ ଏହା ଖଦିରେ ତିଆରି କରାଯାଇଛି । ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜୈସଲମେରରେ ସେନା ୱାର ମ୍ୟୁଜିୟମ ନିକଟରେ ପାହାଡର ଶୀର୍ଷରେ ଖଦିରେ ପ୍ରସ୍ତୁତ ବିଶ୍ୱର ସବୁଠାରୁ ବଡ ଜାତୀୟ ପତାକାକୁ ଉଡାଯିବ । ଜମ୍ମୁ-କଶ୍ମୀର ଓ ଲେହ ପରେ ତୃତୀୟ ସ୍ଥାନ ଭାବେ ଜୈସଲମେରରେ ବିଶ୍ୱର ସବୁଠାରୁ ବଡ ପତାକା ଉଡାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଯୁଦ୍ଧବିରତି ପରେ ଇରାନର ସୁପ୍ରିମ ଲିଡର୍‌ ମୋଜତାବା ଖାମେନେଇଙ୍କ ଭୟଙ୍କର ବୟାନ, ଆମେରିକା-ଇସ୍ରାଏଲ ଶୁଣିଲେ…

ତେହରାନ୍‌,୧୦।୪: ଆମେରିକା ସହିତ ଯୁଦ୍ଧବିରତି ପରେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ତାଙ୍କର ପ୍ରଥମ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri