Categories: ବାଣିଜ୍ୟ

୩,୫୦୦ କୋଟିର ଚିନି ରପ୍ତାନି ସବ୍‌ସିଡିକୁ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ୩,୫୦୦ କୋଟି ଟଙ୍କାର ଚିନି ରପ୍ତାନି ସବ୍‌ସିଡିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଚିନି ମିଲ୍‌ଗୁଡିକୁ ଏହି ସବ୍‌ସିଡି ପ୍ରଦାନ କରାଯିବାର ଯୋଜନା ରଖାଯାଇଛି। ୨୦୨୦-୨୧ ମାର୍କେଟିଂ ବର୍ଷରେ ଚିନି ମିଲ୍‌ଗୁଡିକ ୬୦ ଲକ୍ଷ ଟନ୍‌ ଚିନି ରପ୍ତାନି କରିବାକୁ ସକ୍ଷମ ହୋଇଛନ୍ତି। ମିଲ୍‌ ଏଭଳି ସବ୍‌ସିଡି ଲାଭ କଲେ ଆଖୁଚାଷୀଙ୍କ ବକେୟା ପରିଶୋଧ କରିବାକୁ ସକ୍ଷମ ହେବେ। ଏହି ସବ୍‌ସିଡି ରାଶି କୃଷକଙ୍କୁ ପଠାଯିବା ନେଇ ବ୍ୟବସ୍ଥା କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ନିଷ୍ପତ୍ତି ଦ୍ୱାରା ୫ କୋଟି କୃଷକ ଲାଭବାନ ହୋଇପାରିବେ। ସୂଚନାଯୋଗ୍ୟ, ସାରା ଦେଶରେ ୨୬୦ ଲକ୍ଷ ଟନ୍‌ ଚିନିର ଚାହିଦା ରହିଛି। ମାତ୍ର ୩୧୦ ଲକ୍ଷ ଟନ୍‌ ଚିନି ଉତ୍ପାଦନ ହୋଇଥିବା ରେକର୍ଡ କରାଯାଇଛି। ଗତ ମାର୍କେଟିଂ ବର୍ଷରେ ସରକାର ୧୦,୪୪୮ କୋଟି ସବ୍‌ସିଡି ପ୍ରଦାନ କରିଛନ୍ତି। ଏହାଦ୍ୱାରା ରାଜକୋଷକୁ ୬,୨୬୮ କୋଟି ଟଙ୍କାର ବୋଝ ପଡିଛି।

Share