ଟୋକିଓ,୩୦।୭(ପି.ଟି.): ଭାରତୀୟ ପୁରୁଷ ତୀରନ୍ଦାଜ ଅତନୁ ଦାସ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଦୁଇଥର ଅଲିମ୍ପିକ୍ ଚାମ୍ପିୟନ କୋରିଆର ଓହ ଜିନ ହ୍ବେକଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ପୂର୍ବରୁ ତାଙ୍କ ସ୍ତ୍ରୀ ଦୀପିକା କୁମାରୀ ମଧ୍ୟ ମହିଳା ବିଭାଗ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରଶେ କରିଛନ୍ତି। ଅତନୁ ୬-୫ରେ ୩୯ ବର୍ଷୀୟ ଓହଙ୍କୁ ହରାଇବାରେ ସକ୍ଷମ ହୋଇଥିଲେ।
ଦୀପିକା ଓ ଅତନୁ ଏଥର ସଫଳ ହେଲେ ଭାରତ ପାଇଁ ତୀରନ୍ଦାଜୀରେ ପ୍ରଥମ ପଦକ ହାସଲ କରିବେ ବୋଲି କୁହାଯାଇପାରେ। ପୂର୍ବରୁ ଅତନୁ ଚାଇନିଜ ତାଇପେର ଡେଙ୍ଗ ୟୁ- ଚେଙ୍ଗଙ୍କୁ ୬-୪ରେ ହରାଇଥିଲେ। ସ୍ବାମୀ- ସ୍ତ୍ରୀ ଯୋଡି ଅତନୁ ଓ ଦୀପିକାଙ୍କୁ ବାଦ୍ ଦେଲେ ବାକି ସବୁ ଭାରତୀୟ ତୀରନ୍ଦାଜ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି। ଶୁକ୍ରବାର ଦୀପିକା ପ୍ରି- କ୍ୱାର୍ଟରରେ ରୁଡିଆର ୮ ନମ୍ବର ତୀରନ୍ଦାଜ ସେନିଆ ପେରେଭାଙ୍କୁ ଭେଟିବେ। ପେରୋଭା ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟପଟେ ଅତନୁ ଘରୋଇ ତୀରନ୍ଦାଜ ତଥା ଫେଭରାଇଟ ତାକାହାରୁ ପୁରୁକାଓ୍ବାଙ୍କୁ ଭେଟିବେ।
ପୂର୍ବରୁ ମିକ୍ସଡ ଟିମ୍ ଓ ପୁରୁଷ ଟିମ୍ ଶନିବାର କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସେହିପରି ସେନାବାହିନୀ ଯୋଡି ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ ବୁଧବାର ପରାସ୍ତ ହୋଇ ବିଦାୟ ନେଇସାରିଛନ୍ତି। ପୂର୍ବରୁ ଅତନୁ ଓହଙ୍କୁ ୨୦୧୯ ବ୍ୟାଙ୍କକ ଏସିଆନ ଚାମ୍ପିୟନଶିପ୍ରେ ପରାସ୍ତ କରିଥିଲେ। ଓହ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ଚଳିତ ୨୦୨୦ ଅଲିମ୍ପିକ୍ସରେ ଟିମ୍ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ଜିତିଛନ୍ତି।
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ
ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...
କ୍ରିକେଟ ହଲ୍ ଅଫ୍ ଫେମ୍ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି
ଆଡିଲେଡ୍,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍ ଫାଷ୍ଟ ବୋଲର ବ୍ରେଟ୍ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍ ଅଫ୍ ଫେମ୍ରେ ସାମିଲ କରାଯାଇଛି। ଘାତକ ପେସ୍ ସାଙ୍ଗକୁ ଆଦର୍ଶ...
କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…
ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...
T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…
ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...
ଟି୨୦ରେ ହରମନପ୍ରୀତ୍ଙ୍କ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...
Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ
ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...
ବାମଣ୍ଡା କପ୍ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ
ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଅରୁଣୋଦୟ ରାଞ୍ଚି...
Archives


