Posted inଖେଳ

ତୀରନ୍ଦାଜୀ: ଅଲିମ୍ପିକ ଚାମ୍ପିୟନଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ଅତନୁ

ଟୋକିଓ,୩୦।୭(ପି.ଟି.): ଭାରତୀୟ ପୁରୁଷ ତୀରନ୍ଦାଜ ଅତନୁ ଦାସ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଦୁଇଥର ଅଲିମ୍ପିକ୍‌ ଚାମ୍ପିୟନ କୋରିଆର ଓହ ଜିନ ହ୍ବେକଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ପୂର୍ବରୁ ତାଙ୍କ ସ୍ତ୍ରୀ ଦୀପିକା କୁମାରୀ ମଧ୍ୟ ମହିଳା ବିଭାଗ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରଶେ କରିଛନ୍ତି। ଅତନୁ ୬-୫ରେ ୩୯ ବର୍ଷୀୟ ଓହଙ୍କୁ ହରାଇବାରେ ସକ୍ଷମ ହୋଇଥିଲେ।
ଦୀପିକା ଓ ଅତନୁ ଏଥର ସଫଳ ହେଲେ ଭାରତ ପାଇଁ ତୀରନ୍ଦାଜୀରେ ପ୍ରଥମ ପଦକ ହାସଲ କରିବେ ବୋଲି କୁହାଯାଇପାରେ। ପୂର୍ବରୁ ଅତନୁ ଚାଇନିଜ ତାଇପେର ଡେଙ୍ଗ ୟୁ- ଚେଙ୍ଗଙ୍କୁ ୬-୪ରେ ହରାଇଥିଲେ। ସ୍ବାମୀ- ସ୍ତ୍ରୀ ଯୋଡି ଅତନୁ ଓ ଦୀପିକାଙ୍କୁ ବାଦ୍‌ ଦେଲେ ବାକି ସବୁ ଭାରତୀୟ ତୀରନ୍ଦାଜ ଅଲିମ୍ପିକ୍ସରୁ ବାଦ୍‌ ପଡିଛନ୍ତି। ଶୁକ୍ରବାର ଦୀପିକା ପ୍ରି- କ୍ୱାର୍ଟରରେ ରୁଡିଆର ୮ ନମ୍ବର ତୀରନ୍ଦାଜ ସେନିଆ ପେରେଭାଙ୍କୁ ଭେଟିବେ। ପେରୋଭା ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟପଟେ ଅତନୁ ଘରୋଇ ତୀରନ୍ଦାଜ ତଥା ଫେଭରାଇଟ ତାକାହାରୁ ପୁରୁକାଓ୍ବାଙ୍କୁ ଭେଟିବେ।
ପୂର୍ବରୁ ମିକ୍ସଡ ଟିମ୍‌ ଓ ପୁରୁଷ ଟିମ୍‌ ଶନିବାର କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସେହିପରି ସେନାବାହିନୀ ଯୋଡି ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ ବୁଧବାର ପରାସ୍ତ ହୋଇ ବିଦାୟ ନେଇସାରିଛନ୍ତି। ପୂର୍ବରୁ ଅତନୁ ଓହଙ୍କୁ ୨୦୧୯ ବ୍ୟାଙ୍କକ ଏସିଆନ ଚାମ୍ପିୟନଶିପ୍‌ରେ ପରାସ୍ତ କରିଥିଲେ। ଓହ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ଚଳିତ ୨୦୨୦ ଅଲିମ୍ପିକ୍ସରେ ଟିମ୍‌ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ, ଜାଣନ୍ତୁ…

ଜୁରିଚ୍‌,୨୦ା୩: ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ…

ତୃତୀୟ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍‌ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ…

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

ଧୋନଙ୍କ ସହ ଏମିତି କରିବାକୁ ଖୁବ ଆଗ୍ରହୀ ଅଛନ୍ତି ସଞ୍ଜୁ ସମାସନ, Video ଖୋଲିଲା ବଡ଼ ଗୁମର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ସହିତ ଏକ ଟ୍ରେଡରେ ସଞ୍ଜୁ ସାମସନଙ୍କୁ କିଣିଥିଲା। ସେବେଠାରୁ, ପ୍ରଶଂସକମାନେ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, IPL 2026ରେ ଧମାଲ କରିବେ ଏହି ଷ୍ଟାର, ବଡ଼ ଭବିଷ୍ୟବାଣୀ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କାଉଣ୍ଟଡାଉନ ଚାଲିଛି। ଲିଗର ୧୯ତମ ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

IPL୨୦୨୬ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ଚେତାବନୀ ଦେଲେ ଅନିଲ କୁମ୍ବଲେ,’ସେହ୍ବାଗଙ୍କଠୁ ଶିଖ’

ନୂଆଦିଲ୍ଲୀ,୨୦।୩: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପ୍ରଶିକ୍ଷକ ଅନିଲ କୁମ୍ବଲେ ବିଶ୍ୱାସ କରନ୍ତି ଯେ ଯୁବ ଓପନର ଅଭିଷେକ ଶର୍ମାଙ୍କୁ ଧୂଆଁଧାର ବ୍ୟାଟିଂ ଏବଂ କ୍ରିଜରେ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri