Posted inଜାତୀୟ

ସମସ୍ତ ବିରୋଧୀ ‘କଂଗ୍ରେସ ମୁକ୍ତ ଭାରତ’ ପାଇଁ ବ୍ୟସ୍ତ ଅଛନ୍ତି କି? ପ୍ରମୋଦ କୃଷ୍ଣଙ୍କ ଟୁଇଟ ଭାଇରାଲ…

ନୂଆଦିଲ୍ଲୀ,୧୭।୬ : ବିରୋଧୀ ଏକତା ଏବଂ କଂଗ୍ରେସ ସମ୍ପର୍କରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଏଭଳି ଏକ ଟୁଇଟ କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ପ୍ରମୋଦ କୃଷ୍ଣ ବିରୋଧୀ ଏକତା ସମ୍ପର୍କରେ ବିଭିନ୍ନ ଦଳ ଦ୍ୱାରା ଜାରି କରାଯାଇଥିବା ବିଭିନ୍ନ ସର୍ତ୍ତକୁ କଟାକ୍ଷ କରି ଏକ ଜବାବ ଦେଇଛନ୍ତି। ସେ ଲେଖିଛନ୍ତି ଏହା ବିରୋଧୀ ଏକତା ଅବା କଂଗ୍ରେସ ମୁକ୍ତ ଭାରତର ଏକ ନୂଆ ସ୍ବରୂପ ?

କଂଗ୍ରେସ ଏବଂ ଅନ୍ୟ ଦଳର ନେତାମାନେ ଭାଜପା ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ବିରୋଧୀ ଦଳର ସାଧାରଣ ବୈଠକ ସମ୍ପର୍କରେ ନୀତୀଶ କୁମାର ତାରିଖ ପରେ ତାରିଖ ଘୋଷଣା କରୁଛନ୍ତି। ଏଥି ସହିତ, ଅନେକ ଦଳ ଅଛନ୍ତି ଯେଉଁମାନେ ବିରୋଧୀ ଏକତାର ଅଂଶ ହେବାକୁ ଚାହାଁନ୍ତି, କିନ୍ତୁ ସେମାନଙ୍କର ନିଜସ୍ବ ସର୍ତ୍ତ ରହିଛି ।

ପ୍ରମୋଦ କୃଷ୍ଣ ଟୁଇଟ କରିଛନ୍ତି ଏଏପି କହୁଛି ଦିଲ୍ଲୀ ଏବଂ ପଞ୍ଜାବ ଛାଡିଦିଅ। ଅଖିଳେଶ ଯାଦବ କହିଛନ୍ତି ୟୁପି ଛାଡିଦିଅ। ମମତା ବାନାର୍ଜୀ କହିଛନ୍ତି ପଶ୍ଚିମବଙ୍ଗ ଆମ ପାଇଁ ଛାଡ, କେସିଆର ତେଲେଙ୍ଗାନା ଛାଡି ଦେବାକୁ ଚାହୁଁଛନ୍ତି। ଜଗନମୋହନ ରେଡ୍ଡୀ ଆନ୍ଧ୍ର ଛାଡିବାକୁ ଚାହୁଁଛନ୍ତି, ଷ୍ଟାଲିନ କହିଛନ୍ତି ତାମିଲନାଡୁ ଛାଡିଦିଅ। ଦିନେ ଶରଦ ପାୱାର ଯିବେ କହିବେ ଏନସିପି ପାଇଁ ମହାରାଷ୍ଟ୍ର ମଧ୍ୟ ଛାଡିଦିଅ। ଏହା ପ୍ରକୃତ ପକ୍ଷେ ବିରୋଧୀ ଏକତା ନୁହେଁ। ଏହା ବୋଧେ କଂଗ୍ରେସ ମୁକ୍ତ ଭାରତର ଏକ ନୂଆ ରୂପ? ଏହି ଟୁଇଟ ଆଚାର୍ଯ୍ୟ ପ୍ରମୋଦ ବିରୋଧୀ ଦଳର ବହୁ ବିଶିଷ୍ଟ ନେତାଙ୍କୁ ଟ୍ୟାଗ କରିଛନ୍ତି। ଏହା ସହିତ ସେ କଂଗ୍ରେସକୁ ମଧ୍ୟ ଟ୍ୟାଗ କରିଛନ୍ତି। ଏଥି ସହ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ କଂଗ୍ରେସ ନେତା ପ୍ରମୋଦ କୃଷ୍ଣଙ୍କ ଏହି ଟୁଇଟକୁ ନେଇ କମେଣ୍ଟ କରିଛନ୍ତି। ବିରୋଧୀ କଂଗ୍ରେସ ମୁକ୍ତ ଭାରତ ଗଢ଼ିବାରେ ଲାଗିଛନ୍ତି କି ବୋଲି ୟୁଜର ପ୍ରଶ୍ନ କରିଛନ୍ତି।

ବିରୋଧୀଙ୍କୁ ଏକଜୁଟ କରିବାକୁ କଂଗ୍ରେସ ଚେଷ୍ଟା କରୁଛି। ଏ ସମ୍ପର୍କରେ ସିଏମ ନୀତୀଶ କୁମାର ଜୁନ ୨୩ ରେ ବିରୋଧୀ ଦଳର ଏକ ବୈଠକ ଡାକିଛନ୍ତି। ଏହି ବିଷୟରେ ମମତା ବାନାର୍ଜୀଙ୍କ ସ୍ବର ମଧ୍ୟ କ୍ରମାଗତ ଭାବରେ ବଦଳୁଛି । ପ୍ରଥମେ ମମତା କଂଗ୍ରେସ ସହିତ ଆସିବାକୁ ମନା କରିଦେଇଥିଲେ। ପରେ ସେ ଏକ ସର୍ତ୍ତରେ ସହମତ ହୋଇଥିଲେ ଯେଉଁ ରାଜ୍ୟଗୁଡ଼ିକରେ ଯେଉଁ ଦଳ ଶକ୍ତିଶାଳୀ ଅଛନ୍ତି ସେହି ଦଳକୁ କଂଗ୍ରେସ ସମର୍ଥନ କରିବା ଉଚିତ। ଅନ୍ୟପକ୍ଷରେ ଶୁକ୍ରବାର ସିଏମ ମମତା କହିଥିଲେ ସେ କେବଳ ଗୋଟିଏ ସର୍ତ୍ତରେ କଂଗ୍ରେସକୁ ସମର୍ଥନ କରିବେ, ଯେତେବେଳେ କଂଗ୍ରେସ ସିପିଏମ ସାଥୀ ଛାଡିବ। ବିଭିନ୍ନ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି। ବିଭିନ୍ନ ଦଳ କଂଗ୍ରେସ ଆଗରେ ସର୍ତ୍ତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri