ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ସମ୍ପର୍କୀୟ ଗିରଫ

ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗବରିଏଲା ଡେମେଟ୍ରିଏଡଙ୍କ ଭାଇଙ୍କୁ ଗିରଫ କରିଛି। ସେ ହେଲେ ଆଗିସିଆଲୋସ ଡେମେଟ୍ରିଏଡ।  ଏନ୍‌ସିବି ଅଧିକାରୀମାନେ ଆଗିସିଆଲୋସଙ୍କଠାରୁ ଏକ ହାଶିଶ ଏବଂ ଆଲପ୍ରାଜୋଲାମ ଟାବଲେଟ ଜବତ କରିଛନ୍ତି। ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଗବରିଏଲା ଦକ୍ଷିଣ ଆଫ୍ରିକାର ମୂଳ ବାସିନ୍ଦା। ରିଆ ଚକ୍ରବର୍ତ୍ତୀଙ୍କ ଭଳି ସମାନ ମାମଲାରେ ତାଙ୍କୁ ଗିରଫ କରାଯାଇଛି।
ଏନ୍‌ସିବି ସୂତ୍ରରୁ ପ୍ରକାଶ, ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ଅନେକ ଡ୍ରଗ୍ସ ବେପାରୀଙ୍କ ସହ ଆଗିସିଆଲୋସ ଯୋଗାଯୋଗରେ ଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇଛି।

Share