Categories: ଫୁରସତ

ଆରିଜୋନା

ଆମେରିକାର ଦକ୍ଷିଣ-ପଶ୍ଚିମରେ ଥିବା ଏହି
ରାଜ୍ୟଟି ଏଠାରେ ଥିବା ଗ୍ରାଣ୍ଡ କ୍ୟାନିଅନ୍‌ ପାଇଁ ସାରା ବିଶ୍ୱରେ ପରିଚିତ। ଜାଣିବା ଏ ସମ୍ପର୍କରେ
ଅନେକ ରୋଚକ ତଥ୍ୟ…
ଆରିଜୋନା ପ୍ରଥମେ ମେକ୍ସିକୋରେ ଥିଲା। ମେକ୍ସିକାନ୍‌-ଆମେରିକାନ୍‌ ଓ୍ବାର୍‌ ବା ଯୁଦ୍ଧ ପରେ ଆମେରିକା ମେକ୍ସିକୋର ପ୍ରାୟ ଅଧା ଭାଗ ଦଖଲ କରିନେଲା। ପରେ ୧୯୬୨ରେ ଏହାକୁ ଆମେରିକାର ୪୮ତମ ରାଜ୍ୟର ମାନ୍ୟତା ମିଳିଲା। ଆଶ୍ଚର୍ଯ୍ୟର କଥା ହେଉଛି ମେକ୍ସିକୋ ପୂର୍ବରୁ ଏହା ସ୍ପେନ୍‌ ଅଧୀନରେ ରହିଥିଲା।
ଶୀତଦିନେ ଏଠାକାର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରାୟ ୫ ଇଞ୍ଚ ପର୍ଯ୍ୟନ୍ତ ତୁଷାରପାତ ବା ସ୍ନୋ ଫଲ୍‌ ହୋଇଥାଏ, ଯାହାକି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।
ଏହି ରାଜ୍ୟରେ ଜଙ୍ଗଲ, ବୃକ୍ଷସଂଖ୍ୟା କମ୍‌ ଏବଂ ଅଧିକାଂଶ ସ୍ଥାନ ମରୁଭୂମି। ଫଳରେ ସେଠାରେ ଅନେକ ସମୟରେ ଜଳ ସଂକଟ ଦେଖାଦେଇଥାଏ। ଏଠାକାର ସମସ୍ତ ଜଳ ଯୋଗାଣର ପାୟ ୩୬% କଲରାଡୋ ନଦୀରୁ ଆସିଥାଏ।
ଏହାର ରାଜଧାନୀ ଫୋଏନିକ୍ସ ହେଉଛି ଆମେରିକାର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ରାଜଧାନୀ। ଏଠାକାର ଜନସଂଖ୍ୟା ହେଉଛି ୧.୭୬ ମିଲିଅନ୍‌। ତେବେ ଏଠାରେ ଜୁନ୍‌ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ତାପମାତ୍ରା ହାରାହାରି ୩୭.୭ଂ ସେଲ୍‌ସିୟସ୍‌ କିମ୍ବା ଅଧିକ ରହିଥାଏ, ଯେଉଁଥିପାଇଁ ଏହାକୁ ଆମେରିକାର ସବୁଠୁ ଉତ୍ତପ୍ତ ସହରର ମାନ୍ୟତା ମିଳିଛି।
ଆରିଜୋନା ରାଜ୍ୟରେ ୩୫ଟି ନ୍ୟାଶନାଲ୍‌ ପାର୍କ ରହିଥିବା ବେଳେ ସେଥିମଧ୍ୟରୁ ଗ୍ରାଣ୍ଡ କାନିୟନ୍‌ ନ୍ୟାଶନାଲ୍‌ ପାର୍କ ହେଉଛି ଆମେରିକାର ୪ର୍ଥ ବୃହତ୍ତମ ପର୍ଯ୍ୟଟନ ସ୍ଥଳୀ। ଏଠାକୁ ପ୍ରତିବର୍ଷ ପ୍ରାୟ ୫.୯ ମିଲିଅନ ପର୍ଯ୍ୟଟକ ଆସିଥା’ନ୍ତି।
ଏହି ରାଜ୍ୟରେ ଅଧିକାଂଶ ବାସିନ୍ଦା ସଙ୍ଗୀତପ୍ରେମୀ। ତେଣୁ ସେଠାରେ ମ୍ୟୁଜିକ୍‌କୁ ଏକ ବଡ଼ ବିଜ୍‌ନେସ୍‌ ଭାବେ ଗ୍ରହଣ କରାଯାଏ। ଫୋଏନିକ୍ସଠାରେ ବିଶ୍ୱର ଏକ ବୃହତ୍ତମ ସିମ୍ଫୋନୀ ହାଉସ୍‌ ରହିଥିବା ବେଳେ ଶହ ଶହ ସଂଖ୍ୟାରେ ମ୍ୟୁଜିକ୍‌ ହାଉସ୍‌ ରହିଛି। ତା’ଛଡ଼ା ସଙ୍ଗୀତପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ସେଠାରେ ଥିବା ଫୋଏନିକ୍ସ ମ୍ୟୁଜିକାଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ ମ୍ୟୁଜିଅମ୍‌ ଏକ ବିଶେଷ ଆକର୍ଷଣ।

Share