ଧନୁଯାତ୍ରା: କିଛି କଥା, କିଛି ବ୍ୟଥା

ମଥୁରାରେ ମାତିଲେ ଚୋର
ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଦୀର୍ଘ ୧୧ଦିନ ଧରି ଚାଲିଥାଏ। ବିଶ୍ୱ ପ୍ରସିଦ୍ଧ କୁହାଯାଉଥିବା ଏହି ମହୋତ୍ସବରେ ଦର୍ଶକଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥାଏ। ଏଥିପାଇଁ ମହୋତ୍ସବ ଚାଲିଥିବାବେଳେ ମଥୁରାନଗରୀରେ ବ୍ୟାପକ ପୋଲିସ ମୁତୟନ କରାଯାଏ। ଏଥର ମଧ୍ୟ ସେଭଳି ବ୍ୟବସ୍ଥା କରାଯାଇଛି। ସିସିଟିଭି ସର୍ଭିଲାନ୍ସରେ ପ୍ରମୁଖ ମଞ୍ଚ, ଛକ ରହିଛି। ଏହାସତ୍ତ୍ବେ ମଥୁରାନଗରୀରେ ଚୋରଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଅତାବିରା ଥାନା ଖଲିଆପାଲି ଗ୍ରାମର ଅମିତ ନାଗ ରଙ୍ଗମହଲ ପାର୍ଶ୍ୱସ୍ଥ ରାସ୍ତାକଡ଼ରେ ତାଙ୍କ ବାଇକ୍‌ (ନଂ.ଓଡ଼ି୧୭ଏଚ୍‌/୧୨୧୫)କୁ ଲକ୍‌ କରି ରଖିଥିଲେ ଏବଂ ସାଙ୍ଗସାଥୀଙ୍କ ସହିତ ଯାତ୍ରା ଉପଭୋଗ କରୁଥିଲେ। ସେ ଯାତ୍ରା ଦେଖି ସାରି ବାଇକ୍‌ ରଖିଥିବା ସ୍ଥାନକୁ ଆସିବାବେଳେ ଆଉ ବାଇକ୍‌ ନ ଥିଲା। ସେତେବେଳକୁ ଚୋର ବାଇକ୍‌ ଚୋରି କରି ସେଠାରୁ ଛୁ ମାରି ସାରିଥିଲେ। ତେବେ ଏହା କେବଳ ଗୋଟିଏ ଘଟଣା ହୋଇଥିବାବେଳେ ଲୋକେ ମୋବାଇଲ ଲୁଟ୍‌ପାଟ୍‌ ସହିତ ଅନୁରୂପ ଚୋରିର ସମ୍ମୁଖୀନ ହେଉଥିବା ସାଧାରଣରେ ଆଲୋଚନା ହେଉଛି ।
ଜଗନ୍ନାଥ ଉଚ୍ଚାରଣ କରିବାରୁ ଜରିମାନା
ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଗୁରୁବାର ରାତିରେ କଂସ ଦରବାରରେ ରାଜ ଅତିଥି ଭାବେ ଯୋଗଦାନ କରିଥିଲେ। ତେବେ ମଥୁରାଧିପତିଙ୍କ ଆଦେଶ ପାଇ ମଥୁରାବାସୀଙ୍କ ଉଦ୍ଦେଶ୍ୟରେ ସେ କିଛି ଉଦ୍‌ବୋଧନ ଦେଇଥିଲେ। ମନ୍ତ୍ରୀ ସାହୁ ତାଙ୍କ ଉଦ୍‌ବୋଧନରେ ଜଗନ୍ନାଥ ଏକ୍ସପ୍ରେସ ଶୁଭାରମ୍ଭ କଥା କହି ରାଜ୍ୟ ସରକାରଙ୍କ ଗୁଣଗାନ କରିଥିଲେ। ମାତ୍ର ତାହା ଶୁଣିବା ମାତ୍ରେ କଂସ ମହାରାଜ ରାଗରେ ଜର୍ଜରିତ ହୋଇ ପଡ଼ିଥିଲେ। କାହିଁକି ଜଗନ୍ନାଥ ନାମ ଉଚ୍ଚାରଣ କରୁଛନ୍ତି କହି ମନ୍ତ୍ରୀ ସାହୁଙ୍କୁ ତାଗିଦ୍‌ କରିଥିଲେ ଏବଂ ସେଥିପାଇଁ ୭୦ଲକ୍ଷ ସ୍ବର୍ଣ୍ଣମୁଦ୍ରା ଜରିମାନା କରିଥିଲେ। କଂସ ଦରବାରରେ ଏହି ଦୃଶ୍ୟାଭିନୟଟି ଦର୍ଶକ ମହଲରେ ବେଶ୍‌ ରୋଚକ ହୋଇଥିଲା ।
ବାଟେଘାଟେ ଆତ୍ମଘୋଷିତ ନିର୍ଦ୍ଦେଶକ
କୁହାଯାଏ ବରଗଡ଼ ଧନୁଯାତ୍ରା ମହୋତ୍ସବର ପାଣ୍ଡୁଲିପି ନାହିଁ। ସେହିପରି କେହି ନିର୍ଦ୍ଦେଶକ ନାହାନ୍ତି ବୋଲି ମଧ୍ୟ ମହୋତ୍ସବ ସମିତିର କର୍ମକର୍ତ୍ତା କୁହନ୍ତି। ଏହାସତ୍ତ୍ବେ ମହୋତ୍ସବରେ ଅନେକ ଆତ୍ମଘୋଷିତ ନିର୍ଦ୍ଦେଶକ ଥିବା ବାଟେଘାଟେ ପରିଲକ୍ଷିତ ହୋଇଥାଏ। କଂସଙ୍କ ମଥୁରା ଭ୍ରମଣ ହେଉ, ବେନିଭାଇଙ୍କ ଗୋପପୁର ପରିକ୍ରମା କିମ୍ବା ଅନ୍ୟ କିଛି ଦୃଶ୍ୟାଭିନୟରେ ମହୋତ୍ସବର ବିଭିନ୍ନ ଚରିତ୍ରକୁ ଓହ୍ଲାଇଥିବା କଳାକାରଙ୍କୁ ସମ୍ପୃକ୍ତ ଆତ୍ମଘୋଷିତ ନିର୍ଦ୍ଦେଶକମାନେ ସେଭଳି ନିର୍ଦ୍ଦେଶନା ଦେଉଥିବା ଭଳି ମନେ ହୁଏ। ଏପରିକି କିଛି କଳାକାର ମଧ୍ୟ ସେଭଳି ନିର୍ଦ୍ଦେଶକଙ୍କ ବୋଲ ମାନୁଥିବା ଏବଂ ତାର ଦୃଶ୍ୟ କ୍ୟାମେରା, ମୋବାଇଲରେ କଏଦ ହେବା ସାଙ୍ଗକୁ ସୋସିଆଲ ମିଡ଼ିଆରେ ଲାଇଭ୍‌ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହାଦ୍ୱାରା ସମ୍ପୃକ୍ତ ଆତ୍ମଘୋଷିତ ନିର୍ଦ୍ଦେଶକଙ୍କ ଯୋଗୁ ଧନୁଯାତ୍ରାର ଗାରିମା କ୍ଷୂର୍ଣ୍ଣ ହେଉଛି ବୋଲି ଲୋକେ କୁହାକୁହି ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri