ଭୋଟ ହାତେଇବାକୁ ନିଯୁକ୍ତି ଥୋପ

ଯାଜପୁର,୧୬ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି ସମେତ କେତେକ କାରଖାନାରେ ଠିକା କାର୍ଯ୍ୟ, ପରିବହନ ଆଦି ନିର୍ବାଚିତ ଜନପ୍ରତିନିଧିଙ୍କ ନିୟନ୍ତ୍ରଣରେ ରହିଛି। ଜିଲାରେ ବିରୋଧୀ ଦଳ ନିଷ୍କ୍ରିୟ ହୋଇଥିବାର ସୁଯୋଗରେ ଏଭଳି ମନମାନି ଚାଲିଛି। ଯଦ୍ୱାରା ଅଭିଜ୍ଞତା ଥାଇ ବି ରାଜ୍ୟର ହଜାର ହଜାର ବୈଷୟିକ ଡିଗ୍ରୀଧାରୀ ଯୁବତୀଯୁବକଙ୍କୁ ନିରାଶ କରିଛି ା ଏଭଳି ପରିସ୍ଥିତିରେ ପଡି ବିଭିନ୍ନ ବୈଷୟିକ ଡିଗ୍ରୀଧାରୀଙ୍କ ସମେତ ଜିଲାରେ ପ୍ରାୟ ୫୦ ହଜାର ଯୁବତୀଯୁବକ ବେକାର ହୋଇ ବସିଛନ୍ତି ା ହେଲେ ରାଜ୍ୟ ବାହାର ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ବହୁ ଲୋକ ଏଠାରେ ନିଯୁକ୍ତି ଓ ଠିକା କାମ ହାତେଇ ବିଳାସମୟ ଜୀବନ ବିତାଉଛନ୍ତି ା ଏଥିରେ ଯୁବଗୋଷ୍ଠୀ ସ୍ଥାନୀୟ ନେତାଙ୍କୁ ଦାୟୀ କରି ଆନ୍ଦୋଳନ ଚେତାବନୀ ଦେବା ସହ ଚଳିତ ନିର୍ବାଚନରେ ସେମାନଙ୍କୁ ସମର୍ଥନ ନ ଦେବାକୁ ଏବେ ଅଣ୍ଟା ଭିଡିଛନ୍ତି। ଏହି ଖବର ସ୍ଥାନୀୟ ନେତାମାନଙ୍କ କାନକୁ ଯିବା ପରେ ସେମାନେ ଖଣି ଓ ଶିଳ୍ପ କାରଖାନାରେ ନିୟୋଜିତ କେତେକ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦେବାକୁ ଚାପ ପ୍ରୟୋଗ କରୁଥିବା ଚର୍ଚ୍ଚା ହେଉଛି। ଏପରି କି ଯେଉଁ କେତେକ ଠିକାସଂସ୍ଥାଙ୍କ କାର୍ଯ୍ୟକାଳ ଜୁନ ୩୦ରେ ସରୁଛି ସେମାନଙ୍କୁ ମଧ୍ୟ ନିଯୁକ୍ତି ଦିଅ ବୋଲି ନିର୍ଦ୍ଦେଶ ଦିଆଯାଉଥିବା ଜଣାପଡିଛି। ଏଥିରୁ ବେକାର ଯୁବତୀଯୁବକ ଏବଂ ସେମାନଙ୍କ ଅଭିଭାବକମାନଙ୍କ ସମର୍ଥନ ହାତେଇବାକୁ ଏଭଳି ସ୍ବଳ୍ପକାଳ ନିଯୁକ୍ତି ଥୋପ ଦିଆଯାଉଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ସୁକିନ୍ଦା ଖଣି ଓ କଳିଙ୍ଗନଗର ଶିଳ୍ପ କାରଖାନାଗୁଡ଼ିକରେ ୫୦୦ରୁ ଊର୍ଦ୍ଧ୍ୱ ଠିକାସଂସ୍ଥା ନିୟୋଜିତ ଅଛନ୍ତି। ସେଥିମଧ୍ୟରୁ ୩୦୦ରୁ ଊର୍ଦ୍ଧ୍ୱ ଠିକା ସଂସ୍ଥା ରାଜ୍ୟ ବାହାରର ା ସେହି ସଂସ୍ଥାଗୁଡ଼ିକ ଅଧୀନରେ ରାଜ୍ୟ ବାହାରର ଅର୍ଦ୍ଧାଧିକ ଯୁବତୀଯୁବକ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ା ଏଥିରେ ରାଜ୍ୟ ଭିତରୁ ଯେଉଁ କେତେକ ଯୁବତୀଯୁବକ କାମ କରୁଛନ୍ତି ସେମାନଙ୍କୁ ଆବଶ୍ୟକ ପଡିଲେ ବାହାର କରି ଦିଆଯାଉଛି। ଏପରି କି ସ୍ଥାନୀୟ ବୈଷୟିକ ଡିଗ୍ରୀଧାରୀ ଯୁବତୀଯୁବକ ଅଭିଜ୍ଞତା ପାଇବାକୁ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ଦେବାକୁ ପଡୁଥିବା ନଜିର ରହିଛି। ଏହାବାଦ୍‌ କେତେକ କାରଖାନାରେ ନିଯୁକ୍ତି ପାଇବାକୁ ହେଲେ ନିର୍ବାଚିତ ଜନପ୍ରତିନିଧିଙ୍କ ସୁପାରିସର ଆବଶ୍ୟକତା ରହିଛି ବୋଲି କେତେକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ା ଏହାସହ ବିଭିନ୍ନ ଠିକା କାର୍ଯ୍ୟ ସମେତ ଅନ୍ୟାନ୍ୟ ବୈଷୟିକ କାର୍ଯ୍ୟରେ ମଧ୍ୟ ଲୋକ ପ୍ରତିନିଧିଙ୍କ ହାତ ରହୁଛି ା ବିରୋଧୀ କିମ୍ବା ଅଣ ରାଜନୈତିକ ଲୋକଙ୍କ ପିଲାମାନଙ୍କ ପାଇଁ ଶିଳ୍ପ କାରଖାନାରେ ସ୍ଥାନ ନାହିଁ ବୋଲି ଜିଲାରେ ଚର୍ଚ୍ଚା ହେଉଛି ା ଏହାକୁ ପ୍ରତିହତ କରିବାକୁ ବିରୋଧୀଙ୍କ ପାଖରେ ମଧ୍ୟ ଦମ୍ଭ ନ ଥିଲା ଭଳି ଜଣାପଡୁଛି। ବିଧାନସଭାଠାରୁ ଆରମ୍ଭ କରି ବିଭିନ୍ନ ସଭାସମିତିରେ କିନ୍ତୁ ନେତାମାନେ ନିଯୁକ୍ତି କ୍ଷେତ୍ରରେ କଳିଙ୍ଗନଗରର ସଫଳତା ବଖାଣୁଥିବାବେଳେ ବାସ୍ତବତା ବହୁ ଦୂରରେ ବୋଲି ମତପ୍ରକାଶ ପାଉଛି ା ଏହାବାଦ୍‌ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ନିଯୁକ୍ତି ଉପରେ କୌଣସି ତଦନ୍ତ ମଧ୍ୟ ହୋଇ ପାରିନାହିଁ ା ଶିଳ୍ପାନୁଷ୍ଠାନଗୁଡିକରେ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ । ଶିଳ୍ପାନୁଷ୍ଠାନଗୁଡିକ ସେମାନେ ଯୋଗାଇଥିବା ତଥ୍ୟକୁ ଯାଞ୍ଚ କରିବା ପାଇଁ ଶ୍ରମ ଓ ନିୟୋଜନ ବିଭାଗକୁ ଅନୁମତି ଦିଅନ୍ତି ନାହିଁ । ଓପନ ମାର୍କେଟରୁ ନିଯୁକ୍ତି ନାମରେ ଶିଳ୍ପାନୁଷ୍ଠାନଗୁଡିକ ମନୋମୁଖୀ କାରବାର ଚଳାଇଥିବାବେଳେ ଯାଜପୁର ଜିଲାର କୌଣସି ଶିଳ୍ପାନୁଷ୍ଠାନ ନିଯୁକ୍ତି ପାଇଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରୁ ନାମ ମାଗନ୍ତି ନାହିଁ ା ରାଜ୍ୟ ସରକାର ଶିଳ୍ପାୟନ ପ୍ରତି ଗୁରୁତ୍ୱାରୋପ କରୁଥିଲେ ହେଁ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କାରଣରୁ ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ଚଳିତ ନିର୍ବାଚନ ବହୁଳ ଭାବେ ପ୍ରଭାବିତ ହେବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri