Posted inଖେଳ

ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କଲେ ଆରି ବଗର୍‌ସ

ଅକଲାଣ୍ଡ/ମେଲବର୍ନ, ୨୫ା୭: ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ସୋମବାର ଜର୍ମାନୀ ଓ ବ୍ରାଜିଲ ବୃହତ ବିଜୟ ହାସଲ କରିଛନ୍ତି। ଇଟାଲୀ ୧-୦ରେ ଆର୍ଜେଣ୍ଟିନାକୁ ହରାଇ ପଏଣ୍ଟ ଖାତା ଖୋଲିଥିବା ବେଳେ ବ୍ରାଜିଲର ଆରି ବଗର୍‌ସ ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି।

ପ୍ରଥମ ହ୍ୟାଟ୍ରିକ୍‌
ଚଳିତ ବିଶ୍ୱକପରେ ପ୍ରଥମ ହ୍ୟାଟ୍ରିକ୍‌ ରେକର୍ଡ କରିଛନ୍ତି ବ୍ରାଜିଲର ଆରି ବଗର୍‌ସ। ସୋମବାର ବ୍ରାଜିଲ ୪-୦ରେ ପାନାମାକୁ ପରାସ୍ତ କରିଥିଲା। ବଗର୍‌ସ ପ୍ରଥମ ହାଫ୍‌ରେ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଦ୍ୱିତୀୟ ହାଫ୍‌ରେ ଗୋଟିଏ ଗୋଲ ଦେଇଥିଲେ। ୧୯ତମ ମିନିଟରେ ବଗର୍‌ସ ବ୍ରାଜିଲ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ୩୯ତମ ମିନିଟରେ ସେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ୨-୦ରେ ଅଗ୍ରଣୀ ରହିବା ପରେ ୪୮ତମ ମିନିଟରେ ବିଟ୍ରିଜ୍‌ ଜୋଆଓ ତୃତୀୟ ଗୋଲ ସ୍କୋର କରିଥିଲେ। ୭୦ତମ ମିନିଟ୍‌ରେ ବଗର୍‌ସ ବ୍ୟକ୍ତିଗତ ତୃତୀୟ ଗୋଲ କରିବା ସହିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଥିଲେ।

ଇଟାଲୀ ବନାମ ଆର୍ଜେଣ୍ଟିନା
ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ମହିଳା ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିଛି ଇଟାଲୀ। ପ୍ରଥମାର୍ଦ୍ଧରେ ଇଟାଲୀ ଦୁଇ ଥର ଗୋଲ୍‌ କରିଥିଲେ ମଧ୍ୟ ଉଭୟ ଥର ଅଫ୍‌ସାଇଡ୍‌ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ମ୍ୟାଚ୍‌ କଡା ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ୍‌ର ୮୭ତମ ମିନିଟରେ ଇଟାଲୀର କ୍ରିଷ୍ଟିଆନା ଗିରେଲି ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଇଟାଲୀ ୫୩ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିବା ବେଳେ ଦଳକୁ ୫ଟି କର୍ନର ମିଳିଥିଲା।

ପପ୍‌ଙ୍କ ଡବଲ୍‌ରେ ଜର୍ମାନୀ ବିଜୟୀ
ଜର୍ମାନୀର ଆଲେକ୍‌ଜାଣ୍ଡର ପପ ପ୍ରଥମ ହାଫ୍‌ରେ ଡବଲ୍‌ ଗୋଲ ସ୍କୋର କରିଥିବା ବେଳେ ଜର୍ମାନୀ ୬-୦ର ବୃହତ୍‌ ବ୍ୟବଧାନରେ ମରକ୍କୋକୁ ପରାସ୍ତ କରିଛି। ଏହା ବ୍ୟତୀତ କାର୍ଲା ବଲ୍‌ ଓ ଲି ସ୍କୁଲର ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମରକ୍କୋ ପକ୍ଷରୁ ହନାନ ଆଟେ ଏଲ୍‌ ହାଜ ଓ ୟାସ୍ମିନ୍‌ ମ୍ରାବେଟ ଆତ୍ମଘାତୀ ଗୋଲ ଦେଇଥିଲେ। ମ୍ୟାଚ୍‌ର ୧୧ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିବା ସହିତ ଚଳିତ ବିଶ୍ୱକପର ଦ୍ରୁତତମ ଗୋଲ୍‌ର ରେକର୍ଡ ନିଜ ନାମରେ କରିଥିଲେ ପପ୍‌। ମ୍ୟାଚ୍‌ର ୩୯ ତମ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ ପପ୍‌। ଅନ୍ତର୍ଜାତୀୟ ଫୁଟବଲରେ ଏହା ତାଙ୍କର ୬୩ ଓ ୬୪ ତମ ଗୋଲ୍‌ ଅଟେ। ପ୍ରଥମ ଆରବ ଓ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଭାବରେ ଯୋଗ୍ୟତା ଅର୍ଜନ କରିଥିବା ମରକ୍କୋ ମ୍ୟାଚ୍‌ରେ ମାତ୍ର ୨୫ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହୋଇଥିଲେ। ଜର୍ମାନୀକୁ ୬ଟି କର୍ନର ମିଳିଥିବା ବେଳେ ୭ଟି ଶଟ୍‌ ଟାର୍ଗେଟରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri