ଭଉଣୀଙ୍କ ଜନ୍ମଦିନ ପାର୍ଟିରେ ରୋମାଣ୍ଟିକ୍‌ ହେଲେ ମଲାଇକା-ଅର୍ଜୁନ: ଫଟୋ ଭାଇରାଲ ପରେ…

ବମ୍ବେ: କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଖାଲି ବିବାହକୁ ଅପେକ୍ଷା। ଆମେ କହୁଛୁ ମଲାଇକା ଅରୋରାଙ୍କ କଥା। ସ୍ବାମୀ ଅରବାଜ୍‌ ଖାନ୍‌ଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ସେ। ବେଶ କିଛି ଦିନ ଉଭୟ ନିଜର ସମ୍ପର୍କକୁ ଲୁଚାଇ ରଖିଥିଲେ। ହେଲେ ଏବେ ଉଭୟ ବଲିଉଡ୍‌ର ଅନ୍ୟତମ ହଟ୍‌ କପଲ୍‌ ବୋଲି କୁହାଯାଉଛି।

ବୁଧବାର ମଲାଇକାଙ୍କ ଭଉଣୀ ତଥା ଅଭିନେତ୍ରୀ ଅମୃତା ଅରୋରା ତାଙ୍କ ଘରେ ଏକ ଜନ୍ମଦିନ ପାର୍ଟି ରଖିଥିଲେ। ପାର୍ଟିରେ ଅର୍ଜୁନ, ମଲାଇକା, କରନ୍‌ ଜୋହର, କରିସ୍ମା କପୁର, ମନିଷ ମଲହୋତ୍ରା, ଗୌରୀ ଖାନ, ସଞ୍ଜୟ କପୁର, ମହିପ କପୁର, ସୀମା ଖାନ୍‌ ଏବଂ ନତାଶା ପୁନାବାଲା ଆଦି କଳାକାର ଯୋଗ ଦେଇଥିଲେ। ଏହାର ଅନେକ ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। କିଛି ଫଟୋରେ ମଲାଇକା-ଅର୍ଜୁନଙ୍କ ରୋମାଣ୍ଟିକ୍‌ କେମିଷ୍ଟ୍ରି ଦେଖିବାକୁ ମିଳିଛି। ଲାଲ ରଙ୍ଗର ଜିପର ଜ୍ୟାକେଟ ସାଙ୍ଗକୁ ମ୍ୟାଚିହ ଶଟ୍ସ ପିନ୍ଧି ଅର୍ଜୁନଙ୍କ ସହ ବସିଛନ୍ତି ମଲାଇକା।

ଅର୍ଜୁନ ମଲାଇକାଙ୍କଠାରୁ ବୟସରେ ୧୨ ବର୍ଷ ସାନ। ଏବେ ମଲାଇକାଙ୍କୁ ୪୭ ବର୍ଷ ହୋଇଥିବା ବେଳେ ଅର୍ଜୁନଙ୍କୁ ୩୫ ବର୍ଷ। ୨୦୧୯ରେ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ମଲାଇକା ଉଭୟଙ୍କ ସମ୍ପର୍କ ଉପରେ ମୋହର ମାରିଥିଲେ। ପରେ ଉଭୟ ଏକାଠି ଛୁଟି କଟାଇବାକୁ ବିଦେଶ ଯାଇ ଫଟୋ ଶେୟାର କରୁଛନ୍ତି। କିଛି ଦିନ ତଳେ ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି କୁହାଯାଉଥିଲା। ପ୍ରଶଂସକ ଉଭୟଙ୍କ ଏହି ଖୁସି ଖବରକୁ ଚାହିଁ ରହିଥିଲେ ହେଁ ଡେଟ୍‌ ନେଇ ସେଭଳି କିଛି ଘୋଷଣା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri