ଭୋଟ ହାତେଇବାକୁ ନିଯୁକ୍ତି ଥୋପ

ଯାଜପୁର,୧୬ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି ସମେତ କେତେକ କାରଖାନାରେ ଠିକା କାର୍ଯ୍ୟ, ପରିବହନ ଆଦି ନିର୍ବାଚିତ ଜନପ୍ରତିନିଧିଙ୍କ ନିୟନ୍ତ୍ରଣରେ ରହିଛି। ଜିଲାରେ ବିରୋଧୀ ଦଳ ନିଷ୍କ୍ରିୟ ହୋଇଥିବାର ସୁଯୋଗରେ ଏଭଳି ମନମାନି ଚାଲିଛି। ଯଦ୍ୱାରା ଅଭିଜ୍ଞତା ଥାଇ ବି ରାଜ୍ୟର ହଜାର ହଜାର ବୈଷୟିକ ଡିଗ୍ରୀଧାରୀ ଯୁବତୀଯୁବକଙ୍କୁ ନିରାଶ କରିଛି ା ଏଭଳି ପରିସ୍ଥିତିରେ ପଡି ବିଭିନ୍ନ ବୈଷୟିକ ଡିଗ୍ରୀଧାରୀଙ୍କ ସମେତ ଜିଲାରେ ପ୍ରାୟ ୫୦ ହଜାର ଯୁବତୀଯୁବକ ବେକାର ହୋଇ ବସିଛନ୍ତି ା ହେଲେ ରାଜ୍ୟ ବାହାର ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ବହୁ ଲୋକ ଏଠାରେ ନିଯୁକ୍ତି ଓ ଠିକା କାମ ହାତେଇ ବିଳାସମୟ ଜୀବନ ବିତାଉଛନ୍ତି ା ଏଥିରେ ଯୁବଗୋଷ୍ଠୀ ସ୍ଥାନୀୟ ନେତାଙ୍କୁ ଦାୟୀ କରି ଆନ୍ଦୋଳନ ଚେତାବନୀ ଦେବା ସହ ଚଳିତ ନିର୍ବାଚନରେ ସେମାନଙ୍କୁ ସମର୍ଥନ ନ ଦେବାକୁ ଏବେ ଅଣ୍ଟା ଭିଡିଛନ୍ତି। ଏହି ଖବର ସ୍ଥାନୀୟ ନେତାମାନଙ୍କ କାନକୁ ଯିବା ପରେ ସେମାନେ ଖଣି ଓ ଶିଳ୍ପ କାରଖାନାରେ ନିୟୋଜିତ କେତେକ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦେବାକୁ ଚାପ ପ୍ରୟୋଗ କରୁଥିବା ଚର୍ଚ୍ଚା ହେଉଛି। ଏପରି କି ଯେଉଁ କେତେକ ଠିକାସଂସ୍ଥାଙ୍କ କାର୍ଯ୍ୟକାଳ ଜୁନ ୩୦ରେ ସରୁଛି ସେମାନଙ୍କୁ ମଧ୍ୟ ନିଯୁକ୍ତି ଦିଅ ବୋଲି ନିର୍ଦ୍ଦେଶ ଦିଆଯାଉଥିବା ଜଣାପଡିଛି। ଏଥିରୁ ବେକାର ଯୁବତୀଯୁବକ ଏବଂ ସେମାନଙ୍କ ଅଭିଭାବକମାନଙ୍କ ସମର୍ଥନ ହାତେଇବାକୁ ଏଭଳି ସ୍ବଳ୍ପକାଳ ନିଯୁକ୍ତି ଥୋପ ଦିଆଯାଉଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ସୁକିନ୍ଦା ଖଣି ଓ କଳିଙ୍ଗନଗର ଶିଳ୍ପ କାରଖାନାଗୁଡ଼ିକରେ ୫୦୦ରୁ ଊର୍ଦ୍ଧ୍ୱ ଠିକାସଂସ୍ଥା ନିୟୋଜିତ ଅଛନ୍ତି। ସେଥିମଧ୍ୟରୁ ୩୦୦ରୁ ଊର୍ଦ୍ଧ୍ୱ ଠିକା ସଂସ୍ଥା ରାଜ୍ୟ ବାହାରର ା ସେହି ସଂସ୍ଥାଗୁଡ଼ିକ ଅଧୀନରେ ରାଜ୍ୟ ବାହାରର ଅର୍ଦ୍ଧାଧିକ ଯୁବତୀଯୁବକ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ା ଏଥିରେ ରାଜ୍ୟ ଭିତରୁ ଯେଉଁ କେତେକ ଯୁବତୀଯୁବକ କାମ କରୁଛନ୍ତି ସେମାନଙ୍କୁ ଆବଶ୍ୟକ ପଡିଲେ ବାହାର କରି ଦିଆଯାଉଛି। ଏପରି କି ସ୍ଥାନୀୟ ବୈଷୟିକ ଡିଗ୍ରୀଧାରୀ ଯୁବତୀଯୁବକ ଅଭିଜ୍ଞତା ପାଇବାକୁ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ଦେବାକୁ ପଡୁଥିବା ନଜିର ରହିଛି। ଏହାବାଦ୍‌ କେତେକ କାରଖାନାରେ ନିଯୁକ୍ତି ପାଇବାକୁ ହେଲେ ନିର୍ବାଚିତ ଜନପ୍ରତିନିଧିଙ୍କ ସୁପାରିସର ଆବଶ୍ୟକତା ରହିଛି ବୋଲି କେତେକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ା ଏହାସହ ବିଭିନ୍ନ ଠିକା କାର୍ଯ୍ୟ ସମେତ ଅନ୍ୟାନ୍ୟ ବୈଷୟିକ କାର୍ଯ୍ୟରେ ମଧ୍ୟ ଲୋକ ପ୍ରତିନିଧିଙ୍କ ହାତ ରହୁଛି ା ବିରୋଧୀ କିମ୍ବା ଅଣ ରାଜନୈତିକ ଲୋକଙ୍କ ପିଲାମାନଙ୍କ ପାଇଁ ଶିଳ୍ପ କାରଖାନାରେ ସ୍ଥାନ ନାହିଁ ବୋଲି ଜିଲାରେ ଚର୍ଚ୍ଚା ହେଉଛି ା ଏହାକୁ ପ୍ରତିହତ କରିବାକୁ ବିରୋଧୀଙ୍କ ପାଖରେ ମଧ୍ୟ ଦମ୍ଭ ନ ଥିଲା ଭଳି ଜଣାପଡୁଛି। ବିଧାନସଭାଠାରୁ ଆରମ୍ଭ କରି ବିଭିନ୍ନ ସଭାସମିତିରେ କିନ୍ତୁ ନେତାମାନେ ନିଯୁକ୍ତି କ୍ଷେତ୍ରରେ କଳିଙ୍ଗନଗରର ସଫଳତା ବଖାଣୁଥିବାବେଳେ ବାସ୍ତବତା ବହୁ ଦୂରରେ ବୋଲି ମତପ୍ରକାଶ ପାଉଛି ା ଏହାବାଦ୍‌ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ନିଯୁକ୍ତି ଉପରେ କୌଣସି ତଦନ୍ତ ମଧ୍ୟ ହୋଇ ପାରିନାହିଁ ା ଶିଳ୍ପାନୁଷ୍ଠାନଗୁଡିକରେ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ । ଶିଳ୍ପାନୁଷ୍ଠାନଗୁଡିକ ସେମାନେ ଯୋଗାଇଥିବା ତଥ୍ୟକୁ ଯାଞ୍ଚ କରିବା ପାଇଁ ଶ୍ରମ ଓ ନିୟୋଜନ ବିଭାଗକୁ ଅନୁମତି ଦିଅନ୍ତି ନାହିଁ । ଓପନ ମାର୍କେଟରୁ ନିଯୁକ୍ତି ନାମରେ ଶିଳ୍ପାନୁଷ୍ଠାନଗୁଡିକ ମନୋମୁଖୀ କାରବାର ଚଳାଇଥିବାବେଳେ ଯାଜପୁର ଜିଲାର କୌଣସି ଶିଳ୍ପାନୁଷ୍ଠାନ ନିଯୁକ୍ତି ପାଇଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରୁ ନାମ ମାଗନ୍ତି ନାହିଁ ା ରାଜ୍ୟ ସରକାର ଶିଳ୍ପାୟନ ପ୍ରତି ଗୁରୁତ୍ୱାରୋପ କରୁଥିଲେ ହେଁ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କାରଣରୁ ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ଚଳିତ ନିର୍ବାଚନ ବହୁଳ ଭାବେ ପ୍ରଭାବିତ ହେବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri