Posted inଖେଳ

ଟପ୍ସରେ ସାମିଲ ହେଲେ ଅର୍ଜୁନ, ଅରବିନ୍ଦ, ସୀମା ଓ ସୁମିତ୍‌

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କ୍ରୀଡ଼ା ମନ୍ତ୍ରଣାଳୟର ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରୋୟର ଅର୍ଜୁନ ଲାଲ୍‌ ଜାଟ୍‌, ଅରବିନ୍ଦ ସିଂ ଏବଂ ରେସ୍‌ଲର ସୀମା ବିସ୍‌ଲା ଓ ସୁମିତ୍‌ ମଲିକ୍‌ଙ୍କୁ ସାମିଲ କରାଯାଇଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ ଭାରତର ଷ୍ଟାର କୁସ୍ତି ଯୋଦ୍ଧା ଭିନେଶ ଫୋଗତଙ୍କୁ ଟୋକିଓ ଗେମ୍ସ ପର୍ଯ୍ୟନ୍ତ ବିଦେଶରେ ଟ୍ରେନିଂ ଜାରି ରଖିବା ପାଇଁ ଅନୁମତି ଦେଇଛନ୍ତି। ସେ ଦେଇଥିବା ପ୍ରସ୍ତାବ ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ଅନୁମୋଦ ଲାଭ କରିଥିଲା। ରୋୟର ଅର୍ଜୁନ ଲାଲ ଜାଟ୍‌ ଓ ଅରବିନ୍ଦ ସିଂଙ୍କୁ ଡେଭଲପମେଣ୍ଟ ଗ୍ରୁପ୍‌ରୁ କୋର୍‌ ଗ୍ରୁପ୍‌କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ନିକଟରେ ଅଲିମ୍ପିକ କୋଟା ହାସଲ କରିଥିବାରୁ ରେସ୍‌ଲର ସୀମା ବିସ୍‌ଲା ଓ ସୁମିତ୍‌ ମଲିକ୍‌ଙ୍କୁ କୋର୍‌ ଗ୍ରୁପ୍‌ରେ ସାମିଲ କରାଯାଇଥିବା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ନିକଟରେ ବିଶ୍ୱ ମହିଳା ଡବଲ୍ସ ର଼୍ୟାଙ୍କିଙ୍ଗ ତାଲିକାର ଟପ୍‌ ୧୦୦ ମଧ୍ୟରେ ପ୍ରବେଶ କରିଥିବା ଅଙ୍କିତା ରାଇନାଙ୍କୁ ମଧ୍ୟ ଟପ୍ସ କୋର୍‌ ଗ୍ରୁପ୍‌ରେ ସ୍ଥାନିତ କରାଯାଇଛି। ସେ ସାନିଆ ମିର୍ଜାଙ୍କ ପାର୍ଟନର ହୋଇ ବିଲି ଜିନ୍‌ କିଙ୍ଗ୍‌ କପ୍‌ରେ ଖେଳିଥିଲେ। ଅଲିମ୍ପିକ ଗେମ୍ସ ପାଇଁ ପ୍ରସ୍ତୁତି ସକାଶେ ପର୍ତ୍ତୁଗାଲରେ ୫ ସପ୍ତାହ ଟ୍ରେନିଂ ନେବା ଲାଗି ରୋୟର ଅର୍ଜୁନ ଓ ଅରବିନ୍ଦ ଦେଇଥିବା ପ୍ରସ୍ତାବ ଟପ୍ସ ଦ୍ୱାରା ଗୃହୀତ ହୋଇଯାଇଛି। ଏହି ଡବଲ୍ସ ସ୍କଲର୍ସ ଯୋଡ଼ି ଚଳିତ ମାସ ପ୍ରଥମ ଭାଗରେ ଟୋକିଓରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି। ସେମାନେ ଜୁନ୍‌ ୧ରୁ ପର୍ତ୍ତୁଗାଲସ୍ଥିତ ପୋଚିଂ ହାଇପରଫର୍ମାନ୍ସ ସେଣ୍ଟରଠାରେ ଟ୍ରେନିଂ ନେବେ। ଏ ବାବଦରେ ପ୍ରାୟ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଭିନେଶ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ୫୩କେଜି ଓଜନ ଶ୍ରେଣୀରେ ଅଲିମ୍ପିକ କୋଟା ହାସଲ କରିଥିଲେ। ସେ ଜୁନ୍‌ ୯ ପର୍ଯ୍ୟନ୍ତ ବୁଦାପେଷ୍ଟଠାରେ ଟ୍ରେନିଂ ନେବେ। ସେଠାରେ ସେ ପୋଲାଣ୍ଡ ଓପନ୍‌ (ଜୁନ୍‌ ୯ରୁ ୧୩)ରେ ଭାଗ ନେବା ଲାଗି ଯିବେ। ପରେ ବୁଦାପେଷ୍ଟକୁ ଫେରି ସେଠାରେ ଜୁଲାଇ ୨ ପର୍ଯ୍ୟନ୍ତ ରହିବେ। ଭିନେଶଙ୍କ ସହିତ ତାଙ୍କ କୋଚ୍‌ ଓଲର ଆକସ, ଶେୟାରିଂ ପାର୍ଟନର ପ୍ରିୟଙ୍କା ଏବଂ ଫିଜିଓ ଥେରାପିଷ୍ଟ ପୂର୍ଣ୍ଣିମା ରମଣ ଏନଗମ୍‌ଦିର ରହିବେ। ମିଶନ ଅଲିମ୍ପିକ ସେଲ୍‌ ତାଙ୍କ ପ୍ରସ୍ତାବକୁ ଗୃହୀତ କରିବା ସହ ଭାରତୀୟ କୁସ୍ତି ମହାସଂଘ ଜରିଆରେ ଟପ୍ସକୁ ପଠାଇ ଦେଇଛିି। ଭିନେଶଙ୍କ ଟ୍ରେନିଂ ଓ ପ୍ରତିଯୋଗିତା ବାବଦରେ ୨୦.୨୧ ଲକ୍ଷ ଟଙ୍କା ବ୍ୟୟ ହେବ। ସେ ଏହାଛଡ଼ା ଟପ୍ସରୁ ୧.୧୩ କୋଟି ଟଙ୍କା ଆର୍ଥିକ ସହାୟତା ପାଇ ସାରିଛନ୍ତି। ଜାନୁୟାରୀ ଓ ଜୁନ୍‌ ମଧ୍ୟରେ ଡବଲ୍ସ ଖେଳାଳି ଡିଭିଜ ଶରନ ଓ ରୋହନ ବୋପାନ୍ନା ଯଥାକ୍ରମେ ୧୪ ଓ ୧୩ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏବାବଦରେ ହୋଇଥିବା ଖର୍ଚ୍ଚ ଟପ୍ସ ଦ୍ୱାରା ଗୃହୀତ ହୋଇଛି। ଶରନ ଏ ବାବଦରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି। ବର୍ତ୍ତମାନର ଅଲିମ୍ପିକ ଚକ୍ର ଅନୁସାରେ ଏହି ଖେଳାଳି ୮୦. ୫୯ ଲକ୍ଷ ଟଙ୍କା ପାଇସାରିଛନ୍ତି। ଅନ୍ୟପକ୍ଷରେ ରୋହନ ବୋପାନ୍ନା ତାଙ୍କ କୋଚ୍‌ ସ୍କଟ ଡେଭିଡ୍‌ଅଫ୍‌ ଓ ଫିଜିଓ ଗୌରାଙ୍ଗ ଶୁକ୍ଳାଙ୍କ ଫି’ ସମେତ ମୋଟ ୨୭.୬୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି। ସେ ବର୍ତ୍ତମାନର ଅଲିମ୍ପିକ ଚକ୍ର ଜରିଆରେ ଟପ୍ସରୁ୧.୨୪ କୋଟି ଟଙ୍କା ନେଇ ସାରିଥିବା ମନ୍ତ୍ରଣାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri