Posted inଜାତୀୟ

ଟେଲିକମ ଅପରେଟରରୁ ଏମପି, ଆଜିବି ପାର୍ଲାମେଣ୍ଟ ଯାଆନ୍ତି ସାଇକେଲରେ

ନୂଆଦିଲ୍ଲୀ,୧୮।୫: ଅର୍ଜୁନ ରାମ ମେଘୱାଲ ତାଙ୍କର ସରଳତା ପାଇଁ ବେଶ ଜଣାଶୁଣା । ସେ ଏମିତି ଜଣେ ନେତା ଯିଏ ନିଜର ପରିଚୟ ଏବଂ ସରଳତାକୁ ସର୍ବଦା ଗୁରୁତ୍ୱ ଦେଇଥାଆନ୍ତି। ସବୁବେଳେ ରାଜସ୍ଥାନର ପଗଡିକୁ ନିଜ ମୁଣ୍ଡରେ ସଜାଇଥିବା ମେଘୱାଲଙ୍କ ପିଲାଦିନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ସେ କିଶମିଦେସର ଗାଁର ଏକ ପାରମ୍ପାରିକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ଅଧ୍ୟୟନ ସହିତ, ସେ ପିଲାଦିନରୁ ବାପାକୁ ବୁଣା କାମ କରିବାରେ ସାହାଯ୍ୟ କରୁଥିଲେ ।

ମାତ୍ର ୧୩ ବର୍ଷ ବୟସରେ ମେଘୱାଲ ବିବାହ କରିଥିଲେ। ପାଠପଢା ପ୍ରତିଥିଲା ତାଙ୍କର ଅହେତୁକ ରୁଚି। ବିବାହ ପରେ ମଧ୍ୟ ସେ ପାଠପଢା ଛାଡି ନ ଥିଲେ। କେବଳ ଏତିକି ନୁହେଁ, ସେ ଦିନସାରା ପିତାଙ୍କୁ ସାହାଯ୍ୟ କରିବା ପରେ ମଧ୍ୟ ପାଠପଢିବାକୁ ଭୁଲି ନାହାଁନ୍ତି। ସେ ସରକାରୀ ଡୁଙ୍ଗର କଲେଜ ବିକାନେରରୁ ବିଏ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ଏଲଏଲବି ଏବଂ ମାଷ୍ଟର ଡିଗ୍ରୀ ମଧ୍ୟ ସେହିଠାରୁ ତାଙ୍କୁ ମିଳିଥିଲା ।

କଲେଜ ଶେଷ କରିବା ପରେ ମେଘୱାଲ ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତାଙ୍କୁ ଆରମ୍ଭରୁ ଜନସାଧାରଣଙ୍କ ସ୍ବାର୍ଥରେ କାମ କରିବାକୁ ପଡିଥିଲା। ସେ କିଛି ଥର ପରୀକ୍ଷା ଦେବା ପରେ ଭାରତୀୟ ଡାକ ବିଭାଗରେ ଟେଲିଫୋନ ଅପରେଟର ଚାକିରି ମଧ୍ୟ ପାଇଥିଲେ। ଏହା ପରେ, ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଟେଲିଫୋନ ଟ୍ରାଫିକ ଆସୋସିଏସନ ବିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ବଡ଼ ଉପହାର: DA ବୃଦ୍ଧିକୁ ମଞ୍ଜୁରୀ ଦେଲେ ସରକାର, ଏଣିକି ଏତେ ବଢିବ ଦରମା

ନୂଆଦିଲ୍ଲୀ,୧୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆଶ୍ୱସ୍ତି ମିଳିଛି। ସରକାର ମହଙ୍ଗା…

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବନ୍ତରୁ ଉଦ୍ଧାର ହେଲା ଅତି ବିରଳ ସାପ: ଚିକିତ୍ସା ପାଇଁ ଯିବ ନନ୍ଦନକାନନ

ବନ୍ତ,୧୮।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ…

ପ୍ରାଇଭେଟ୍‌ ଚାକିରିଆଙ୍କ ପାଇଁ ଦୁଃଖ ଖବର! ନୂଆ ଲେବର କୋଡ୍‌ ଯୋଗୁ ଦରମାରୁ କଟିଯିବ ଏତେ ଟଙ୍କା…

ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ଲେବର କୋଡ୍ (New Labour Code) ଅଧୀନରେ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଅନେକ ନୂତନ ନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri