ଆର୍‌ଇ ୧୦୦ରେ ନେକ୍ସଟ୍ରା ସାମିଲ

ଭୁବନେଶ୍ୱର,୨୭।୬ ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଭାରତୀ ଏୟାରଟେଲର ସହାୟକ କମ୍ପାନୀ ‘ନେକ୍ସଟ୍ରା’କୁ ନିକଟରେ ଆଉ ଏକ ନୂତନ ସ୍ବୀକୃତି ଓ ମାନ୍ୟତା ଦିଆଯାଇଛି। ଏପରିକି କମ୍ପାନୀ ରିନୁଏବଲ ଏନର୍ଜି ବା ଆର୍‌ଇ୧୦୦ପଦକ୍ଷେପରେ ସାମିଲ ହୋଇଥିଲାବେଳେ ଭାରତର ଏକମାତ୍ର ଡାଟା ସେଣ୍ଟର କମ୍ପାନୀ ଭାବେ ‘ଆରଇ୧୦୦’ରେ ସାମିଲ ହୋଇଛି ଏବଂ ଏହି ମାଇଲଖୁଣ୍ଟ ହାସଲ କରିବାରେ ‘ନେକ୍ସଟ୍ରା’ ୧୪ତମ ଭାରତୀୟ କମ୍ପାନୀର ମାନ୍ୟତା ପାଇଛି।

ସେହିଭଳି କମ୍ପାନୀ ତା’ର ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରରେ ଯଥେଷ୍ଟ ବୃଦ୍ଧି କରିଛି ଏବଂ ବର୍ତ୍ତମାନ ସୁଦ୍ଧା ୪,୨୨,୦୦୦ମେଗାୱାଟ୍‌ ଅକ୍ଷୟ ଶକ୍ତି ପାଇଁ ଚୁକ୍ତି କରିଛି। ଏପରିକି ୨୦୨୩-୨୪ ଆର୍ଥତ୍କ ବର୍ଷରେ ନେକ୍ସଟ୍ରା ଶକ୍ତି କ୍ରୟ ଚୁକ୍ତି ପିପିଏ (ପିପିଏ) ଏବଂ କ୍ୟାପ୍ଟିଭ୍‌ ରୁଫ୍‌ଟପ୍‌ ପ୍ୟାନେଲ ମାଧ୍ୟମରେ ଅକ୍ଷୟ ଶକ୍ତି ଉତ୍ପାଦନ କରି ୧,୫୬,୫୯୫ ଟିସିଓ୨ର ନିର୍ଗମନ କମ୍‌ କରିଛି।

ଉଲ୍ଲେଖଯୋଗ୍ୟ, ଭାରତର ଅନ୍ୟତମ ଅଗ୍ରଣୀ ଡାଟା ସେଣ୍ଟର ‘ନେକ୍ସଟ୍ରା’ ଏୟାରଟେଲ ଦ୍ୱାରା ସିଡିପି ସହ ଭାଗୀଦାରିରେ କ୍ଲାଇମେଟ୍‌ ଗ୍ରୁପ୍‌ ନେତୃତ୍ୱରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ପଦକ୍ଷେପ ‘ଆର୍‌ଇ୧୦୦’ରେ ସାମିଲ ହୋଇ ୧୦୦% ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି।

ଏ ସମ୍ପର୍କରେ ଏୟାରଟେଲର ସିଇଓ ଆଶିଷ ଆରୋରା କହିଛନ୍ତି, ଆମେ ପରିବେଶ ପାଇଁ ଏକ ଦାୟିତ୍ୱବାନ ବ୍ରାଣ୍ଡ୍‌ ଏବଂ ସ୍ବଚ୍ଛ ଶକ୍ତି ବିକଳ୍ପକୁ ଅଧିକରୁ ଅଧିକ ଗ୍ରହଣ କରୁଛୁ। ଏପରିକି ଆମେ ୨୦୩୧ର ଆମର ନେଟ-ଶୂନ୍ୟ ଲକ୍ଷ୍ୟ ହାସଲ ଦିଗ ସହ ଏକ ସଠିକ୍‌ ମାର୍ଗରେ ଅଗ୍ରସର ହୋଇଛୁ ଏବଂ ୧୦୦% ଅକ୍ଷୟ ବିଜୁଳି ପ୍ରତି ପ୍ରତିବଦ୍ଧତା ସହିତ ଆରଇ ୧୦୦ ପଦକ୍ଷେପର ଅଂଶ ବିଶେଷ ହୋଇ ଖୁସି ଅଛୁ।

ସେହିପରି ସିଷ୍ଟମ ଚେଞ୍ଜ ଇଣ୍ଡିଆର ନିର୍ଦ୍ଦେଶକ ଅତୁଲ ମୁଦଲିୟାର କହିଛନ୍ତି, ଅତ୍ୟଧିକ ଶକ୍ତି ସମ୍ପନ୍ନ ହୋଇଥିଲେ ମଧ୍ୟ ଡାଟା ସେଣ୍ଟରଗୁଡ଼ିକୁ ଏହାର ନିର୍ଗମନ ପାଇଁ ଅଣଦେଖା କରାଯାଏ। ନେକ୍ସଟ୍ରା ସେମାନଙ୍କ ଅଙ୍ଗାରକାମ୍ଳର ମାତ୍ରାକୁ ହ୍ରାସ କରିବା ପାଇଁ ସର୍ବୋତ୍ତମ ପଦ୍ଧତିକୁ ଆପଣାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଦେଖିବା ପ୍ରେରଣାଦାୟୀ। ସ୍ବଚ୍ଛ ଭବିଷ୍ୟତ ଯାତ୍ରାକୁ ତ୍ୱରାନ୍ବିତ କରିବା ପାଇଁ ଡାଟା ସେଣ୍ଟର କମ୍ପାନୀଗୁଡିକର କାର୍ଯ୍ୟ ପାଇଁ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ପାଇଁ ନେକ୍ସଟ୍ରାର ପଦକ୍ଷେପ ଏକ ଉପଯୁକ୍ତ ଉଦାହରଣ ହେବ। ଏୟାରଟେଲର ନେକ୍ସଟ୍ରାକୁ ଆରଇ୧୦୦କୁ ସ୍ବାଗତକରି ଆମେ ବେଶ୍‌ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri