ବ୍ରିଟେନ ସହ ଫାଲ୍କଲ୍ୟାଣ୍ଡ ଚୁକ୍ତିନାମା ବାତିଲ କଲା ଆର୍ଜେଣ୍ଟିନା…

ଲଣ୍ଡନ,୫।୩ : ଫାଲ୍କଲ୍ୟାଣ୍ଡ ଚୁକ୍ତିନାମାକୁ ଏକପାଖିଆ ବାତିଲ କରିବାକୁ ଆର୍ଜେଣ୍ଟିନା ନିଷ୍ପତ୍ତି ଯୋଗୁଁ ବ୍ରିଟେନରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇିଛି। ଆର୍ଜେଣ୍ଟିନାର ଏହି ନିଷ୍ପତ୍ତି ଉପରେ ବ୍ରିଟିଶ ସରକାରଙ୍କ ପ୍ରତିକ୍ରିୟା ତୁଳନାତ୍ମକ ଭାବେ ସାମାନ୍ୟ ଥିଲା। ଏନେଇ ସମାଲୋଚକମାନେ କହିଛନ୍ତି ଯେ, ସଙ୍କଟରେ ପଡ଼ିଥିବା ବ୍ରିଟେନକୁ ବର୍ତ୍ତମାନ ଦୁନିଆର ଏକ ଦୁର୍ବଳ ଦେଶ ଭାବରେ ଦେଖାଯାଉଛି। ସୋସିଆଲ ମିଡିଆରେ ଏଭଳି କଥା କୁହାଯାଇଛି।

କେତେକ ପର୍ଯ୍ୟବେକ୍ଷକଙ୍କ କହିବାନୁସାରେ, ବ୍ରିଟେନ ବର୍ତ୍ତମାନ ୟୁକ୍ରେନକୁ ସାମରିକ ସହାୟତା ପାଇଁ ଜଡ଼ିତ ଥିବାବେଳେ ଆର୍ଜେଣ୍ଟିନା ଏଭଳି ପଦକ୍ଷେପ ନେବାକୁ ଉପଯୁକ୍ତ ସମୟ ଭାବରେ ଚିନ୍ତା କରିଛି। ଏଥି ସହିତ ବ୍ରିଟେନରେ ମଧ୍ୟ ମୁଦ୍ରାସ୍ଫୀତି ଏବଂ ସାମାଜିକ ସମସ୍ୟା ଗୁରୁତର ହେବାରେ ଲାଗିଛି।

ବ୍ରିଟିଶ ସରକାରୀ ଅଧିକାରୀ ଆର୍ଜେଣ୍ଟିନାର ଏହି ନିଷ୍ପତ୍ତିକୁ ନିରାଶାଜନକ ବୋଲି ବର୍ଣ୍ଣନା କରିଛନ୍ତି। ଫାଲ୍କଲ୍ୟାଣ୍ଡ ଆର୍ଜେଣ୍ଟିନାରେ ମାଲଭିନସ ଦ୍ୱୀପପୁଞ୍ଜ ଭାବରେ ଜଣାଶୁଣା। ୧୮୩୩ ମସିହାରେ ବ୍ରିଟେନ ଏହି ଦ୍ୱୀପପୁଞ୍ଜକୁ ଦଖଲ କରିଥିଲା, ଯାହା ଆର୍ଜେଣ୍ଟିନା ଦ୍ୱାରା ସର୍ବଦା ଦାବି ହୋଇଆସୁଛି। ୧୯୮୨ ମସିହାରେ, ଆର୍ଜେଣ୍ଟିନା ଏହି ଦ୍ୱୀପପୁଞ୍ଜକୁ ଜବରଦଖଲ କରିଥିଲା, ଯାହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା ଯେଉଁଥିରେ ଆର୍ଜେଣ୍ଟିନା ପରାସ୍ତ ହୋଇଥିଲା। ୭୪ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଆର୍ଜେଣ୍ଟିନାର ୬୪୯ ସୈନିକ ଏବଂ ବ୍ରିଟେନର ୨୫୫ ସୈନ୍ୟ ନିହତ ହୋଇଥିଲେ।

୨୦୧୬ ରେ ବ୍ରିଟେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଲ୍କଲ୍ୟାଣ୍ଡ / ମାଲଭିନସ ଦ୍ୱୀପପୁଞ୍ଜ ବିଷୟରେ ଏକ ଚୁକ୍ତି ହୋଇଥିଲା । ବର୍ତ୍ତମାନ ଆର୍ଜେଣ୍ଟିନା ଏକପାଖିଆ ଭାବେ ଏଥିରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri