ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ ଡିଜାଇନର୍‌ ଗାବ୍ରିଏଲା ଡେମେଟ୍ରିଆଡେସଙ୍କ ହାତ ଧରିଛନ୍ତି ସେ। ୨୦୧୮ରୁ ଦୁହେଁ ଲିଭ୍‌-ଇନ୍‌ରେ ରହିଆସୁଥିଲେ। ଏବେ ଗୋଆରେ ଆଇନଗତ ଭାବେ ସେମାନେ ନିଜ ସମ୍ପର୍କକୁ ନୂଆ ନାମ ଦେଇଛନ୍ତି।
ଅର୍ଜୁନ ଓ ଗାବ୍ରିଏଲା ଉତ୍ତର ଗୋଆର ମାପୁସାସ୍ଥିତ ସବ୍‌-ରଜିଷ୍ଟ୍ରାର୍‌ କାର୍ଯ୍ୟାଳୟରେ ନିଜର ବିବାହ ରେଜିଷ୍ଟ୍ରେଶନ କରିଛନ୍ତି। ଏହି ବିବାହ ଗୋଆର ୟୁନିଫର୍ମ ସିଭିଲ କୋଡ୍‌ ଅଧୀନରେ ଆଇନଗତ ଭାବେ ସମ୍ପନ୍ନ ହୋଇଛି। ଏହି ସମୟରେ କେବଳ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ବିବାହ ପୂର୍ବରୁ ଅର୍ଜୁନ ଓ ଗାବ୍ରିଏଲା ଦୁଇଟି ପୁଅଙ୍କର ମାତା-ପିତା ଅଟନ୍ତି। ୨୦୧୯ରେ ତାଙ୍କର ପ୍ରଥମ ପୁଅ ’ଏରିକ’ ଜନ୍ମଗ୍ରହଣ କରିଥିବା ବେଳେ ୨୦୨୩ରେ ଦ୍ୱିତୀୟ ପୁଅ ’ଅରିଭ’ ଜନ୍ମ ହୋଇଥିଲା।
ଗାବ୍ରିଏଲାଙ୍କ ପୂର୍ବରୁ ଅର୍ଜୁନ ରାମପାଲ ୧୯୯୮ରେ ପୂର୍ବତନ ସୁପରମଡେଲ ମେହର ଜେସିଆଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ମାହିକା ଓ ମାୟରା ଅଛନ୍ତି। ୨୦୧୮ରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୯ରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।
Dharitri – Odisha’s No.1 Odia Daily

Share