Posted inଫୁରସତ

ସ୍ଥପତି ରଘୁନାଥ

ପିଲାଟି ଦିନରୁ ସେ ତାଙ୍କ ବାପା, ଅଜାଙ୍କଠାରୁ ଶିଖିଥିଲେ କାଠ, ପଥର ଖୋଦେଇ କାମ । ତାଙ୍କ ନିହଣ-ମୁଗୁର ସ୍ପର୍ଶରେ ନିର୍ଜୀବ ପଥର ଲାଗୁଥିଲା ଜୀବନ୍ତ। ତାଙ୍କ କଳାଭାସ୍କର୍ଯ୍ୟ ଶୈଳୀର ସ୍ବତନ୍ତ୍ର ପରିଚୟ କେବଳ ଆମ ରାଜ୍ୟ ଓ ଦେଶରେ ନୁହେଁ ବରଂ ସାରାବିଶ୍ୱରେ ନିଆରା ପରିଚୟ ସୃଷ୍ଟି କରିଛି। କିନ୍ତୁ ତାଙ୍କ ସ୍ଥପତିକାର୍ଯ୍ୟର ସବୁଶ୍ରେୟ ସେ ଦିଅନ୍ତି ମହାପ୍ରଭୁ କାଳିଆ ଠାକୁରଙ୍କୁୁ । ଏହି ବିରଳ ସ୍ଥପତି ଥିଲେ ମହାନ୍‌ ଶିଳ୍ପୀ ପଦ୍ମବିଭୂଷଣ ତଥା ରାଜ୍ୟ ସଭା ସଦସ୍ୟ ରଘୁନାଥ ମହାପାତ୍ର । ଜୀବତ ଅବସ୍ଥାରେ ତାଙ୍କ ସହ ହୋଇଥିବା ସାକ୍ଷାତ୍‌କାରର କିଛି ଅଂଶ। ପୁରୀ ହରଚଣ୍ଡୀ ସାହିରେ ଘର। କିନ୍ତୁ ପଥୁରିଆ ସାହି ଅଜାଙ୍କ ଘରେ ସେ ପୁଅ ହୋଇ ରହିଲେ। ନାମ ରଘୁନାଥ ମହାପାତ୍ର ଡାକନାମ ରଘୁ। ତାଙ୍କର ଜନ୍ମ-୧୯୪୩ ମସିହା ମାର୍ଚ୍ଚ ୨୪ ତାରିଖରେ। ପିତା ଦାମୋଦର ମହାପାତ୍ର, ମା’ ଶକୁନ୍ତଳା ମହାପାତ୍ର। ଅଜା ଅପର୍ତ୍ତି ମହାପାତ୍ର (ମହାରଣା)ଥିଲେ ଶ୍ରୀମନ୍ଦିରର ସ୍ଥପତି। ପିଲାଦିନେ ଥରେ ରଘୁଙ୍କୁ ଟାଇଫଏଡ୍‌ ଜ୍ୱର ହୋଇଥିଲା । ତାଙ୍କ ବାପା ରଘୁଙ୍କୁ ଚିକିତ୍ସା ନିମନ୍ତେ ପୁରୀ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ରଘୁଙ୍କ ଦେହ ଅସୁସ୍ଥତା ବଢିଯିବାରୁ ତାଙ୍କ ଚିକିତ୍ସା ହୋଇ ପାରିବନି କହି ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଲେ। ନିରୁପାୟ ହୋଇ ଦାମୋଦର ପୁଅ ରଘୁଙ୍କୁ ଧରି ଘରକୁ ଫେରିବା ବାଟରେ ମା’ ହରଚଣ୍ଡୀଙ୍କ ମନ୍ଦିରଠାରେ ଅଟକି ମା’ଙ୍କ ପାହାଚରେ ରଘୁଙ୍କୁ ଗଡ଼ାଇ ତାଙ୍କର ଆରୋଗ୍ୟ ମନାସିଥିଲେ। କିଛିକ୍ଷଣ ପରେ ରଘୁ କାନ୍ଦି ଉଠିଥିଲେ। ଯେତେବେଳେ ରଘୁନାଥ ୨/୩ୟ ଶ୍ରେଣୀରେ ପଢୁଥିଲେ ପାଠ ନ ହେବାରୁ ଥରେ ଶିକ୍ଷକ ତାଙ୍କୁ ବେତରେ ବାଡ଼େଇଥିଲେ ।

ହେଲେ ସେବେଠାରୁ ରଘୁନାଥ ଆଉ ସ୍କୁଲକୁ ନ ଯାଇ ଘରେ ଅଜା ମୂର୍ତ୍ତି ତିଆରି କରୁଥିବାର ଦେଖି ନିଜେ ମୁଗୁର ନିହଣ ଧରି ମୂର୍ତ୍ତି ତିଆରି କରିଲେ। ୧୦/୧୨ବର୍ଷ ବେଳକୁ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ତିଆରିକରି ବଡ଼ଦାଣ୍ଡରେ ବିକ୍ରି କଲେ । ୧୯୫୯ ମସିହା କଥା। କଲିକତା ଓ ଭୁବନେଶ୍ୱରରୁ ୨ଜଣ ବ୍ୟକ୍ତି ପୁରୀ ଆସି ତାଙ୍କ ଅଜାଙ୍କ ମୂର୍ତ୍ତି ଗଢ଼ିବା କାମ ଦେଖିଲେ ଆଉ ତା’ ପରେ ରଘୁନାଥଙ୍କୁ ଭୁବନେଶ୍ୱର ଯିବାକୁ କହିଲେ । ୧୮ବର୍ଷରୁ ରଘୁ ଭୁବନେଶ୍ୱରକୁ ଆସି ଖରାଖିଆ ବୈଦ୍ୟନାଥ ଲେନରେ ଏକ ଭଡ଼ାଘରେ ରହିଲେ। ଗୌତମ ନଗରରେ ଏକ ହସ୍ତକଳା ଡିଜାଇନ ସେଣ୍ଟରରେ କାମ କଲେ। ଏହି ଅଞ୍ଚଳରେ ଏକ କୂପ ଖୋଳାଯାଉଥିଲା। ସେଠାରୁ ପଥର ସଂଗ୍ରହକରି ଛୋଟଛୋଟ ମୂର୍ତ୍ତିଗଢିି ଉତ୍କଳିକାରେ ବିକ୍ରି କଲେ। ସମୟକ୍ରମେ ଶାସନ ପଡ଼ିଆରେ ଘରଟିଏ କରି ୩ପୁଅ, ଦୁଇ ୨ଝିଅ ଓ ପତ୍ନୀ ରଜନୀ ମହାପାତ୍ରଙ୍କ ସହିତ ରହିଲେ। ଦିନେ ରଘୁ ମନେମନେ ଭାବିଲେ ସତରେ କ’ଣ ଦେବୀ ଅଛନ୍ତି? ଏମିତି ବିଶ୍ୱାସର ସତ୍ୟତା ପାଇଁ ଅନେକ ସମୟରେ ସେ ଅନ୍ୟମନସ୍କ ହୋଇପଡ଼ୁଥିଲେ। ଏମିତିରେ ଥରେ ଘରେ ତ୍ରୈଲୋକ ସ୍ବାମୀଙ୍କ ‘ଜୀବନପଥେ’ପୁସ୍ତକଟିଏ ପାଇ ପଢ଼ିଲେ। ତା’ ପରଦିନ ତାଙ୍କ ସାନଝିଅଙ୍କ ସ୍କୁଲବ୍ୟାଗରେ ହଳେ ଗିନିକୁ ଲୁଚାଇରଖି ଝିଅ ସ୍କୁଲ ଯିବାର ପଛେପଛେ ଘରୁ ବାହାରି ଆସିଲେ ଏବଂ ନିକଟରୁ ଆସୁଛି ବୋଲିି ପତ୍ନୀଙ୍କୁ ମିଛ କହି ଆସି ପହଞ୍ଚିଲେ ଭୁବନେଶ୍ୱର ମାର୍କେଟ ବିଲଡିଂରେ। ଏଠାରୁ ଦୁଇଖଣ୍ଡ ଗାମୁଛା କିଣି ଏକ ଅଖା ବ୍ୟାଗରେ ସେସବୁ ଧରି କଟକ ଆସିଲେ । ସେଠାରୁ ଟ୍ରେନରେ ହାଓଡା -ବନାରସ ଯାଇ କାଶୀଘାଟରେ ଠାକୁରଙ୍କୁ ପୂଜାକଲେ। ମାତ୍ର କେହି ଜଣେ କାଶୀଘାଟରେ ତାଙ୍କ ଉପରକୁ ବାଲି ଫିଙ୍ଗି କହିଲେ ଏ ସ୍ଥାନ ତୁମର ନୁହଁ, ଏଠାରୁ ପଳାଅ। ଏଥିଯୋଗୁ ରଘୁନାଥ ସେଠାରୁ ଫେରି ଠାକୁରାଣୀଙ୍କ ସନ୍ଧାନରେ ମିର୍ଜାପୁର ଜିଲାର ବିନ୍ଧ୍ୟବାସିନୀଙ୍କ ପୀଠକୁ ଚାଲିଚାଲି ଯାଉଥିବା ବେଳେ ରାସ୍ତାରେ ଏକ ବସ୍‌ ଆସୁଥିବାରୁ ସେଥିରେ ବସି ସେ ବିନ୍ଧ୍ୟାଞ୍ଚଳ ଆସିଥିଲେ। କିନ୍ତୁ ଏଠାରେ କୌଣସି ଏକ ଘଟଣା ପାର୍ଁଇ ସେହି ରାତିରେ ବାହାର ଯାତ୍ରୀମାନଙ୍କୁ ତଡ଼ିଦେଲେ। ଫଳରେ ସେଠାରୁ ଅଧରାତିରେ ଏକ ଅଜଣା ରାସ୍ତାରେ ବହୁ ବାଟ ଚାଲିଚାଲି ଆସି ପହଞ୍ଚିିଥିଲେ ଏକ ଜଙ୍ଗଲ ମଧ୍ୟରେ। ସେହି ଜଙ୍ଗଲର ଗୋଟଏ ସ୍ଥାନରେ ନିମ୍ବ, ବର ଏବଂ ଓସ୍ତ ଗଛ ରହିଛି । ସେଠାରେ ସେ ବିଶ୍ରାମ ନେଲେ। ନିକଟରେ ଗଙ୍ଗାନଦୀ ବହିଯାଇଛି। ପାଖରେ ପଡ଼ିଥିବା କେତୋଟି ଶଡ଼େଇକୁ ଗୋଟେଇ ସେଥିରେ ଗଙ୍ଗାରୁ ପାଣିଆଣି ପିଇଥିଲେ। ତା’ ପରଦିନ ସେହି ସ୍ଥାନରୁ ପ୍ରାୟ ୪କିମି ଦୂରହେବ ଗୋଟିଏ ଅଞ୍ଚଳକୁ ଯାଇ ଶିବକାଳୀ ନାଁ ଧରି ଭିକ୍ଷା କରିଲେ। କିନ୍ତୁ ଅଧିକାଂଶ ଦିନ ଭୋକ ଉପାସ ଯୋଗୁ ରଘୁନାଥଙ୍କ ଦେହ ଦିନକୁ ଦିନ କ୍ଷୀଣ ହୋଇଯାଉଥାଏ। ଏମିତିରେ ପ୍ରାୟ ୭/୮ଦିନ ବିତିଗଲା। ଦିନେ ହଠାତ୍‌ ତାଙ୍କ ନିକଟକୁ ଜଣେ ବ୍ୟକ୍ତି ଆସି କହିଲେ, ଆମ ଗୁରୁ ଆପଣଙ୍କୁ ଡାକୁଛନ୍ତି ଆସନ୍ତୁ। ହେଲେ ରଘୁନାଥ ସେହି ବ୍ୟକ୍ତିଙ୍କ ସାହାରାରେ ଯାଇ ପହଞ୍ଚିଥିଲେ ଗଦାଧର ବାବାଙ୍କ ନିକଟରେ। ସେ ଖାଇବାକୁ ଖେଚୁଡ଼ି ଦେଲେ। ସେଦିନ ଗଛମୂଳେ ରଘୁନାଥ ନିଦରେ ଶୋଇପଡ଼ିଲେ। ଆଉ ସ୍ବପ୍ନରେ ଦେଖୁଥାନ୍ତି ଜଣେ ସାଧୁ ସମୁଦ୍ରରେ ପହଁରୁଛନ୍ତି । ତାଙ୍କ ପାଖକୁ ଯିବାକୁ ସେ କହିଲେ। ସେଠାକୁ ବି ଗଲେ । ଆଉ ଦେଖିଲେ ସମୁଦ୍ର ମଝିରେ ରହିଛି ଏକ ମନ୍ଦିର ।

ଭିତରେ ଦେବୀଙ୍କ ମୂର୍ତ୍ତି ବିରାଜମାନ। ସିଂହାସନ ଫଛପଟୁ ସାଧୁମାନେ ଆସୁଛନ୍ତି, ଗରାରେ ପାଣି ଢାଳୁଛନ୍ତି। ରଘୁନାଥ ବି ମା’ଙ୍କ ପାଦରେ ଗଙ୍ଗାଜଳ ଢାଲିଲେ। ହଠାତ୍‌ ନିଦ ଭାଙ୍ଗିଗଲା। ଆଖିଖୋଲି ଦେଖିଲେ ସେତେବେଳୁ ସେ ରାମେଶ୍ୱରଙ୍କଠାରେ ପହଞ୍ଚି ସାରିଛନ୍ତି ତାହା ଜଣା ନ ଥିଲା। ସେଠାରେ ଜଣେ ପୂଜାରୀ ତାଙ୍କୁ କେତୋଟି ପୁରି ଖାଇବାକୁ ଦେଇ ଅଢ଼େଇ ଟଙ୍କା ଦେଇଥିଲେ। ବାଟରେ ବରକୋଳି କିଣି ଖାଇଲେ। ତା’ ପରେ ବିନ୍ଧ୍ୟାଞ୍ଚଳ ଷ୍ଟେଶନରୁ କଲିକତା ଆସିଲେ। କୌଣସି କାରଣରୁ ସେଠାରେ ପୂର୍ବଦିନ ଯିବାର ଥିବା ଟ୍ରେନଟି ସେଦିନ ରହିଯାଇଥିଲା, ତେବେ ସେଠାରୁ ଆସି ମୋଗଲସରାଇରେ ଓହ୍ଲାଇଥିଲେ। ପରେ ସନ୍ଧ୍ୟାରେ ହାଓଡାରୁ ଟ୍ରେନରେ ଆସି ରାତି ପ୍ରାୟ ୩ଟାରେ ଭୁବନେଶ୍ୱର ଷ୍ଟେଶନରେ ପହଞ୍ଚିଥିଲେ। ଏଥର ଷ୍ଟେଶନରେ ରଘୁନାଥ ଓହ୍ଲେଇ ଲିଙ୍ଗରାଜ ଆଡ଼କୁ ଚାଲିଚାଲି ଆସିଲେ। ଦୀର୍ଘବର୍ଷ ପରେ ରଘୁଙ୍କୁ ଫେରିବା ଦେଖି ଘରେ ସମସ୍ତେ ଖୁସି ହୋଇପଡ଼ିଲେ।

ଏହାପରେ ରଘୁନାଥ କଟକ ଯାଇ ଗୁରୁଜୀ ବୁଢାବାଙ୍କୁ ଦେଖାହେଲେ । ତାଙ୍କ ସାକ୍ଷାତ ପରେ ଧୀରେ ଧୀରେ ପରବର୍ତ୍ତନ ଘଟିଲା। ୧୯୫୯ରୁ ୧୯୯୨ଯାଏ ରଘୁନାଥ ଶହ ଶହ ଛାତ୍ରୀଛାତ୍ରଙ୍କୁ ସ୍ଥାପତ୍ୟକଳାର ଟ୍ରେନିଂ ଦେଇ ସାରିଛନ୍ତିି।୨୦୧୬ରେ ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ଥିଲେ। ବାରବାଟୀ ଷ୍ଟାଡିୟମ ଗେଟରେ ଘୋଡ଼ା ନିର୍ମାଣ, ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ ଏକ ଘୋଡ଼ା । ଧଉଳିରେ ବୁଦ୍ଧମୂର୍ତ୍ତି । ଜାପାନରେ ବୁଦ୍ଧଙ୍କ ମୂର୍ତ୍ତି । ଲଦାଖରେ ବୁଦ୍ଧମୂର୍ତ୍ତି, ବାଙ୍ଗାଲୋରରେ ନାରାୟଣ ମୂର୍ତ୍ତି, ଇମାମୀ ପରିସରରେ ସୂର୍ଯ୍ୟଦେବଙ୍କ ମୂର୍ତ୍ତି, ଝାନ୍‌ସୀ, ରାୟପୁର, ପାରାଦୀପ, ଚମ୍ପୁଆ ଆଦି ଶତାଧିକ ସ୍ଥାନରେ ବହୁ ମୂତ୍ତି ଓ ମନ୍ଦିର ଗଢ଼ିଛନ୍ତି। ରଘୁନାଥଙ୍କ ଘରକୁ ଥରେ ବିଜୁବାବୁ ଆସି କାଠର ଏକ ଗୋପୀନାଥ ମୂର୍ତ୍ତି ନେଇଥିଲେ। ନେହେରୁ ଓଡ଼ିଶା ଆସିଥିବାବେଳେ ରଘୁନାଥଙ୍କ ଏକ ବୃକ୍ଷର ମୂର୍ତ୍ତି ଦେଖି ଖୁବ୍‌ ପ୍ରଶଂସା କରିଥିଲେ। ୧୯୬୮ରେ ପ୍ରଥମେ ରଘୁନାଥ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିଲେ। ୧୯୭୬ରେ ପଦ୍ମଶ୍ରୀ, ୨୦୦୬ରେ ପଦ୍ମଭୂଷଣ, ଶିଳ୍ପୀଗୁରୁ,୨୦୧୩ରେ ପଦ୍ମବିଭୂଷଣ ଆଦି ସର୍ବୋଚ୍ଚ ସମ୍ମାନରେ ଭୂଷିତ । ୧୪ଜୁଲାଇ ୨୦୧୮ରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ସେ ରାଜ୍ୟ ସଭାକୁ ମନୋନୀତ । କିନ୍ତୁ ରଘୁନାଥ କହିଥିଲେ କୋଣାର୍କ ଶୈଳୀରେ ‘ଆଦିତ୍ୟ ନାରାୟଣ’ ମନ୍ଦିର ନିର୍ମାଣ ହେଲେ ବିଶ୍ୱସ୍ତରରେ ଓଡ଼ିଶା କଳାସଂସ୍କୃତିର ଆଉ ଏକ ପରିଚୟ ଯୋଡ଼ି ହେବ। ଏଥିପାଇଁ ସେ ଆବଶ୍ୟକ ଜାଗା କିଣିସାରିଥିଲେ । ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କ କ୍ରାଫ୍ଟ ସେଣ୍ଟରରେ ସ୍ଥାପତ୍ୟ କଳାର ଟ୍ରେନିଂ ଦିଆଯାଉଛି। ମାତ୍ର କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ୯ ମେ ୨୦୨୧ରେ ପ୍ରାୟ ୭୮ବର୍ଷ ବୟସରେ ଏହି ମହାନ୍‌ ସ୍ଥପତି ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଛି। ବିଶ୍ୱ ଦରବାରରେ କଳାସଂସ୍କୃତି ପାଇଁ ଏହି ମହାନ୍‌ ସ୍ଥପତି ସବୁଦିନ କଳାପ୍ରେମୀଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବେ।

-ବନବିହାରି ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri