ସେମ୍ବକର୍ପର ସବୁଜ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରି ରବିବାର ବିଭିନ୍ନ କମ୍ପାନୀର ଶୀର୍ଷ ନେତୃତ୍ୱମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏହା ହେଉଛି ତାଙ୍କର ପ୍ରଥମ ବିଦେଶ ଗସ୍ତ। ସେମ୍ବକର୍ପ କମ୍ପାନୀର ସବୁଜ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି। ଏହି ଚୁକ୍ତି ହେବା ପରେ ଓଡ଼ିଶାକୁ ପୁଞ୍ଜିନିବେଶକାରୀ ଆସି ଶକ୍ତି, ସବୁଜ ତୈଳ ଏବଂ ଏ ସମ୍ବନ୍ଧୀୟ ସବୁ ପ୍ରକାର ଉତ୍ପାଦନ ପ୍ରକଳ୍ପ ଦିଗରେ ପୁଞ୍ଜିନିବେଶ କରିବା ନେଇ ସେମାନଙ୍କ ଆଗ୍ରହ ବଢ଼ିବ। ସିଙ୍ଗାପୁର ଶିଳ୍ପାୟନ ଲାଗି ପ୍ରସିଦ୍ଧ। ସେଠାରେ ଶିଳ୍ପାୟନ କ୍ଷେତ୍ରରେ କରାଯାଉଥିବା ସ୍ବତନ୍ତ୍ର ପରିକଳ୍ପନାକୁ ଦେଖି ପ୍ରଥମ ବିଦେଶ ଗସ୍ତ ପାଇଁ ସେ ସିଙ୍ଗାପୁରକୁ ଚୟନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ସିଙ୍ଗାପୁର ଭିତ୍ତିଭୂମି, ଲଜିଷ୍ଟିକ ଏବଂ ଅର୍ବାନ ମ୍ୟାନେଜମେଣ୍ଟରେ ବହୁତ ଭଲ ପ୍ରଦର୍ଶନ କରିଆସିଛି। ଭାରତ ଏବଂ ସିଙ୍ଗାପୁର ସହଭାଗିତା ଏକ ଦୃଢ଼ ଆର୍ଥନୀତିକ, ଷ୍ଟ୍ରାଟେଜିକ ଏବଂ ସାଂସ୍କୃତିକ ସମ୍ପର୍କ ସୃଷ୍ଟି କରିଛି। ଓଡ଼ିଶା ଦୁଇ ଦେଶ ମଧ୍ୟରେ ଥିବା ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଭାଜପା ସରକାର ପୁଞ୍ଜିନିବେଶକଙ୍କ ଲାଗି ସବୁ ପ୍ରକାର ସୁବିଧା ଯୋଗାଇଦେବ। ହସ୍ତତନ୍ତ, ସାମୁଦ୍ରିକ ଖାଦ୍ୟ ଏବଂ ଦକ୍ଷ ଶ୍ରମିକ ମଧ୍ୟ ପୁଞ୍ଜିନିବେଶକାରୀ ସଂସ୍ଥାକୁ ଯୋଗାଇଦେବ।
ଏହି ଅବସରରେ ସେ ସେମ୍ବକର୍ପ ଗ୍ରୀନ୍‌ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ ଦେଇଥିବା ନେଇ ଘୋଷଣା କରିଛନ୍ତି। ଏହି ସହଭାଗିତା ସହିତ ସବୁଜ ତୈଳ, ଶକ୍ତି ଏବଂ ଏହି ସମ୍ବନ୍ଧୀୟ ପ୍ରକଳ୍ପ ଦିଗରେ ପୁଞ୍ଜିନିବେଶକାରୀ କିପରି ଅଧିକ ଓଡ଼ିଶା ପ୍ରତି ଆକର୍ଷିତ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶା ଟିମ୍‌ ସେମ୍ବକର୍ପ ଇଣ୍ଡଷ୍ଟ୍ରି ଲିମିଟେଡ ଗସ୍ତ କରିଛନ୍ତି। ଏହାସହ ପ୍ରତିନିଧି ପ୍ରଥମେ ସିଟି ମେଟ୍ରିକ୍ସ ଫାଉଣ୍ଡର ଏଡ୍‌ଓ୍ବାର୍ଡ ମୋର୍ଟନଙ୍କ ସହ ଆଲୋଚନା କରିଥିଲେ। ଏହି କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ କଲେ ରାଜ୍ୟ ସରକାର ସବୁ ସୁବିଧା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ମୋର୍ଟନଙ୍କୁ ଓଡ଼ିଶା ଆସିବା ଲାଗି ତାଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାପରେ ଭିସା ଗ୍ରୁପ ଲିମିଟେଡ ନିର୍ଦ୍ଦେଶକ ବିବେକ ଅଗ୍ରଓ୍ବାଲଙ୍କ ସହ ଆଲୋଚନା ହୋଇଥିଲା। ଭିସା ଗ୍ରୁପ ଓଡ଼ିଶାରେ ଷ୍ଟିଲ ଏବଂ ଫେରୋକ୍ରୋମ ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି କରିବା ଲାଗି ସୁଯୋଗ ସୃଷ୍ଟି କରିବାକୁ କୁହାଯାଇଥିଲା। ଓଡ଼ିଶା ପ୍ରତିନିଧି ଦଳ ଓରିଣ୍ଡ ସିଙ୍ଗାପୁର ପିଟିଇ ଲିମିଟେଡ ଅଧ୍ୟକ୍ଷ ରବିନ ଝୁନ୍‌ଝୁନ୍‌ଓ୍ବାଲାଙ୍କୁ ଭେଟି ବାଓ-ଫର୍ଟିଲାଇଜର କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ କୁହାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ କମ୍ପାନୀକୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରଥମ ଦିନର ସିଙ୍ଗାପୁର ଗସ୍ତରେ ଓଡ଼ିଶା ପ୍ରତିନିଧି ମଣ୍ଡଳୀ ସିଙ୍ଗାପୁରଠାରେ ଭାରତ ହାଇକମିଶନର ଶିଲପକ୍‌ ଆମ୍ବ୍ୟୁଲଙ୍କ ସହ ଭେଟି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଥିବା ବ୍ୟବସାୟିକ ସମ୍ପର୍କ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ଆମ୍ବ୍ୟୁଲ ପ୍ରତିନିଧି ଦଳକୁ ଅବଗତ କରାଇଥିଲେ ଯେ ଓଡ଼ିଶା ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ସବୁଜ ତୈଳ ଆଦି ବ୍ୟବସାୟକୁ ଗୁରୁତ୍ୱ ଦେଇ ସିଙ୍ଗାପୁର ସହିତ ଥିବା ସମ୍ପର୍କକୁ ଅଧିକ ମଜଭୁତ କରିପାରିବ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ପ୍ରଥମ ଦିନରେ ପୁଞ୍ଜିନିବେଶକାରୀଙ୍କ ସହିତ ହୋଇଥିବା ଆଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହାଦ୍ୱାରା ଆଗକୁ ଗ୍ଲୋବାଲ ଇନ୍‌ଭେଷ୍ଟମେଣ୍ଟକୁ ଅଧିକ ପ୍ରୋତ୍ସାହିତ କରିବ। ଏହି ଗସ୍ତ ମେକ୍‌ ଇନ୍‌ ଓଡ଼ିଶା ୨୦୨୫ରେ ଗ୍ଲୋବାଲ ଇନଭେଷ୍ଟର୍ସ ଓଡ଼ିଶାର ଶକ୍ତି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri