Posted inଜାତୀୟ

ଭାରତୀୟ ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ,୨୬।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ଆସନ୍ତା ମେ ୩୧ରେ ଅବସର ନେବାର ଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ରବିବାର କ୍ୟାବିନେଟର ନିଯୁକ୍ତି କମିଟି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସେବାରେ ଏକ ମାସ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ସେ ମେ ୩୨, ୨୦୨୪ ରେ ଅବସର ନେଇଥାନ୍ତେ, କିନ୍ତୁ ବର୍ତ୍ତମାନ ଜେନେରାଲ ପାଣ୍ଡେ ୩୦ ଜୁନ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ଏପ୍ରିଲ ୩୦, ୨୦୨୨ରେ ନିଯୁକ୍ତ ହେବା ପରଠାରୁ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି।
ବିବୃତ୍ତିରେ କୁହାଯାଇଛି, କ୍ୟାବିନେଟର ନିଯୁକ୍ତି କମିଟି ସେନା ନିୟମର ନିୟମ ୧୬ଏ(୪) ଅନୁଯାୟୀ, ମନୋଜ ପାଣ୍ଡେଙ୍କୁ ତାଙ୍କ ସାଧାରଣ ଅବସର ବୟସଠାରୁ ଏକ ମାସ ଅଧିକ ନିଯୁକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭେନେଜୁଏଲାରେ ଆମେରିକା ସେନା କାର୍ଯ୍ୟାନୁଷ୍ଠାନରେ ୩୨ ଅଧିକାରୀ ମୃତ; ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ବିବୃତ୍ତି ଜାରି କଲେ କ୍ୟୁବା ସରକାର

ହାଭାନା,୫।୧: ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନରେ ୩୨ କ୍ୟୁବା ସାମରିକ ଏବଂ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। କ୍ୟୁବା ସରକାର ରବିବାର (ଜାନୁଆରୀ ୪, ୨୦୨୬)...

ଆସୁ ଆସୁ ଆକ୍ସନ ମୋଡ୍‌ରେ ଅନୁ ଗର୍ଗ: ନିଯୁକ୍ତି ପ୍ରକ୍ରିୟାକୁ ନେଇ କହିଲେ…

ଭୁବନେଶ୍ୱର,୫ା୧(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟରେ ଯେଉଁ ଅର୍ଥ ଭିତ୍ତିଭୂମି ତଥା କାର୍ଯ୍ୟକ୍ରମ ବାବଦରେ ରଖାଯାଉଛି ତାହାକୁ ତ୍ୱରିତ ଭାବରେ ଖର୍ଚ୍ଚ କର। ଏହାସହିତ ଇଂଲିଶ...

ଖୋର୍ଦ୍ଧାରେ ଜଣ୍ଡିସ୍‌ ଆତଙ୍କ: ଅନୁଧ୍ୟାନ ପାଇଁ ଗଲା ଜନସ୍ବାସ୍ଥ୍ୟ ଟିମ୍‌

ଭୁବନେଶ୍ୱର/ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା ପରେ ଭୁବନେଶ୍ୱରରୁ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍‌ ବିଦ୍ୟାଳୟକୁ ଯାଇଛନ୍ତି। ଏନେଇ...

ଦୁଇ ଝିଅ ପରେ ପୁଣିଥରେ ପିତା ହେଲେ Ambati Rayudu

ନୂଆଦିଲ୍ଲୀ,୫।୧: ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ ଅମ୍ବାତି ରାୟୁଡୁ ଏବଂ ତାଙ୍କ ପତ୍ନୀ ଚେନ୍ନୁପାଲ୍ଲି ବିଦ୍ୟା ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି।...

ସ୍ବାସ୍ଥ୍ୟସେବାରେ ଅପହଞ୍ଚ ୩୧୬ ଗାଁ: ବୋଟ-ବାଇକ୍‌ ଆମ୍ବୁଲାନ୍ସ ହିଁ ସାହା ଭରସା

ଭବାନୀପାଟଣା,୫।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାକୁ ଆକାଂକ୍ଷୀ ଜିଲାଭାବେ ସରକାର ଚୟନ କରିଛନ୍ତି। ତେବେ ପଛୁଆ ଅଞ୍ଚଳର ସାମୂହିକ ବିକାଶ ସହିତ ଲୋକଙ୍କ ଖାଦ୍ୟ ସୁରକ୍ଷା, ପରିବହନ...

Delhi Riots: ସରଜିଲ୍‌ ଇମାମ୍‌ ଓ ଉମର ଖାଲିଦଙ୍କୁ ମିଳିଲାନି ଜାମିନ, ଆଉ ୫ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ….

ନୂଆଦିଲ୍ଲୀ,୫।୧: ଦିଲ୍ଲୀ ଦଙ୍ଗା ସହିତ ଜଡିତ ଅଭିଯୋଗରେ ଗତ ପାଞ୍ଚ ବର୍ଷ ଧରି ଜେଲରେ ଥିବା ଉମର ଖାଲିଦ ଏବଂ ସରଜିଲ୍‌ ଇମାମ୍‌ଙ୍କୁ ସୁପ୍ରିମକୋର୍ଟରୁ ଏକ...

କାରକୁ ଧକ୍କା ଦେଲା ଟ୍ରକ: ଜାତୀୟ ରାଜପଥରେ ଘଟିଗଲା…

ଧର୍ମଶାଳା,୫।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଛି, ଯାହା...

ପିକନିକ୍‌ କରିବାକୁ ଯାଇଥିଲେ, ଗାଧୋଉଥିବାବେଳେ ଖସିଗଲା ଗୋଡ଼: ୧୮ ଘଣ୍ଟା ପରେ…

ମୋହନା,୫।୧(ମନ୍ମଥ ମିଶ୍ର): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର। ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଯାହା ଫଳରେ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri