ପରମିନ୍ଦର ପିଏଫ୍‌ସିଏଲ୍‌ର ନୂଆ ସିଏମ୍‌ଡି

ଭୁବନେଶ୍ୱର,୨୦।୮ (ଅଭୟ ଦାଶ): ଦେଶର ସର୍ବବୃହତ୍‌ ଏନ୍‌ବିଏଫ୍‌ସି ପ୍ରତିଷ୍ଠାନ ପାୱାର ଫାଇନାନ୍ସ କର୍ପୋରେଶନ ଲିମିଟେଡ୍‌ (ପିଏଫ୍‌ସିଏଲ୍‌)ର ଚେୟାରମ୍ୟାନ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ପରମିନ୍ଦର ଚୋପ୍ରା ନିକଟରେ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୩ ଅଗଷ୍ଟ ୩ୟ ସପ୍ତାହଠାରୁ ସେ ପିଏଫ୍‌ସିଏଲ୍‌ର ଦାୟିତ୍ୱଭାର ଗ୍ରହଣ କରିବା ପୂର୍ବରୁ ସେ ପିଏଫ୍‌ସିଏଲ୍‌ର ଚେୟାରମ୍ୟାନ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ। ସେହିଭଳି ଚୋପ୍ରା ୨୦୨୦ ଜୁଲାଇ ପହିଲା ପର୍ଯ୍ୟନ୍ତ ପିଏଫ୍‌ସିଏଲ୍‌ର ନିର୍ଦ୍ଦେଶକ (ଫାଇନାନ୍ସ) ଭାବେ କାର୍ଯ୍ୟ କରୁଥ୍‌ତ୍ଲେ। ଏହା ସହ ଚୋପ୍ରା ଭାରତର ବୃହତମ ଏନ୍‌ବିଏଫ୍‌ସିର ପ୍ରଥମ ମହିଳା ଅଧିକାରୀ ଭାବେ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶେଷକରି ନିର୍ଦ୍ଦେଶକ କାର୍ଯ୍ୟକାଳ ମଧ୍ୟରେ ସେ ଫାଇନାନ୍ସ ବିଭାଗର ନେତୃତ୍ୱ ନେବା ସହ କର୍ପୋରେଶନର ସର୍ବାଧିକ ନେଟ୍‌ ଲାଭ ହାସଲ ହୋଇପାରିଥିଲାବେଳେ ସର୍ବାଧିକ ନେଟ୍‌ ସମ୍ପଦ ସହ କମ୍‌ ଏନ୍‌ପିଏ ସ୍ତର ମଧ୍ୟ ହାସଲ ହୋଇଥିଲା। ତାଙ୍କର ଏହି ଦୃଢ ଆର୍ଥିକ ପ୍ରଦର୍ଶନ ଫଳରେ କର୍ପୋରେଶନ ମହାରତ୍ନ ସମ୍ମାନର ଅଧିକାରୀ ହୋଇଛି। ଅପରପକ୍ଷରେ ଶକ୍ତି ଓ ଆର୍ଥିକ କ୍ଷେତ୍ରରେ ତାଙ୍କର ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ତାଙ୍କର ପୂର୍ବ ଅଭିଜ୍ଞତା ଏନ୍‌ଏଚ୍‌ପିସି ଲିମିଟେଡ୍‌ ଓ ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ପରି ଶକ୍ତି କ୍ଷେତ୍ରରେ ରହିଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଚୋପ୍ରା ବାଣିଜ୍ୟ (କଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଆକାଉଣ୍ଟାଣ୍ଟ) ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କଷ୍ଟ ଆକାଉଣ୍ଟାଣ୍ଟ ଅଫ୍‌ ଇଣ୍ଡିଆ ଦ୍ୱାରା ‘ଆଇକନ ଅଫ୍‌ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସ୍ବୀକୃତି ବ୍ୟତୀତ ତାଙ୍କର ଆର୍ଥିକ ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ‘ଫାଇନାନ୍ସ ଲିଡର ଅଫ୍‌ ଦି ଇୟର’ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri