Categories: ବାଣିଜ୍ୟ

ଅର୍ଚ୍ଚନା ଏକ୍କା ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୧୦: ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଲ’ କଲେଜ ସମ୍ମୁଖ ଶହୀଦନଗରଠାରେ ଅର୍ଚ୍ଚନା ଏକ୍କା ମେକପ୍‌ ଷ୍ଟୁଡିଓ ଓ ଏକାଡେମୀ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାଡେମୀ ଓ ମେକଅପ୍‌ ଷ୍ଟୁଡିଓର ମୁଖ୍ୟ ଅର୍ଚ୍ଚନା ଏକ୍କା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଏକାଡେମୀ ବିଶ୍ୱସ୍ତରୀୟ ଟ୍ରେନିଂ ଯୋଗାଇବା ସହ ରାଜ୍ୟର ମହିଳାମାନଙ୍କୁ ଆଗକୁ ଆଣିବା ଏବଂ ରୋଜଗାରକ୍ଷମ କରାଇବାର ଉଦ୍ଦେଶ୍ୟ ରଖିଛି। ଏହା ସହିତ ବିଭିନ୍ନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯଥା ବାହାଘର, ବ୍ରତଘର, ଫେସନ୍‌ ଶୋ, ସିରିଏଲ ଏବଂ ଫିଲ୍ମ ସମସ୍ତ ପ୍ରକାର ମେକଅପ୍‌ ସେବା ପାଇପାରିବେ।

କାରଣ ଅର୍ଚ୍ଚନା ଏକ୍କା ନିଜେ ଜଣେ ଅଭିଜ୍ଞ ଟ୍ରେନର ତଥା ବଲିଉଡ, ଟଲିଉଡ ଓ ଓଲିଉଡରେ ସେ ଦକ୍ଷତାର ସହ କାମ କରି ବେଶ୍‌ ପ୍ରଂଶସିତ ହୋଇଛନ୍ତି। ଏହି ଏକାଡେମୀରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଶିକ୍ଷାଦାନ, ନେଲ୍‌ ସୌନ୍ଦର୍ଯ୍ୟକରଣ ଓ ମେକଅପ ଆଦି ସୁବିଧା ଓ ଶିକ୍ଷା ଏବଂ ସେବା ପ୍ରଦାନ କରାଯାଉଛି। ମେକଅପ୍‌ ସେଣ୍ଟରରେ ଅତି କୁଶଳୀ କାରିଗରମାନେ ନିଯୁକ୍ତ ହୋଇଛନ୍ତି। ଏଠାରେ ଗ୍ରାହକ ସେମାନଙ୍କର ଶରୀର ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ସୁବିଧା ଓ ସେବା ପାଇପାରିବେ। ଏଥି ସହିତ ବିଭିନ୍ନ ପୋଜ ଓ ସିନେରିରେ ଫଟୋ ଉତ୍ତୋଳନ କରାଯିବ, ଯାହା ବିଦେଶର ଭ୍ରମ ସୃଷ୍ଟି କରିବ। ଏକାଡେମୀରେ ଉନ୍ନତ ମାନର ନେଲ ସୌନ୍ଦର୍ଯ୍ୟ କରଣ ଓ ମେକଅପ ଟ୍ରେନିଂ ଦିଆଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ଅର୍ଚ୍ଚନା ଏକ୍କା କହିଛନ୍ତି।

Share