ଭୁବନେଶ୍ୱର,୬ା୧୦(ସନ୍ତୋଷ ବେହେରା): ଚାନ୍ଦିଭଣ୍ଡାର ପକ୍ଷରୁ ଚଳିତ ପାର୍ବଣରେ ଗ୍ରାହକମାନଙ୍କ ଲାଗି ଅକ୍ସିଡାଇଜ୍ଡ୍ ରୁପା ଗହଣା ସମ୍ଭାର ‘ଅରଣ୍ୟ’ ଉପଲବ୍ଧ କରାଯାଇଛି। ନବରାତ୍ରି ଏବଂ ଦୁର୍ଗାପୂଜା ଅବସରରେ ଏହି ନୂତନ ସମ୍ଭାର ସମ୍ପର୍କରେ ଘୋଷଣା କରାଯିବା ଅବସରରେ ନିର୍ଦ୍ଦେଶିକା ଲିପ୍ସା ହଂସ ଏବଂ ନିର୍ଦ୍ଦେଶକ ମାଣିକ ହଂସ ଯୋଗଦେଇଥିଲେ । ୯୨.୫ ଷ୍ଟର୍ଲିଂ ରୁପା ଏବଂ ଅକ୍ସିଡାଇଜ ଫିନିଶ୍ରେ ପ୍ରସ୍ତୁତ ‘ଅରଣ୍ୟ’ ଏଡିଟ ଷ୍ଟେଟ୍ମେଣ୍ଟ ପିସ୍ ଏବଂ ଦୈନନ୍ଦିନ ପିନ୍ଧିବା ଉପଯୋଗୀ ଗହଣା ପିସ୍କୁ ଏକତ୍ରିତ କରିଛି ବୋଲି ସେମାନେ କହିଥିଲେ। ଅରଣ୍ୟ ଏଡିଟ୍ ସହ ପୁରୁଷମାନଙ୍କ ପାଇଁ ଚେନ୍, ପେଣ୍ଡେଣ୍ଟ, ମୁଦି, ବ୍ରେସ୍ଲେଟ୍ ସମେତ ମହିଳାଙ୍କ ପାଇଁ ମଧ୍ୟ ଅତ୍ୟାଧୁନିକ ଡିଜାଇନର ମୁଦି, କାନଫୁଲ, ଚୁଡ଼ି ଓ ଆଙ୍କ୍ଲେଟ୍ ଇତ୍ୟାଦି ଉପଲବ୍ଧ ରହିଛି। ଏହି ପାର୍ବଣକୁ ପାଳନ କରିବା ପାଇଁ ଚାନ୍ଦିଭଣ୍ଡାର ସମସ୍ତ ଗଢ଼ା ମଜୁରିରେ ଫ୍ଲାଟ୍ ୩୦% ରିହାତି ପ୍ରଦାନ କରୁଛି । ଏହା ଅକ୍ଟୋବର ୨୦ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ପିଲାଙ୍କ ପାଇଁ ସ୍ବତନ୍ତ୍ର ‘ଟ୍ରେଜର୍ସ’ ସମ୍ଭାର ରହିଛି ା ଏହି ଅବସରରେ ନିର୍ଦ୍ଦେଶିକା ହଂସ କହିଛନ୍ତି, ଦୁର୍ଗାପୂଜା ସମୟରେ ଓଡ଼ିଶାର ପ୍ରତ୍ୟେକ କୋଣ ରଙ୍ଗ ଏବଂ ଭକ୍ତିରେ ଚମକିଥାଏ। ଅରଣ୍ୟ କଲେକ୍ସନ ସହ ଆମେ ଅକ୍ସିଡାଇଜ୍ଡ ରୁପାର ସୌନ୍ଦର୍ଯ୍ୟକୁ ଏପରି ଭାବେ ଏକତ୍ରିତ କରିଛୁ, ଯାହା ଆଜିର ମହିଳାଙ୍କ ସହ ଗଭୀର ତଥା ଗୁରୁତ୍ୱପୂର୍ଣ୍ଣ ଭାବେ ଜଡ଼ିତ ।