Posted inଜାତୀୟ

ଭାରତ ସୀମାରେ ମ୍ୟାନମାରରେ ସେନାର ଏୟାର ଷ୍ଟ୍ରାଇକ…

ନୂଆଦିଲ୍ଲୀ,୧।୨ : କ୍ଷମତା ହାସଲ କରିବାର ଦୁଇ ବର୍ଷ ପରେ ସଶସ୍ତ୍ର ପ୍ରତିରୋଧକୁ ଦୂର କରିବା ପାଇଁ ମ୍ୟାନମାରର ସାମରିକ ଶାସକଙ୍କ ନିର୍ଦ୍ଦେଶରେ ଭାରତ ସୀମାରେ ମ୍ୟାନମାରର ସୈନ୍ୟବାହିନୀ ଏୟାର ଷ୍ଟ୍ରାଇକକୁ ବୃଦ୍ଧି କରୁଛନ୍ତି। ମାନବାଧିକାର ମନିଟରିଂ ଗୋଷ୍ଠୀ କହିଛନ୍ତି ଯେ ଏହି ଏୟାର ଷ୍ଟ୍ରାଇକର ବୃଦ୍ଧି ଦେଶକୁ ଦୀର୍ଘ କାଳୀନ ଗୃହଯୁଦ୍ଧକୁ ଠେଲି ଦେଇଛି। ଏହି ଆକ୍ରମଣ ସମୟରେ ଭାରତ ସୀମାବର୍ତ୍ତୀ ତିଆଉ ନଦୀ ଉପରେ ଏକ ବୋମା ପଡିଥିଲା କିନ୍ତୁ ଏଥିରେ କୌଣସି ବଡ଼ କ୍ଷତି ହୋଇ ନ ଥିଲା।

ଭାରତୀୟ ସୀମାରେ ବୋମା ପଡିବା ଖବର ପ୍ରଥମେ ବ୍ରିଟିଶ ଖବରକାଗଜ ‘ଦ ଗାର୍ଡିଆନ’ ଦ୍ୱାରା ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ପ୍ରକାଶିତ ହୋଇଥିଲା। ସୂଚନା ମୁତାବକ, ଏହା ଦ୍ୱାରା ଏକ ଟ୍ରକର କିଛି ଅଂଶ ଭାଙ୍ଗିରୁଜି ଯାଇଥିଲା।

ମ୍ୟାନମାର ସହିତ ଭାରତର ମିଜୋରାମର ୧,୬୨୪ କିଲୋମିଟର ଲମ୍ବା ସୀମା ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ଏନଜିଓ ମ୍ୟାନମାର ଓ୍ବିଟେନେସ ଏବଂ ଅନ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ମ୍ୟାନମାରର ସେନା ଯୁଦ୍ଧ ବିମାନ ଏବଂ ଏହାର ସହଯୋଗୀ ରୁଷିଆ ଏବଂ ଚାଇନା ଦ୍ୱାରା ପ୍ରଦାନ କରାଯାଇଥିବା ଯୁଦ୍ଧ ହେଲିକପ୍ଟର ଉପରେ ନିର୍ଭରଶୀଳ। ଗତ ବର୍ଷ ଜୁଲାଇରୁ ଡିସେମ୍ବର ମଧ୍ୟଭାଗରେ ହୋଇଥିବା ୧୩୫ ଏୟାରଷ୍ଟ୍ରାଇକ ଘଟଣା ସମ୍ପର୍କରେ ସଂଗଠନ ସୂଚନା ସଂଗ୍ରହ କରି ସେପ୍ଟେମ୍ବରରୁ ଏୟାର ଷ୍ଟ୍ରାଇକ ସଂଖ୍ୟା ବୃଦ୍ଧି ପାଉଥିବା ଦର୍ଶାଯାଇଥିଲା।

ରିପୋର୍ଟ ଅନୁଯାୟୀ, ମ୍ୟାନମାରର ସୈନ୍ୟବାହିନୀ ପ୍ରତିରୋଧ କ୍ଷେତ୍ରକୁ ଧରି ରଖିବା ପାଇଁ ସଂଘର୍ଷ କରୁଥିବାରୁ ଏୟାର ଷ୍ଟ୍ରାଇକ ସେମାନଙ୍କ ଆକ୍ରମଣର ଏକ ପ୍ରମୁଖ ଅଂଶ ପାଲଟିଛି। ଏଥିରେ କୁହାଯାଇଛି ଯେ ସେନା ମ୍ୟାନମାର ଲୋକଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛି। ଏହା ଘର, ବିଦ୍ୟାଳୟ ଏବଂ ପୂଜାପାଠ ସ୍ଥାନକୁ ନଷ୍ଟ କରୁଛି। ଅଣ୍ଡରଗ୍ରାଉଣ୍ଡ ସଂଗଠନ ନ୍ୟାଶନାଲ ୟୁନିଟ ଗଭର୍ନମେଣ୍ଟ ଅନୁଯାୟୀ, ଏୟାର ଷ୍ଟ୍ରାଇକରେ ୪୬୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri