ମଲାଇକାଙ୍କୁ କେବେ କରିବେ ବିବାହ? ଜାଣନ୍ତୁ କ’ଣ କହିଲେ ଅଭିନେତା

କରନ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ’ରେ ଭିନ୍ନ ଭିନ୍ନ ଅଭିନେତା-ଅଭିନେତ୍ରୀ ନଜର ଆସନ୍ତି। ଏହି ଶୋ’ ମାଧ୍ୟମରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିଷୟରେ ଖୁଲାସା କରୁଥିବା ଦେଖିବାକୁ ମିଳେ। ତେବେ ଏପିସୋଡ୍‌ -୬ରେ କରନଙ୍କ ଏହି ଶୋ’ରେ ଅର୍ଜୁନ୍‌ କପୁର ଏବଂ ସୋନମ କପୁରଙ୍କୁ ଦେଖିବାକୁ ମିଳିଥିଲା। ଶୋ’ର ହୋଷ୍ଟ କରନ ଅଭିନେତା ଅର୍ଜୁନ୍‌ଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଆରୋରା ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ। ଆଉ ଦୁହେଁ କେବେ ବିବାହ କରିବାକୁ ଯୋଜନା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ଅର୍ଜୁନ୍‌ କରନଙ୍କୁ କହିଛନ୍ତି ଯେ, ଶୀଘ୍ର ବିବାହ କରିବାର କୌଣସି ଯୋଜନା ନାହିଁ। ବର୍ତ୍ତମାନ ମୁଁ ମୋ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସତ କହିବାକୁ ଗଲେ, ଏହି ଲକଡାଉନ ଏବଂ କୋଭିଡ୍‌ର ଦୁଇ ବର୍ଷ ଭିତରେ ମୁଁ ମୋ କ୍ୟାରିୟରକୁ ଅଧିକ ଧ୍ୟାନ ଦେବାକୁ ଚାହୁଁଥିଲି। ଏହା ଛଡା ଆହୁରି କହିଛନ୍ତି ଯେ, ମୁଁ ଜଣେ ବାସ୍ତବବାଦୀ ବ୍ୟକ୍ତି। ମୁଁ କୌଣସି କଥା ଲୁଚାଇବାକୁ ଚାହେଁ ନାହିଁ । ମୁଁ ପ୍ରକୃତରେ ବୃତ୍ତିଗତ ଭାବରେ ଟିକେ ଅଧିକ ସ୍ଥିର ହେବାକୁ ଚାହେଁ। ମୁଁ ଆର୍ଥିକ ବିଷୟରେ କହୁ ନାହିଁ, ମୁଁ ଭାବପ୍ରବଣତା ବିଷୟରେ କହୁଛି। ମୁଁ ଏପରି କାମ କରିବାକୁ ଚାହେଁ ଯାହା ମୋତେ ଖୁସି କରେ। ଯଦି ମୁଁ ଖୁସି ହେବି, ତେବେ ମୁଁ ମୋ ସାଥୀକୁ ମଧ୍ୟ ଖୁସି କରିପାରିବି, ମୁଁ ଏକ ସୁଖମୟ ଜୀବନ ବିତାଇବାକୁ ଚାହେଁ। ମୋର ଅନେକ ଖୁସି ମୋ କାମରୁ ଆସିଥାଏ ବୋଲି ଅର୍ଜୁନ୍‌ କହିଛନ୍ତି।
ଅର୍ଜୁନ୍‌ ଏବଂ ମଲାଇକା ଦୁଇ ବର୍ଷ ପୂର୍ବେ ସେମାନଙ୍କ ସମ୍ପର୍କକୁ ନେଇ ଅଫିସିଆଲ କରିଥିଲେ। ସେମାନେ ଅନେକ ଇଭେଣ୍ଟ ଏବଂ ପାର୍ଟିରେ ଏକାଠି ନଜର ଆସନ୍ତି।

Share