Posted inଖେଳ

ଫାଇନାଲରେ ଆର୍ଜେଣ୍ଟିନା

ଦୋହା, ୧୪।୧୨: ଦୁଇଥର ଚାମ୍ପିୟନ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଲୁସେଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଲିଓନେଲ ମେସିଙ୍କ ଦଳ ୩-୦ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି। ଫଳରେ ଗତ ସଂସ୍କରଣର ରନରଅପ୍‌ କ୍ରୋଏସିଆର ଟାଇଟଲ ଜିତିବା ଆଶା ଏଥର ମଧ୍ୟ ଅଧୁରା ରହି ଯାଇଛି। ଆର୍ଜେଣ୍ଟିନା ପକ୍ଷରୁ ମେସି ପେନାଲ୍ଟିରୁ ଏକ ଗୋଲ ଦେଇଥିବାବେଳେ ଅନ୍ୟ ୨ଟି ଗୋଲ ଦେଇଥିଲେ ଯୁବ ଷ୍ଟ୍ରାଇକର ଜୁଲିଆନ ଆଲ୍‌ଭାରେଜ। ୨୦୧୪ ପରେ ଆର୍ଜେଣ୍ଟିନା ପ୍ରଥମଥରପାଇଁ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ୧୯୭୮ ଓ ୧୯୮୬ରେ ଚାମ୍ପିୟନ ଆର୍ଜେଣ୍ଟିନା ୧୯୩୦, ୧୯୯୦ ଓ ୨୦୧୪ରେ ରନରଅପ୍‌ ହୋଇଥିଲା। ୨୦୧୮ରେ ଦଳ ରାଉଣ୍ଡ ଅଫ୍‌ ୧୬ରୁ ବିଦାୟ ନେଇଥିଲା। ଏଥର ଫାଇନାଲରେ ପ୍ରବେଶ କରି ଦଳ ତୃତୀୟ ଥରପାଇଁ ବିଶ୍ୱକପ ଜିତିବା ଆଶା ଉଜ୍ଜୀବିତ ରଖିଛି। ମେସି ମଧ୍ୟ କ୍ୟାରିୟର ସାୟାହ୍ନରେ ବିଶ୍ୱକପ ଟାଇଟଲ ଜିତିବାର ନିକଟତର ହୋଇଛନ୍ତି। ଅନ୍ୟପକ୍ଷରେ ଗତ ସଂସ୍କରଣ (୨୦୧୮)ରେ କ୍ରୋଏସିଆ ରନରଅପ୍‌ ହୋଇ ବିଶ୍ୱକପରେ ଶ୍ରେଷ୍ଠ ସଫଳତା ପାଇଥିଲା। ୧୯୯୮ରେ ଦଳ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ୨୦୦୨, ୨୦୦୬ ଓ ୨୦୧୪ରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ବୁଧବାର ଫ୍ରାନ୍ସ ଓ ମରକ୍କୋ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ। ଏହାର ବିଜେତାକୁ ଆର୍ଜେଣ୍ଟିନା ଆସନ୍ତା ରବିବାର ଫାଇନାଲରେ ଭେଟିବ।
ମ୍ୟାଚର ୩୨ତମ ମିନିଟରେ ବକ୍ସ ଅଞ୍ଚଳ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ସମୟରେ ଆର୍ଜେଣ୍ଟିନାର ଆଲ୍‌ଭାରେଜଙ୍କୁ ଟାଣି ତଳେ ପକାଇ ଦେଇଥିଲେ କ୍ରୋଏସିଆ ଗୋଲକିପର ଡୋମିନିକ୍‌ ଲିଭାକୋଭିକ୍‌। ଫଳରେ ରେଫରି ଲିଭାକୋଭିକ୍‌ଙ୍କୁ ୟେଲୋ କାର୍ଡ ଦେଖାଇଥିଲେ ଏବଂ ଆର୍ଜେଣ୍ଟିନାକୁ ବହୁ ଗୁରୁତ୍ୱପୂର୍ଣ୍ଣ ପେନାଲ୍ଟି ସୁଯୋଗ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କ୍ରୋଏସିଆ ଖେଳାଳି ମାଟେଓ କୋଭାକିକ୍‌ ଅଣ ଖେଳୁଆଡ଼ ମନୋଭାବ ଦେଖାଇଥିଲେ। ଫଳରେ ରେଫରି ତାଙ୍କୁ ମଧ୍ୟ ୟେଲୋକାର୍ଡ ଦେଖାଇଥିଲେ। ୩୪ତମ ମିନିଟରେ ପେନାଲ୍ଟି ଶଟ୍‌ ମାରିଥିଲେ ଅଧିନାୟକ ଲିଓନେଲ ମେସି। ସେ ପ୍ରତିପକ୍ଷ ଗୋଲକିପରଙ୍କୁ ଚକ୍‌ମା ଦେଇ ରାଇଟ୍‌ କର୍ନରରେ ଗୋଲ ସ୍କୋର କରିବା ସହ ଆର୍ଜେଣ୍ଟିନାକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଶୁଟ୍‌ଆଉଟକୁ ଛାଡ଼ିଦେଲେ ଏଥିସହ ସେ ୧୯୬୬ରେ ପର୍ତ୍ତୁଗାଲର ୟୁସେବିଓ ଏବଂ ୧୯୭୮ରେ ନେଦରଲାଣ୍ଡ୍ସର ରବ୍‌ ରେନସେନବ୍ରିଙ୍କ ସମକକ୍ଷ ମେସି ୨୦୨୨ ବିଶ୍ୱକପରେ ପେନାଲ୍ଟିରୁ ୪ଟି ଗୋଲ ଦେବାର ରେକର୍ଡ କଲେ। ଏହାଥିଲା ବିଶ୍ୱକପରେ ମେସିଙ୍କର ୧୧ତମ ଗୋଲ। ଯାହାକି କୌଣସି ଆର୍ଜେଣ୍ଟିନା ଖେଳାଳିଙ୍କ ପକ୍ଷରେ ସର୍ବାଧିକ। ମେସି ଗୋଲ ଦେବାର ୫ ମିନିଟ ପରେ ଅର୍ଥାତ୍‌ ୩୯ତମ ମିନିଟରେ ଜୁଲିଆନ ଆଲ୍‌ଭାରେଜ ଏକ ଗୋଲ ଦେଇ ଆର୍ଜେଣ୍ଟିନା ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ମିଡ୍‌ଫିଲ୍ଡରୁ ମେସିଙ୍କଠାରୁ ବଲ୍‌ ପାଇ ଏହି ଯୁବ ଷ୍ଟ୍ରାଇକର କ୍ରୋଏସିଆର ରକ୍ଷଣଭାଗକୁ ଭେଦକରିବା ସହ ଗୋଲକିପରଙ୍କୁ ଚତୁରତାର ସହ ଅତିକ୍ରମ କରି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ପ୍ରଥମାର୍ଦ୍ଧରେ କ୍ରୋଏସିଆ ୬୨ ପ୍ରତିଶତ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲେ ହେଁ ଗୋଟିଏ ହେଲେ ଶଟ୍‌ ଟାର୍ଗେଟ କରିପାରି ନ ଥିଲା। ଅନ୍ୟପକ୍ଷରେ ଆଲଭାରେଜଙ୍କର ଚଳିତ ବିଶ୍ୱକପରେ ଏହା ତୃତୀୟ ଗୋଲ ଥିଲା। ୨୨ କିମ୍ବା ତା’ଠାରୁ କମ୍‌ ବୟସର ଖେଳାଳିଭାବେ କେବଳ ଗୋଞ୍ଜାଲୋ ହିଗୁଏନ ୨୦୧୦ ବିଶ୍ୱକପରେ ୪ଟି ଗୋଲ ଦେବାରେ ସକ୍ଷମ ହୋଇଥିଲେ। ମ୍ୟାଚର ୬୯ତମ ମିନିଟରେ ଆର୍ଜେଣ୍ଟିନା ୩ୟ ଗୋଲଟି ସ୍କୋର କରିଥିଲା। ମେସି ଏକାକୀ କ୍ରୋଏସିଆ ଖେଳାଳିଙ୍କୁ ଅତିକ୍ରମ କରି ବଲ୍‌କୁ ଗୋଲପୋଷ୍ଟର ନିକଟରେ ପହଞ୍ଚାଇବାପରେ ଜୁଲିଆନ ଆଲଭାରେଜଙ୍କ ନିକଟକୁ ପାସ୍‌ ଦେଇଥିଲେ। ଆଲଭାରେଜ କୌଣସି ଭୁଲ ନ କରି ତତ୍‌କ୍ଷଣାତ ବଲ୍‌କୁ କ୍ରୋଏସିଆ ଗୋଲପୋଷ୍ଟକୁ ବଲ୍‌ ପଠାଇ ଦେଇଥିଲେ। ଏହାକୁ ମିଶାଇ ମେସି ୧୯୬୬ପରେ ପ୍ରଥମ ଖେଳାଳିଭାବେ ଗୋଟିଏ ବିଶ୍ୱକପର ୩ଟି ଭିନ୍ନ ମ୍ୟାଚରେ ଗୋଲ ଦେବାସହ ଗୋଲ ଦେବାରେ ସହାୟକ ମଧ୍ୟ ହେଲେ।
ଲିଓନେଲ ମେସି ଏଠାରେ କ୍ୟାରିୟରର ୨୫ତମ ବିଶ୍ୱକପ ମ୍ୟାଚ ଖେଳିଥିଲେ। ଏ କ୍ଷେତ୍ରରେ ସେ ବିଶ୍ୱକପରେ ସର୍ବାଧିକ ମ୍ୟାଚ ଖେଳିବାରେ ଜର୍ମାନୀର ଲୋଥାର ମାଥ୍ୟୁସଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ଆର୍ଜେଣ୍ଟିନା ପକ୍ଷରୁ ୫୦ତମ ମ୍ୟାଚ ଖେଳିଥିଲେ ରୋଡ୍ରିଗୋ ଡି ପଲ୍‌ ଓ ଲିଆଣ୍ଡ୍ରୋ ପରେଡେସ। କୋଚ୍‌ ଜ୍ଲାଟ୍‌କୋ କ୍ରୋଏସିଆକୁ ୪-୩-୩ ଓ ଲିଓନେଲ ସ୍କାଲୋନି ଆର୍ଜେଣ୍ଟିନାକୁ ୪-୪-୨ ଲାଇନ୍‌ଅପ୍‌ରେ ଖେଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri