Posted inଖେଳ

ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କଲେ ଆରି ବଗର୍‌ସ

ଅକଲାଣ୍ଡ/ମେଲବର୍ନ, ୨୫ା୭: ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ସୋମବାର ଜର୍ମାନୀ ଓ ବ୍ରାଜିଲ ବୃହତ ବିଜୟ ହାସଲ କରିଛନ୍ତି। ଇଟାଲୀ ୧-୦ରେ ଆର୍ଜେଣ୍ଟିନାକୁ ହରାଇ ପଏଣ୍ଟ ଖାତା ଖୋଲିଥିବା ବେଳେ ବ୍ରାଜିଲର ଆରି ବଗର୍‌ସ ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି।

ପ୍ରଥମ ହ୍ୟାଟ୍ରିକ୍‌
ଚଳିତ ବିଶ୍ୱକପରେ ପ୍ରଥମ ହ୍ୟାଟ୍ରିକ୍‌ ରେକର୍ଡ କରିଛନ୍ତି ବ୍ରାଜିଲର ଆରି ବଗର୍‌ସ। ସୋମବାର ବ୍ରାଜିଲ ୪-୦ରେ ପାନାମାକୁ ପରାସ୍ତ କରିଥିଲା। ବଗର୍‌ସ ପ୍ରଥମ ହାଫ୍‌ରେ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଦ୍ୱିତୀୟ ହାଫ୍‌ରେ ଗୋଟିଏ ଗୋଲ ଦେଇଥିଲେ। ୧୯ତମ ମିନିଟରେ ବଗର୍‌ସ ବ୍ରାଜିଲ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ୩୯ତମ ମିନିଟରେ ସେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ୨-୦ରେ ଅଗ୍ରଣୀ ରହିବା ପରେ ୪୮ତମ ମିନିଟରେ ବିଟ୍ରିଜ୍‌ ଜୋଆଓ ତୃତୀୟ ଗୋଲ ସ୍କୋର କରିଥିଲେ। ୭୦ତମ ମିନିଟ୍‌ରେ ବଗର୍‌ସ ବ୍ୟକ୍ତିଗତ ତୃତୀୟ ଗୋଲ କରିବା ସହିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଥିଲେ।

ଇଟାଲୀ ବନାମ ଆର୍ଜେଣ୍ଟିନା
ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ମହିଳା ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିଛି ଇଟାଲୀ। ପ୍ରଥମାର୍ଦ୍ଧରେ ଇଟାଲୀ ଦୁଇ ଥର ଗୋଲ୍‌ କରିଥିଲେ ମଧ୍ୟ ଉଭୟ ଥର ଅଫ୍‌ସାଇଡ୍‌ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ମ୍ୟାଚ୍‌ କଡା ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ୍‌ର ୮୭ତମ ମିନିଟରେ ଇଟାଲୀର କ୍ରିଷ୍ଟିଆନା ଗିରେଲି ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଇଟାଲୀ ୫୩ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିବା ବେଳେ ଦଳକୁ ୫ଟି କର୍ନର ମିଳିଥିଲା।

ପପ୍‌ଙ୍କ ଡବଲ୍‌ରେ ଜର୍ମାନୀ ବିଜୟୀ
ଜର୍ମାନୀର ଆଲେକ୍‌ଜାଣ୍ଡର ପପ ପ୍ରଥମ ହାଫ୍‌ରେ ଡବଲ୍‌ ଗୋଲ ସ୍କୋର କରିଥିବା ବେଳେ ଜର୍ମାନୀ ୬-୦ର ବୃହତ୍‌ ବ୍ୟବଧାନରେ ମରକ୍କୋକୁ ପରାସ୍ତ କରିଛି। ଏହା ବ୍ୟତୀତ କାର୍ଲା ବଲ୍‌ ଓ ଲି ସ୍କୁଲର ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମରକ୍କୋ ପକ୍ଷରୁ ହନାନ ଆଟେ ଏଲ୍‌ ହାଜ ଓ ୟାସ୍ମିନ୍‌ ମ୍ରାବେଟ ଆତ୍ମଘାତୀ ଗୋଲ ଦେଇଥିଲେ। ମ୍ୟାଚ୍‌ର ୧୧ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିବା ସହିତ ଚଳିତ ବିଶ୍ୱକପର ଦ୍ରୁତତମ ଗୋଲ୍‌ର ରେକର୍ଡ ନିଜ ନାମରେ କରିଥିଲେ ପପ୍‌। ମ୍ୟାଚ୍‌ର ୩୯ ତମ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ ପପ୍‌। ଅନ୍ତର୍ଜାତୀୟ ଫୁଟବଲରେ ଏହା ତାଙ୍କର ୬୩ ଓ ୬୪ ତମ ଗୋଲ୍‌ ଅଟେ। ପ୍ରଥମ ଆରବ ଓ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଭାବରେ ଯୋଗ୍ୟତା ଅର୍ଜନ କରିଥିବା ମରକ୍କୋ ମ୍ୟାଚ୍‌ରେ ମାତ୍ର ୨୫ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହୋଇଥିଲେ। ଜର୍ମାନୀକୁ ୬ଟି କର୍ନର ମିଳିଥିବା ବେଳେ ୭ଟି ଶଟ୍‌ ଟାର୍ଗେଟରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri