ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଆଇଫୋନ ଉତ୍ପାଦନକାରୀ କମ୍ପାନୀ ଆସନ୍ତା ୩ ବର୍ଷରେ ଭାରତରେ ପ୍ରାୟ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହି ଚାକିରିଗୁଡିକ ଆପଲ ବିକ୍ରେତାଙ୍କ ମାଧ୍ୟମରେ ପ୍ରଦାନ କରାଯିବ। ବର୍ତ୍ତମାନ ଆପଲର ବିକ୍ରେତା ଏବଂ ଯୋଗାଣକାରୀମାନେ ଭାରତରେ ୧.୫ ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇ ଦେଇଛନ୍ତି।
ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଦେଶରେ ଆପଲ ଦ୍ରୁତ ଗତିରେ ନିଯୁକ୍ତି ବୃଦ୍ଧି ପାଉଛି। ଆମେ ବିଶ୍ୱାସ କରୁ ଯେ ଆପଲ ଆସନ୍ତା ତିନି ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇବ। ଆପଲ ପାଇଁ ଦୁଇଟି ପ୍ଲାଣ୍ଟ ଚଳାଉଥିବା ଟାଟା ଇଲେକ୍ଟ୍ରୋନିକ୍ସ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ଚାକିରି ସୃଷ୍ଟି କରୁଛି। ଆପଲ ଚାକିରି ଆକଳନ ଉପରେ କିଛି କହିବାକୁ ମନା କରି ଦେଇଛନ୍ତି।
ତେବେ ଆପଲ ଭାରତରେ ଏହାର ଉତ୍ପାଦନକୁ ପ୍ରାୟ ୫ ଗୁଣ ବୃଦ୍ଧି କରିବାକୁ ଯୋଜନା କରିଛି। କମ୍ପାନୀ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ଏହାର ଉତ୍ପାଦନକୁ ପ୍ରାୟ ୪୦ ବିଲିୟନ ଡ଼ଲାର (୩.୩୨ ଲକ୍ଷ କୋଟି) କୁ ନେବାକୁ ଚାହୁଁଛି। ଏତେ ପରିମାଣରେ ଉତ୍ପାଦନ କରିବାକୁ ଆପଲକୁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡିବ। କୋଭିଡ ୧୯ ମହାମାରୀ ସମୟରେ ଚାଇନାରେ ଏହାର ଉତ୍ପାଦନ ଆଧାର ହେତୁ ଆପଲକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ କମ୍ପାନୀ ଭାରତ ପ୍ରତି ଧ୍ୟାନ ଦେବା ଆରମ୍ଭ କଲା।
ମାର୍କେଟ ରିସର୍ଚ୍ଚ ଫାର୍ମ କାଉଣ୍ଟରପଏଣ୍ଟ କହିଛି, ୨୦୨୩ରେ ଆପଲ ଭାରତରୁ ସର୍ବାଧିକ ରାଜସ୍ବ ପାଇବ। ତେବେ ବିକ୍ରୟ ଦୃଷ୍ଟିରୁ ସାମସଙ୍ଗ ଜିତିଛି। ଆପଲ ଭାରତରୁ ପ୍ରାୟ ୧ କୋଟି ଫୋନ ରପ୍ତାନି କରିଛି। ଆହୁରି ମଧ୍ୟ ପ୍ରଥମ ଥର ପାଇଁ ରାଜସ୍ବ ଦୃଷ୍ଟିରୁ ଏହା ଦେଶର ଏକ ନମ୍ବର କମ୍ପାନୀ ହୋଇପାରିଛି। ୨୦୨୩-୨୪ ବର୍ଷରେ ଆପଲ ଆଇଫୋନ ରପ୍ତାନି ମାଧ୍ୟମରେ ଭାରତରୁ ୧୨.୧ ବିଲିୟନ ଡ଼ଲାର୍‌ ପାଇଛି। ୨୦୨୨-୨୩ ବର୍ଷରେ ଏହି ସଂଖ୍ୟା ୬.୨୭ ବିଲିୟନ ଡ଼ଲାର୍‌ ଥିଲା। ଏହା ପ୍ରାୟ ୧୦୦ ପ୍ରତିଶତ ଜମ୍ପ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri