Categories: ବାଣିଜ୍ୟ

‘କାର୍ଯ୍ୟ କ୍ଷେତ୍ରରେ ଶୂନ କ୍ଷତି’କୁ ପ୍ରଶଂସା

ଭୁବନେଶ୍ୱର,୩୧।୧୦: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡର ଗଂଜାମ ଜିଲ୍ଲା ଗୋପାଳପୁରସ୍ଥିତ ଫେରୋ ଆଲଏଜ୍‌ ପ୍ଲାଂଟ୍‌ ଓ ଗୋପାଳପୁର ଶିଳ୍ପ ପାର୍କରେ ଥିବା ଟାଟା ଷ୍ଟିଲ୍‌ ସ୍ପେସିଆଲ୍‌ ଇକୋନମିକ୍‌ ଜୋନ୍‌ ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ୍‌ ବଏଲର୍ସର ନିର୍ଦେଶକ ଡ଼. ଏନ୍‌.ତିରୁମାଳା ନାଏକଙ୍କ ନେତୃତ୍ୱରେ ଏକ ଟିମ ପରିଦର୍ଶନ କରି କମ୍ପାନୀର ଉଚ୍ଚ ସୁରକ୍ଷା ମାନକ ସହ ଅତି ଯତ୍ନ ସହକାରେ ଅନୁସରଣ କରାଯାଉଥିବା ‘କାର୍ଯ୍ୟ କ୍ଷେତ୍ରରେ ଶୂନ କ୍ଷତି’ର ଦର୍ଶନକୁ ଏନ୍‌.ତିରୁମାଳା ଉଚ୍ଚ ପ୍ରଶଂସା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ନାଏକ କ୍ଷେତ୍ର ପରିଦର୍ଶନ ସହ ଅନ୍ୟମାନଙ୍କ ସହ କାରଖାନାରେ ଅନୁସରଣ କରାଯାଉଥିବା ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କଲ୍ୟାଣ ସମ୍ପର୍କିତ ଶ୍ରେଷ୍ଠ ପ୍ରଥାର ସମୀକ୍ଷା କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ନିର୍ଦେଶକ ସୁଧାଂଶୁ ଶେଖର ସାହୁ, ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଇପାଇ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦେଶକ ପଙ୍କଜ୍‌ ସତିଜା କହିଛନ୍ତି, ଆମେ ଯେଉଁ ଲୋକମାନଙ୍କ ସହ କାର୍ଯ୍ୟ କରୁଛୁ ଏବଂ ସମାଜ ପ୍ରତି ଶୂନ କ୍ଷତିର ପ୍ରତିବଦ୍ଧତା ଦ୍ୱାରା ଆମ ସୁରକ୍ଷା ଓ ସ୍ବାସ୍ଥ୍ୟ କାର୍ଯ୍ୟ ପରିଚାଳିତ ହେଉଛି।

Share