୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ ଡେଟ୍‌ କରୁଛନ୍ତି ଏହି ଅଭିନେତା, ବାହା ନ ହୋଇ ବି ହୋଇଛନ୍ତି ପିତା

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ ରାମପାଲଙ୍କ କ୍ଷେତ୍ରରେ। ଦିବାନାପନ୍‌, ଦିଲ୍‌ ହେ ତୁମ୍ହାରା, ଦିଲ କା ରିସ୍ତା ଭଳି ସୁପରହିଟ୍‌ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅର୍ଜୁନ ବିବାହର ୨୧ ବର୍ଷ ପରେ ପଡ଼ିଥିଲେ ପ୍ରେମରେ। ଦୁଇଟି ସନ୍ତାନର ଜନକ ଥିବା ସତ୍ତ୍ୱେ ୪୮ ବର୍ଷ ବୟସରେ ଡେଟ୍‌ କରିବା ଆରମ୍ଭ କରିଥିଲେ। ନିକଟରେ ତାଙ୍କ ପ୍ରେମିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଯାହା ବେଶ୍‌ ଚର୍ଚ୍ଚାରେ ରହିଥିଲା।

୧୯୭୨ ମସିହା ଆଜିର ଦିନରେ ଅର୍ଜୁନଙ୍କ ଜନ୍ମ । ସେ ଯେତେବେଳେ ଛୋଟ ଥିଲେ, ତାଙ୍କ ବାପାମା’ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ସେ ମା’ଙ୍କ ପାଖରେ ରହି ବଡ଼ ହୋଇଥିଲେ। ୧୯୯୮ରେ ଜଣାଶୁଣା ମଡେଲ ମେହର ଜେସିଆଙ୍କ ସହ ବିବାହ କରିଥିଲେ ଅର୍ଜୁନ। ଉଭୟଙ୍କ ଦୁଇ ଝିଅ ମାହିୟା ଏବଂ ମାୟରା ଅଛନ୍ତି।

ବଲିଉଡ୍‌ରେ ଡେବ୍ୟୁ ପୂର୍ବରୁ ବିବାହ କରିନେଇଥିଲେ ଅର୍ଜୁନ। ବିବାହର ୨୦ ବର୍ଷ ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପଛରେ କାରଣ ଥିଲେ ଗେବ୍ରିଏଲା। ଛାଡ଼ପତ୍ର ନେବା ପରେ ଏବେ ଗେବ୍ରିଏଲାଙ୍କୁ ଡେଟ୍‌ କରୁଛନ୍ତି ଅର୍ଜୁନ। ସେ ପ୍ରେମିକାଙ୍କଠାରୁ ୧୪ ବର୍ଷ ବଡ। ଇତିମଧ୍ୟରେ ସେମାନେ ବିବାହ କରି ନ ଥିଲେ ହେଁ ଉଭୟଙ୍କ ପୁଅ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ।

Share