ସିଲ୍‌ ଫୁଡ୍‌ସକୁ ଅଧିଗ୍ରହଣ କଲା ଆର୍‌ସିପିଏଲ୍‌

ମୁମ୍ବାଇ,୨୪।୧: ଦେଶର ପ୍ରମୁଖ ଫୁଡ୍‌ସ ବ୍ରାଣ୍ଡ୍‌ ସିଲ୍‌ (ଏସ୍‌ଆଇଏଲ୍‌)କୁ ଆନୁଷ୍ଠାନିକ ଭାବେ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ) ନିକଟରେ ଅଧିଗ୍ରହଣ କରିଥିବା ରିଲାଏନ୍ସ ଗ୍ରୁପ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ପାଇଁ ସିଲ୍‌ ବର୍ତ୍ତମାନ ଆରସିପିଏଲ୍‌ର ବିସ୍ତୃତ ସମ୍ଭାରର ଏକ ଅଂଶବିଶେଷ ହେବ। ସେହିଭଳି କମ୍ପାନୀ ଉପଭୋକ୍ତା ଉତ୍ପାଦ କ୍ଷେତ୍ରରେ ନିଜର ସ୍ଥିତିକୁ ମଜଭୁତ କରିବା ଏବଂ ଭାରତୀୟ ଐତିହ୍ୟ ବ୍ରାଣ୍ଡ୍‌ଗୁଡିକୁ ପୁନର୍ଜୀବିତ କରିବା ଦିଗରେ ରିଲାଏନ୍ସ ରଣନୀତିର ଏହି ପଦକ୍ଷେପ ଏକ ଅଂଶବିଶେଷ ବୋଲି କୁହାଯାଉଛି।
ଏ ସମ୍ପର୍କରେ ଆରସିପିଏଲର ସିଇଓ କେତନ ମୋଦି କହିଛନ୍ତି, ଆମେ ଭବିଷ୍ୟତର ବ୍ୟବସାୟ ନିର୍ମାଣ କରିବାବେଳେ ଭାରତର ସଂସ୍କୃତି ଏବଂ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ ରହିଛୁ। ସିଲ୍‌ ଫୁଡ୍‌ସର ଅଧିଗ୍ରହଣ ଆମକୁ ଭାରତୀୟ ଖାଦ୍ୟ ଓ ଖାଦ୍ୟସାମଗ୍ରୀଗୁଡିକୁ ଉପଭୋକ୍ତାଙ୍କ ପାଖରେ ନୂତନ ତଥା ଅଭିନବ ଫର୍ମାଟରେ ପହଞ୍ଚାଇବାରେ ସହାୟକ ହେବ। ସେହିପରି ଆରସିପିଏଲ ସିଲ୍‌ ବ୍ରାଣ୍ଡ୍‌ର ଗୁଣବତ୍ତା ଏବଂ ବିତରଣ ନେଟୱର୍କରେ ଉନ୍ନତି ଆଣିବ।
ଅପରପକ୍ଷରେ ସିଲ୍‌ ଫୁଡ୍‌ସର ଏମ୍‌ଡି ଅଜୟ ମାରିୱାଲା କହିଛନ୍ତି, ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ସହିତ ଯୋଡ଼ି ହୋଇ ସିଲ୍‌ ବ୍ରାଣ୍ଡ୍‌କୁ ଏକ ନୂତନ ପରିଚୟ ଦେବାକୁ ଆମେ ଉତ୍ସାହିତ ଅଛୁ। ଏହି ସହଭାଗିତା ସିଲ୍‌କୁ ଏକ ବ୍ୟାପକ ତଥା ଆଧୁନିକ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri