Categories: ବାଣିଜ୍ୟ

ରିଲାଏନ୍ସ ଡିଜିଟାଲରେ ଆପଲ ପ୍ରଡକ୍ଟ ପ୍ରିବୁକିଂ

ନୂଆଦିଲ୍ଲୀ: ରିଲାଏନ୍ସ ଡିଜିଟାଲ ଷ୍ଟୋରରେ ଆପ୍‌ଲର ବିଭିନ୍ନ ପ୍ରଡକ୍ଟ ପ୍ରିବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଆପଲର ନୂଆ ଓ୍ବାଚ୍‌ ସିରିଜ ୬, ଆପଲ ଓ୍ବାଚ୍‌ ଏସ୍‌ଇ, ଆଇପ୍ୟାଡ ୮ ଜେନ୍‌ ଏହା ମଧ୍ୟରେ ସାମିଲ ରହିଛି। ଏହାବାଦ ମାଇଁ ଜିଓ ଷ୍ଟୋର ଏବଂ ରିଲାଏନ୍ସ ଡିଜିଟାଲ ଡଟ୍‌ ଇନ୍‌କୁ ଯାଇ ମଧ୍ୟ ଏହାର ପ୍ରିବୁକିଂ ହୋଇ ପାରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ରିଲାଏନ୍ସ ଡିଜିଟାଲ ଡଟ୍‌ ଇନ୍‌ରେ ନିର୍ଦ୍ଧିଷ୍ଟ ବ୍ୟାଙ୍କଗୁଡିକର କାର୍ଡ ଉପରେ ଚଳିତ ମାସ ୩୦ ତାରିଖ ଯାଏ ଆକର୍ଷଣୀୟ କ୍ୟାଶବ୍ୟାକ୍‌ ସୁବିଧା ମଧ୍ୟ ରହିଛି। ଅକ୍ଟୋବର ୧ରୁ ଆପଲ ଓ୍ବାଚ୍‌ ୬ ସିରିଜ ଏବଂ ଆପଲ୍‌ ଓ୍ବାଚ୍‌ ଏସ୍‌ଇର ରିଟେଲ ବିକ୍ରି ଆରମ୍ଭ ହେବ। ଆପ୍‌ଲ ଓ୍ବାଚ୍‌ ଏସ୍‌ଇର ବଜାର ଦର ୨୯,୯୦୦ ଟଙ୍କା ରହିଥିବା ବେଳେ ଆପଲ ଓ୍ବାଚ୍‌ ସିରିଜ ୬ର ବଜାର ଦର ୪୦,୯୦୦ ଟଙ୍କା ରହିଥିବା ସୂଚନା ରହିଛି। ଷ୍ଟୋରରେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉଠାଇବାକୁ ଗ୍ରାହକଙ୍କୁ ରିଲାଏନ୍ସ ଡିଜିଟାଲ ପକ୍ଷରୁ ନିବେଦନ କରାଯାଇଛି।

Share